ନୂଆଦିଲ୍ଲୀ,୧।୯: ସରକାର ସୋମବାର ଜିଏସଟି କଲେକ୍ସନ ତଥ୍ୟ ସେୟାର କରିଛନ୍ତି, ଯାହାକି ଖୁବ୍ ଆଶ୍ବସ୍ଥିଜନକ ରହିଛି। ସରକାରୀ ସଂଖ୍ୟା ଉପରେ ଯଦି ନଜର ପକାଇବା, ତେବେ ଅଗଷ୍ଟ ମାସରେ କଲେକ୍ସନ ୧.୮୬ ଲକ୍ଷ କୋଟି ଟଙ୍କା ରହିଛି, ଯାହାକି ଗତ ବର୍ଷର ସମାନ ସମୟସୀମା ତୁଳନାରେ ୬.୫ ପ୍ରତିଶତ ଅଧିକ। ଉଲ୍ଲେଖନୀୟ ଯେ, ଅଗଷ୍ଟ ୨୦୨୪ ରେ ୧.୭୫ ଲକ୍ଷ କୋଟି ଟଙ୍କା ରହିଥିଲା। ସେଭଳି ଗତ ମାସର ଯଦି କଥା ହେବା, ତେବେ ଜୁଲାଇ ୨୦୨୫ରେ ଜିଏସ୍ଟି ସଂଗ୍ରହରେ ସରକାରଙ୍କ ରାଜକୋଷକୁ ୧.୯୬ ଲକ୍ଷ କୋଟି ଟଙ୍କା ଆସିଥିଲା।
ସୋମବାର ଜାରି ସରକାରୀ ତଥ୍ୟ ଅନୁସାରେ, ଘରୋଇ ରାଜସ୍ବରେ ବୃଦ୍ଧି ହେତୁ ଅଗଷ୍ଟରେ ଗ୍ରସ୍ ଜିଏସଟି କଲେକ୍ସନ ୧.୮୬ ଲକ୍ଷ କୋଟି ଟଙ୍କାରୁ ଅଧିକରେ ପହଁଞ୍ଚିଛି। ଗତ ମାସ ଏହି ରେଭିନ୍ୟୁ ୯.୬ %ରୁ ବଢି ୧.୩୭ ଲକ୍ଷ କୋଟି ହୋଇଯାଇଥିଲା। ସେଭଳି ଆମଦାନୀ ଶୁଳ୍କ ୧.୨ ପ୍ରତିଶତ ହ୍ରାସ ପାଇ ୪୯,୩୫୪ କୋଟି ଟଙ୍କା ହୋଇଯାଇଚି। ଜିଏସ୍ଟି ରିଫଣ୍ଡ ଉପରେ ନଜର ପକାଇବା ଯଦି, ତେବେ ପ୍ରତି ବର୍ଷ ୨୦% ହ୍ରାସ ପାଇ ୧୯,୩୫୯ କୋଟି ଟଙ୍କା ରହି ଯାଇଛି।

ଜିଏସ୍ଟି କଲେକ୍ସନ ଏପର୍ଯ୍ୟନ୍ତ ସବୁଠାରୁ ବଡ ସଂଖ୍ୟା ଉପରେ ନଜର ପକାଇବା ତେବେ, ଏହା ଚଳିତ ବର୍ଷ ଅପ୍ରେଲ ମାସରେ ଥିଲା। ଯେତେବେଳ ସରକାର ଜିଏସ୍ଟି ସଂଗ୍ରହରୁ ୨.୩୭ ଲକ୍ଷ କୋଟି ଟଙ୍କା ଆୟ କରିଥିଲେ। ଏହି ଜିଏସ୍ଟି ଲାଗୁ ହେବା ପରଠାର ଏପର୍ଯ୍ୟନ୍ତର ସବୁଠାରୁ ବଡ଼ କଲେକ୍ସନ ଥିଲା। ସବୁଠାରୁ ବଡ଼ କଥା ଯେ, ଜୋରଦାର ଜିଏସ୍ଟି କଲେକ୍ସନର ଏହି ସମୟରେ ହୋଇଛି,ଯେତେବେଳେ ଦୁଇ ଦିନ ପରେ ଜିଏସ୍ଟି କାଉନସିଲ୍ର ବୈଠକ ହେବାର ଅଛି। ଯେଉଁଥିରେ ଜିଏସ୍ଟି ରିଫର୍ମ ଅନୁସାରେ ଟ୍ୟାକ୍ସ ସ୍ଲାବ୍ର ସଂଖ୍ୟାକୁ କମ୍ କରିବା, ଜିଏସ୍ଟି ରେଟ୍କୁ ଯୁକ୍ତିସଙ୍ଗତ କରିବା ନେଇ ଚର୍ଚ୍ଚା ହେବାର ଅଛି।