ନୂଆଦିଲ୍ଲୀ – ଗୁଗଲ ନିଜ ଟିମ୍ରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଅଦଳବଦଳ କରିଛି। ପ୍ରଭାକର ରାଘବନଙ୍କୁ କମ୍ପାନୀର ଚିଫ୍ ଟେକ୍ନୋଲୋଜିଷ୍ଟ ଭାବେ ନିଯୁକ୍ତ କରିଛନ୍ତି। ପ୍ରଭାକର ରାଘବନ ପ୍ରଥମେ ଗୁଗଲର ବରିଷ୍ଠ ଭାଇସ୍ ପ୍ରେସିଡେଣ୍ଟ ଥିଲେ । ସେ ଏବେ ନିକ୍ ଫକ୍ସଙ୍କ ସ୍ଥାନରେ ରହିବେ। ଏହି ପରିବର୍ତ୍ତନର ଘୋଷଣା ଗୁଗଲର ସିଇଓ ସୁନ୍ଦର ପିଚାଇ ଏକ ବ୍ଲଗ ପୋଷ୍ଟ ମାଧ୍ୟମରେ କରିଛନ୍ତି , ଯେଉଁଥିରେ ସେ କହିଛନ୍ତି କି, ରାଘବନ ଗତ ୧୨ ବର୍ଷରୁ ଗୁଗଲର ସର୍ଚ୍ଚ ଟିମ୍ର ନେତୃତ୍ୱ ନେଉ ଥିଲେ।
ପିଚାଇ କହିଛନ୍ତି , ପ୍ରଭାକର ରାଘବନ ନିଷ୍ପତ୍ତି ନେଇଛନ୍ତି କି, ତାଙ୍କ କ୍ୟାରିୟରରେ ଏକ ବଡ଼ ପଦକ୍ଷେପ ନେବାର ସମୟ ଆସି ଯାଇଛି। ଏହି ଭୂମିକାରେ ସେ ମୋ ସହ ଓ ଗୁଗଲର ନେତାଙ୍କ ସହ ମିଶି ଟେକ୍ନିକୀୟ ଦିଗ ଓ ନେତୃତ୍ୱ ପ୍ରଦାନ କରିବେ ଏବଂ ଆରମ୍ଭ ଟେକ୍ନିକୀୟ ଉତ୍କୃଷ୍ଟତାର ସଂସ୍କୃତିକୁ ଆଗକୁ ନେବେ।
ଉକ୍ତ ମହତ୍ତ୍ୱପୂର୍ଣ୍ଣ ଅଦଳବଦଳ ଏହି ସମୟରେ ହୋଇଛି , ଯେତେବେଳେ ଗୁଗଲ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଦ୍ରୁତ ଗତିରେ ବଢିବାକୁ ନିଜ ଟିମ୍ରେ ପରିବର୍ତ୍ତନ କରୁଛି, ବିଶେଷକରି ପ୍ରତିଯୋଗିତା ବୃଦ୍ଧିକୁ ଦେଖି। ଗୁଗଲ ଅନେକ ଆଣ୍ଟିଟ୍ରଷ୍ଟ ମାମଲାର ମଧ୍ୟ ସାମ୍ନା କରୁଛି, ଯାହା ଏହାର ସର୍ଚ୍ଚ ଓ ବିଜ୍ଞାପନ ବ୍ୟବସାୟ ସହ ଜଡ଼ିତ।