ପ୍ରମୂଖ ଖବର
  • ଶେରଗଡ଼ : ଚୁଡି ଦୋକାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ରିମାଣ୍ଡରେ ଆସିବ ଅଭିଯୁକ୍ତ ପୁରୁଷ ବନ୍ଧୁ
  • ||
  • କୂଅରୁ ମିଳିଲା ବଲାଙ୍ଗୀର : ୱାର୍ଡ଼ ମେମ୍ବରଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କିଟ୍ ଛାତ୍ରୀ ମୃତ୍ୟୁ ମାମଲା: ପୋଲିସକୁ ମିଲିଲା ସୁଇସାଇଡ୍‌ ନୋଟ୍‌
  • ||
  • AIIMSରେ ସିବିଆଇ ରେଡ୍‌, ନିଯୁକ୍ତି ସ୍କାମ୍‌ର ଚାଲିଛି ତାନାଘନା
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • କଟକ : ପରକୀୟା ପ୍ରୀତିକୁ ନେଇ ହତ୍ୟା, ଶାବଳରେ ପିଟି ପିଟି ୬୨ ବର୍ଷିୟ ବୃଦ୍ଧଙ୍କୁ ହତ୍ୟା କଲା ସ୍ୱାମୀ
  • ||
  • ବୋରିଗୁମ୍ମା : ରାସ୍ତା ମଝିରେ ଥିବା ଟ୍ରକ୍‌କୁ ପିଟିଲା ବାଇକ୍‌, ୨ ମୃତ
  • ||
  • ବାଲେଶ୍ୱର : ଭାରସାମ୍ୟ ହରାଇ ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଆହତ
  • ||
  • କଟକ : ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ, କାରଣ ଅସ୍ପଷ୍ଟ
  • ||

ଫୋନ୍‌ରେ ଲେଖନ୍ତୁ 'ମହାକୁମ୍ଭ' , ଗୋଲାପୀ ଫୁଲରେ ଭରିଯିବ ମୋବାଇଲ ସ୍କ୍ରିନ୍‌

Published By : Prameya | January 13, 2025 6:31 PM

ନୂଆଦିଲ୍ଲୀ : ଦୁନିଆର ସବୁଠୁ ବଡ଼ ସର୍ଚ୍ଚିଂ ପ୍ଲାଟଫର୍ମ ହେଉଛି ଗୁଗଲ, ଯିଏ ଏହି ସମୟରେ ଭାରତରେ ଅନୁଷ୍ଠିତ ହେଉଥିବା ମହାକୁମ୍ଭ ପର୍ବର ଭକ୍ତିରେ ବୁଡ଼ିଛି। ୟୁପିର ପ୍ରୟାଗରାଜରେ ମହାକୁମ୍ଭର ଆୟୋଜନ ହେଉଛି, ଯେଉଁଥିରେ ଦେଶ ବିଦେଶରୁ ଅନେକ ଲୋକେ ସାମିଲ ହେବାକୁ ଆସୁଛନ୍ତି। ଏହି ଅବସରକୁ ଏକ ନିଆରା ଓ ସ୍ୱତନ୍ତ୍ର ପ୍ରକାରର କରିବା ପାଇଁ ଗୁଗଲ ଏକ ମ୍ୟାଜିକ ଟୁଲ୍‌ ବାହାର କରିଛି। ଯଦି ଆପଣ ଗୁଗଲରେ 'ମହାକୁମ୍ଭ' ଲେଖି ସର୍ଚ୍ଚ କରିବେ, ତ ଆପଣଙ୍କର ପୂରା ସ୍କ୍ରିନ୍‌ ଗୋଲାପୀର ପାଖୁଡାରେ ଭରିଯିବ। ଏହାସହ ଆପଣ ଏହି ଫଟୋକୁ କାହାକୁ ବି ସେୟାର କରି ପାରିବେ।

ଏଥିପାଇଁ ଆପଣଙ୍କୁ ନିଜର ଫୋନ୍‌ ବା ଡେସ୍କଟପ୍‌ରେ ସର୍ଚ୍ଚ ଆପ୍‌ ଗୁଗଲକୁ ଓପନ କରିବାକୁ ହେବ। ଏହାପରେ ଏହା ଉପରେ ହିନ୍ଦୀ, ଇଂରାଜୀ କୌଣସି ବି ଭାଷାରେ ମହାକୁମ୍ଭ ଲେଖିବାକୁ ହେବ। ଏହା ଲେଖିବାର କିଛି ମିନିଟ୍‌ ପରେ ସ୍କ୍ରିନ୍‌ରେ ଗୋଲାପ ପାଖୁଡାର ବର୍ଷା ହେବ। ଏହାସହ ତଳ ଆଡ଼କୁ ଆପଣଙ୍କୁ ସ୍କ୍ରିନ୍‌ରେ ୩ଟି ଅପସନ ଦେଖାଯିବ। ଏହା ପୂର୍ବରୁ ଅପସନରେ କ୍ଲିକ୍‌ କରି ଗୋଲାପର ପାଖୁଡ଼ା ଖସିବାକୁ ରୋକା ଯାଇ ପାରିବ, ପୁଣି ମିଡ଼ିଲ ଅପସନରେ ଟ୍ୟାପ୍‌ କରି ଅଧିକ ସଂଖ୍ୟାରେ ଗୋଲାପର ପାଖୁଡ଼ା ବର୍ଷା କରି ପାରିବେ। ସେପଟେ ୩ୟ ଅପସନରେ ଟ୍ୟାପ୍‌ କରି ଏହି ଗୋଲାପୀ ଫୋନ ସ୍କ୍ରିନ୍‌କୁ କାହା ସହ ସେୟାର ବି କରି ପାରିବ।  

ଉଲ୍ଲେଖନୀୟ ଯେ, ଏଥର ମହାକୁମ୍ଭରେ ଆପ୍ପଲର ସଂସ୍ଥାପକ ଷ୍ଟିଭ୍‌ ଜବ୍ସଙ୍କର ପତ୍ନୀ ଲରେନ ଜବ୍ସ ସାମିଲ ହୋଇଛନ୍ତି। ଲରେନ ମହାକୁମ୍ଭ ବେଳେ କଳ୍ପବାସ କରିବେ ଏବଂ ସାଧୁଙ୍କ ସଙ୍ଗରେ ରହିବେ। ସେ ଏହି ସମୟରେ କୁମ୍ଭରେ ରହିବେ ଏବଂ ଗଙ୍ଗାରେ ବୁଡ଼ ଦେବେ।

ଚଳିତଥର ମହାକୁମ୍ଭ ୧୨ ବର୍ଷ ପରେ ଆୟୋଜିତ ହେଉଛି। ଏହିଥର ମହାକୁମ୍ଭରେ ୩୫ କୋଟି ଶ୍ରଦ୍ଧାଳୁଙ୍କ ଆସିବାର ଆଶା କରାଯାଉଛି। ମହାକୁମ୍ଭ ୧୩ ଜାନୁଆରୀରୁ ୨୬ ଫେବ୍ରୁଆରୀ ଯାଏ ଆୟୋଜିତ ହେବ। ଏହାର ଆୟୋଜନ ପାଖାପାଖି ୧୦,୦୦୦ ଏକର କ୍ଷେତ୍ରରେ ହେଉଛି। କହି ରଖୁଛୁ କି , ଏହା ପ୍ରଥମ ମହାକୁମ୍ଭ , ଯାହା ଜାନୁଆରୀ ୨୦୨୪ରେ ଅଯୋଧ୍ୟାରେ ଭଗବାନ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ହେଉଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.