ପାଟଣା, ୨୩।୪  : ଦିନ ଦ୍ବିପହରେ ଲୁଟେରାଙ୍କ ଆତଙ୍କ।  ଘରେ ପଶି ବନ୍ଧୁକ ଦେଖାଇ ଲୁଟେରାମାନେ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା  ଲୁଟି ନେଇଛନ୍ତି। ତୁରୁମୁଙ୍ଗା ଥାନା ଅଧୀନ ୨ଟି ଘରୁ ଲୁଟେରାମାନେ ଲୁଟ କରିଛନ୍ତି।  ତୁରୁମୁଙ୍ଗା ଥାନା ବାଘମରା ଗ୍ରାମର ପିତାମ୍ବର ମହାନ୍ତ ଙ୍କ ଘରୁ ଲୁଟ ହୋଇଛି। ସେହିପରି ତୁରୁମୁଙ୍ଗା ଥାନା ଚିଲଦା ଗ୍ରାମ ର   ଯଦୁମଣି ମହାନ୍ତଙ୍କ ଘରୁ ଲୁଟ୍ ହୋଇଛି।

ତୁରୁମୁଙ୍ଗା ଥାନା ବାଘମରା ଗ୍ରାମର ପିତାମ୍ବର ମହାନ୍ତ ଗାଧୋଇବାକୁ ଯାଇଥିଲେ। ଘରେ କେହି ନଥିବା ବେଳେ ଲୁଟେରା ମାନେ ଘରେ ପଶିଥିଲେ। ଆଲମୀରା ଭାଙ୍ଗି ଆଲମୀରା ରୁ ସୁନା ଗହଣା ଲୁଟି ନେଇଛନ୍ତି। ପିତାମ୍ବର ଗାଧୋଇ ସାରି ଘର କୁ ଆସିବା ପରେ ଲୁଟେରାଙ୍କ ସହ ମୁହାଁମୁହିଁ ହୋଇଥିଲେ। ବିରୋଧ କରିବାରୁ ଉଭୟ ଙ୍କ ମଧ୍ୟରେ ର ଧସ୍ତାଧସ୍ତି ହୋଇଥିଲା । ପରେ  ଲୁଟେରା ମାନେ ବନ୍ଧୁକ ଦେଖାଇ ଗୁଳି କରିଦେବୁ କହି ଭୟଭୀତ କରାଇ ସୁନା ଗହଣା ଧରି ପଲସର ରେ  ଘଟଣା ସ୍ଥଳରୁ ଚମ୍ପଟ  ମାରିଥିଲେ।  ଘଟଣା କୁ ନେଇ  ସମ୍ପୂର୍ଣ୍ଣ ଅଞ୍ଚଳରେ ଭୟର ବାତା ବରଣ ସୃଷ୍ଟି କରିଛି। ତୁରୁମୁଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଚିଲଦା ଗ୍ରାମ ର   ଯଦୁମଣି ମହାନ୍ତ ଙ୍କ ଘରୁ ଆଜି ଦିନ ବେଳା ଏହି ଲୁଟ  ହୋଇଛି। ଘରେ କେହି ନଥିବା ସମୟ ରେ କବାଟ ଭାଙ୍ଗି ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ୭୦ ହଜାର ଟଙ୍କା ଲୁଟିନେଇଛନ୍ତି ଦୁର୍ବୁତ୍ତ। ଏନେଇ  ତୁରୁମୁଙ୍ଗା ଥାନା ରେ ଅଭିଯୋଗ ପରେ ପୋଲିସ ଲୁଟେରା ଙ୍କୁ ଧରିବା ପାଇଁ  ଛାନଭିନ୍  ଜାରି ରଖିଛି। ଆଜି ଗୋଟିଏ ଦିନରେ  ତୁରୁମୁଙ୍ଗା ଥାନା ଅଞ୍ଚଳ ରେ ଦୁଇ ଦୁଇଟି ଲୁଟ ଘଟଣା କୁ  କୁ ନେଇ ଅଞ୍ଚଳ ବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି।