ପ୍ରମୂଖ ଖବର
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଲୋଭାରୀ କମ୍ପାନିର ସମ୍ମାନ, ସ୍ୱର୍ଣ୍ଣ କଲମରେ ଆଙ୍କିଲେ ଦିଦିଙ୍କ ମୁହଁ

Published By : Prameya | July 25, 2025 10:48 AM

କୋଲକାତା ୨୫/୦୭: ଏଣିକି ବଜାରରେ ମିଳିବ  ମମତାଙ୍କ ମୁହଁ ଥିବା ସ୍ୱର୍ଣ୍ଣ କଲମ । ଏହି କଲମରେ  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁହଁ ସହିତ ତୃଣମୂଳର  ଲୋଗୋ ମଧ୍ୟ ରହିଛି । ଏଥିରେ ମମତାଙ୍କ ମୁହଁ  ଜଳଜଳ କରି ଝଲସି ଉଠୁଛି । ଏପରି ଏକ ସ୍ୱତନ୍ତ୍ର  କଲମ ତିଆରି କରିଛି ଲେଭାରୀ କମ୍ପାନି । ଏହି କମ୍ପାନି  ସର୍ବଦା ସ୍ୱତନ୍ତ୍ର କଲମ ତିଆରି କରି ଚର୍ଚ୍ଚାକୁ ଆସିଛି ।  

ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ମଣିରେ ଏହି କଲମ  ତିଆରି କରିଛି କମ୍ପାନି । ବିଭିନ୍ନ ସମୟରେ ଦେଶର  ଭିନ୍ନ ଭିନ୍ନ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ମୁହଁ କଲମରେ ଖୋଦିତ  କରିଥାଏ କମ୍ପାନି । ଏଥର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ  ମମତା ବାନାର୍ଜୀଙ୍କୁ ଉକ୍ତ ତାଲିକାରେ ସାମିଲ କରିଛନ୍ତି ।  ନିର୍ମାତା ଏହାକୁ ଫେସ୍‌ବୁକ୍‌ରେ ବିକ୍ରୟ ପାଇଁ ବିଜ୍ଞାପନ  ଦେଇଛନ୍ତି । ଏଥିରେ ଉଲ୍ଲେଖ ଅଛି ଯେ କଲମର ମୂଲ୍ୟ  ୧୪୯୯ ଟଙ୍କା । କିନ୍ତୁ ବଙ୍ଗଳାର ‘ଦିଦି' ପାଇଁ କଲମ  ଉପରେ ରିହାତି ଦିଆଯାଉଛି । ମାତ୍ର ୯୯୯ ଟଙ୍କା  ଖର୍ଚ୍ଚ କରି ଏହି କଲମକୁ ସାଧାରଣ ଲୋକେ ସଂଗ୍ରହ  କରିପାରିବେ । ସଂସ୍ଥା ସୂଚନା ଦେଇଛି ଯେ ସେମାନଙ୍କ  ଗୋଦାମରେ ମମତାଙ୍କ ମୁହଁ ଖୋଦିତ କେବଳ ୬ଟି  କଲମ ବାକି ଅଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.