ପ୍ରମୂଖ ଖବର
  • ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି,ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ
  • ||
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ଗୋଲ୍ଡମ୍ୟାନ ସ୍ୟାଚ୍‌ ଆକଳନ: ୧୦ ବର୍ଷରେ ଭାରତର ଜିଡିପି ହେବ ୧୦ ଲକ୍ଷ କୋଟି ଡଲାର

Published By : Prameya | July 16, 2025 10:30 AM

ନୂଆଦିଲ୍ଲୀ,୧୬/୦୭: ବିଶ୍ୱର ବଜାରର ଅନିଶ୍ଚିତତା ସ୍ଥିତିରେ ଭାରତ ଅଭିବୃଦ୍ଧି ଜାରି ରଖିବ । ଆର୍ଥିକ ସଂସ୍କାର ସହ ଅନ୍ୟ ସୁଚିନ୍ତିତ ପଦକ୍ଷେପ ଯୋଗୁ ଦେଶ ଆଗାମୀ ୧ ଦଶନ୍ଧିରେ ୧୦ ଲକ୍ଷ କୋଟି ଡଲାର ଅର୍ଥ ବ୍ୟବସ୍ଥା ପାଲଟିବ ବୋଲି ଗୋଲ୍ଡ ମ୍ୟାନ ସ୍ୟାଚ୍‌  ପକ୍ଷରୁ ଅନୁମାନ କରାଯାଇଛି । 

ଗୋଲ୍ଡମ୍ୟାନ ସ୍ୟାଚ୍‌ର ଭାରତ ସହ ଅଧ୍ୟକ୍ଷ ଗୁଞ୍ଜନ ସମ୍‌ଦାନି କହିଛନ୍ତି,ଭାରତ  ୧୦ ଲକ୍ଷ କୋଟି ଡଲାରର ଅର୍ଥବ୍ୟବସ୍ଥା ପାଲଟିଲେ  ବୈଶିକ କ୍ଷମତା କେନ୍ଦ୍ର ଗୁଡ଼ିକ ଅର୍ଥନୀତିରେ ୦.୫  ଲକ୍ଷ କୋଟି ଡଲାର ଯୋଗଦାନ ଦେବେ । ଦେଶ  ମଧ୍ୟରେ ଗ୍ଲୋବାଲ କାପାବିଲିଟି ସେଣ୍ଟର ଗୁଡ଼ିକ ୨-୨.୫  କୋଟି ରୋଜଗାର ସୃଷ୍ଟି କରିବାର ସମ୍ଭାବନା ରହିଛି ।  ୨୦୩୫ ସୁଦ୍ଧା ଦେଶ ପ୍ରମୁଖ ଅଭିବୃଦ୍ଧି ଶୀଳ ଅର୍ଥନୀତି  ମଧ୍ୟରେ ବିଶ୍ୱ ଜିଡିପିକୁ ୬୫% ଯୋଗଦାନ ଦେବ ।  ବିଶ୍ୱ ଜିଡିପିକୁ ଅଂଶ ବଢ଼ାଇବା ଲାଗି ଭାରତ ନିକଟରେ  ପର୍ଯ୍ୟାପ୍ତ ସମ୍ଭାବନା ରହିଛି । 

ସମ୍‌ଦାନି ପୁଣି କହିଛନ୍ତି, ଏବେ କୃତ୍ରିମ ବୁଦ୍ଧିମତା (ଏଆଇ) ବିଶ୍ୱ ସ୍ତରରେ ଏକ  ଆକର୍ଷକ ପରିବର୍ତ୍ତନକାରୀ ଭାବେ ଉଭା ହୋଇଛି । ଏହା ସହ ଅଟୋମେଶନ ଏବଂ ନବସୃଜନ କ୍ଷେତ୍ରକୁ ମଧ୍ୟ  ଗ୍ଲୋବାଲ କାପାବିଲିଟି ସେଣ୍ଟର ଗୁଡ଼ିକ ଗୁରୁତ୍ୱ ଦେଉଛନ୍ତି । ଟେକ୍ନୋଲୋଜିରେ କମ୍ପାନିଗୁଡ଼ିକ ବଡ଼ ପରିମାଣର ଖର୍ଚ୍ଚ  କରୁଛନ୍ତି । ୨୦୨୫ ଶେଷ ବେଳକୁ ଏହି ଖର୍ଚ୍ଚ ୪.୯୨  ଲକ୍ଷ କୋଟି ଡଲାର ଛୁଇଁବାର ଢ଼େର ସମ୍ଭାବନା ରହିଛି ।  ଭାରତ ନିକଟରେ ରହିଥିବା ଯୁବଶ୍ରମ ଶକ୍ତି, ଏସ୍‌ଟିଇଏମ୍‌  ଗ୍ରାଜୁଏଟ ଏବଂ ଏଆଇ ଟେକ୍ନୋଲୋଜି ଭାରତ ଲାଗି  ଅଭିବୃଦ୍ଧିରେ ଏକ ପ୍ରମୁଖ ଯୋଗଦାନକାରୀ ପାଲଟିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.