ପ୍ରମୂଖ ଖବର
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ତିରୁମାଳା ମନ୍ଦିରର ଏସବି ଟ୍ରଷ୍ଟକୁ ୧ କୋଟି ଟଙ୍କା ଦାନ କଲେ ଗୁଗୁଲ ଉପାଧ୍ୟକ୍ଷ

Published By : Anindita Ratha | June 26, 2025 2:24 PM

ନୂଆଦିଲ୍ଲୀ,୨୬/୦୬: ତିରୁମାଳା ତରୁପତି ମନ୍ଦିରକୁ ୧ କୋଟି ଟଙ୍କା ଦାନ କଲେ ଗୁଗୁଲ ଉପାଧ୍ୟକ୍ଷ ଚନ୍ଦ୍ରଶେଖର ଥୋଟା।  ଚନ୍ଦ୍ରଶେଖର ତିରୁମାଳାର ଟିଟିଡ଼ି ଚେୟାରମ୍ୟାନ ବିଆର୍ ନାଇଡ଼ୁଙ୍କୁ ଏହି ଚେକ୍ ପ୍ରଦାନ କରିଛନ୍ତି । ଏହି ଦାନକୁ ନେଇ ମନ୍ଦିର ସମିତି ତରଫରୁ ସୂଚନା ମିଳିଛି। 

ସୂଚନା ଅନୁଯାୟୀ,ଗୁଗୁଲ ଉପାଧ୍ୟକ୍ଷ ଚନ୍ଦ୍ରଶେଖର ଗୁରୁବାର ଦିନ ଟିଟିଡ଼ିର ଟ୍ରଷ୍ଟକୁ ୧ କୋଟି ଟଙ୍କା ଦାନ କରିଛନ୍ତି । ଚନ୍ଦ୍ରଶେଖର ଥୋଟା ଅନେକ ଥର ତିରୁମାଳା ତିରୁପତିଙ୍କ ଦର୍ଶନ ପାଇଁ ଯାଇଛନ୍ତି । ଏଥିସହ ଅନେକ ଥର ଦାନ ମଧ୍ୟ କରିଛନ୍ତି । ତେବେ ତିରୁପତି ବିଶ୍ୱର ସବୁଠୁ ଧନୀ ମନ୍ଦିର ଟ୍ରଷ୍ଟ। ୨୦୨୪ ମସିହାର ଏକ ରିପୋର୍ଟ ଅନୁସାରେ, ମନ୍ଦିର ଟ୍ରଷ୍ଟ ୨୦୨୪ରେ ୧୧୬୧ କୋଟି ଟଙ୍କା ଏଫ୍‌ଡ଼ି କରାଇଥିଲେ। ଯାହା ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ ଟଙ୍କାର ଜମାରାଶି । ଏହା ବ୍ୟତୀତ ଟ୍ରଷ୍ଟର ବ୍ୟାଙ୍କରେ ମୋଟ ୧୩୨୮୭ କୋଟି ଟଙ୍କାର ଏଫଡ଼ି ରହିଛି । ଏହା ଦେଶର ଗୋଟିଏ ଏଭଳି ମନ୍ଦିର ଯାହା ଗତ ୧୨ ବର୍ଷରେ ଅତିକମ୍‌ରେ ୫୦୦ କିମ୍ବା ତାଠାରୁ ଅଧିକ ଟଙ୍କା ବ୍ୟାଙ୍କରେ ଜମା କରିସାରିଛି। ତିରୁମାଳା ମନ୍ଦିରକୁ ପ୍ରତିବର୍ଷ ଅତିକମରେ ଏକ ଟନ୍ ସୁନା ଦାନରେ ମିଳିଥାଏ। ଯେଉଁଥିପାଇଁ ଏହାକୁ ସବୁଠୁ ଧନୀ ଟ୍ରଷ୍ଟ ଅଟେ ।   


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.