ନୂଆଦିଲ୍ଲୀ,୧୬/୦୭: ବିଶ୍ୱର ବଜାରର ଅନିଶ୍ଚିତତା ସ୍ଥିତିରେ ଭାରତ ଅଭିବୃଦ୍ଧି ଜାରି ରଖିବ । ଆର୍ଥିକ ସଂସ୍କାର ସହ ଅନ୍ୟ ସୁଚିନ୍ତିତ ପଦକ୍ଷେପ ଯୋଗୁ ଦେଶ ଆଗାମୀ ୧ ଦଶନ୍ଧିରେ ୧୦ ଲକ୍ଷ କୋଟି ଡଲାର ଅର୍ଥ ବ୍ୟବସ୍ଥା ପାଲଟିବ ବୋଲି ଗୋଲ୍ଡ ମ୍ୟାନ ସ୍ୟାଚ୍‌  ପକ୍ଷରୁ ଅନୁମାନ କରାଯାଇଛି । 

ଗୋଲ୍ଡମ୍ୟାନ ସ୍ୟାଚ୍‌ର ଭାରତ ସହ ଅଧ୍ୟକ୍ଷ ଗୁଞ୍ଜନ ସମ୍‌ଦାନି କହିଛନ୍ତି,ଭାରତ  ୧୦ ଲକ୍ଷ କୋଟି ଡଲାରର ଅର୍ଥବ୍ୟବସ୍ଥା ପାଲଟିଲେ  ବୈଶିକ କ୍ଷମତା କେନ୍ଦ୍ର ଗୁଡ଼ିକ ଅର୍ଥନୀତିରେ ୦.୫  ଲକ୍ଷ କୋଟି ଡଲାର ଯୋଗଦାନ ଦେବେ । ଦେଶ  ମଧ୍ୟରେ ଗ୍ଲୋବାଲ କାପାବିଲିଟି ସେଣ୍ଟର ଗୁଡ଼ିକ ୨-୨.୫  କୋଟି ରୋଜଗାର ସୃଷ୍ଟି କରିବାର ସମ୍ଭାବନା ରହିଛି ।  ୨୦୩୫ ସୁଦ୍ଧା ଦେଶ ପ୍ରମୁଖ ଅଭିବୃଦ୍ଧି ଶୀଳ ଅର୍ଥନୀତି  ମଧ୍ୟରେ ବିଶ୍ୱ ଜିଡିପିକୁ ୬୫% ଯୋଗଦାନ ଦେବ ।  ବିଶ୍ୱ ଜିଡିପିକୁ ଅଂଶ ବଢ଼ାଇବା ଲାଗି ଭାରତ ନିକଟରେ  ପର୍ଯ୍ୟାପ୍ତ ସମ୍ଭାବନା ରହିଛି । 

ସମ୍‌ଦାନି ପୁଣି କହିଛନ୍ତି, ଏବେ କୃତ୍ରିମ ବୁଦ୍ଧିମତା (ଏଆଇ) ବିଶ୍ୱ ସ୍ତରରେ ଏକ  ଆକର୍ଷକ ପରିବର୍ତ୍ତନକାରୀ ଭାବେ ଉଭା ହୋଇଛି । ଏହା ସହ ଅଟୋମେଶନ ଏବଂ ନବସୃଜନ କ୍ଷେତ୍ରକୁ ମଧ୍ୟ  ଗ୍ଲୋବାଲ କାପାବିଲିଟି ସେଣ୍ଟର ଗୁଡ଼ିକ ଗୁରୁତ୍ୱ ଦେଉଛନ୍ତି । ଟେକ୍ନୋଲୋଜିରେ କମ୍ପାନିଗୁଡ଼ିକ ବଡ଼ ପରିମାଣର ଖର୍ଚ୍ଚ  କରୁଛନ୍ତି । ୨୦୨୫ ଶେଷ ବେଳକୁ ଏହି ଖର୍ଚ୍ଚ ୪.୯୨  ଲକ୍ଷ କୋଟି ଡଲାର ଛୁଇଁବାର ଢ଼େର ସମ୍ଭାବନା ରହିଛି ।  ଭାରତ ନିକଟରେ ରହିଥିବା ଯୁବଶ୍ରମ ଶକ୍ତି, ଏସ୍‌ଟିଇଏମ୍‌  ଗ୍ରାଜୁଏଟ ଏବଂ ଏଆଇ ଟେକ୍ନୋଲୋଜି ଭାରତ ଲାଗି  ଅଭିବୃଦ୍ଧିରେ ଏକ ପ୍ରମୁଖ ଯୋଗଦାନକାରୀ ପାଲଟିବେ ।