ପ୍ରମୂଖ ଖବର
  • ବାଲେଶ୍ୱର : ବାସଭବନରେ ପହଞ୍ଚିଲା ପ୍ରଶାନ୍ତଙ୍କ ପ୍ରାର୍ଥିବ ଶରୀର, ଶୋଭାଯାତ୍ରା ପରେ ହେବ ଅନ୍ତିମ ସଂସ୍କାର
  • ||
  • IPL 2025: ଆଜି ବେଙ୍ଗାଲୁରୁକୁ ଭେଟିବ ରାଜସ୍ଥାନ, ଘରୋଇ ଗ୍ରାଉଣ୍ଡରେ ଆରସିବିର ପ୍ରଥମ ବିଜୟ ଲକ୍ଷ୍ୟ
  • ||
  • ଢେଙ୍କାନାଳ : କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ: ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା, ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
  • ||
  • ଗୁରୁବାର ଭୀଷଣ ଗ୍ରୀଷ୍ମ ପ୍ରକୋପ, ୨୬ ଯାଏ ଆକାଶରୁ ଅଗ୍ନିବର୍ଷା: ଉପକୂଳରେ ଅସହ୍ୟ ହେବ ତାତି, ଗୁଳୁଗୁଳି
  • ||

ହୋଇପାରୁନି UPI ଟ୍ରାଞ୍ଜାକସନ୍ : ଗୁଗୁଲ ପେ, ଫୋନ୍‌ ପେ ଏବଂ ପେଟିଏମ୍‌ରେ ହୋଇପାରୁନି ପେମେଣ୍ଟ

Published By : prameya | April 12, 2025 1:47 PM

ନୂଆଦିଲ୍ଲୀ,୧୨।୪: ଅନଲାଇନ୍ ପେମେଣ୍ଟରେ ସମସ୍ୟା। ଆଡୁଆରେ ପଡିଲେ ଦେଶର କୋଟି କୋଟି Google Pay, PhonePe, ଓ Paytm ୟୁଜର୍ସ । ମଧ୍ୟାହ୍ନ ୧୨ଟାରୁ UPI ସର୍ଭିସ ଡାଉନ୍। ଏଥିପାଇଁ ହୋଇ ପାରୁନି  ଡିଜିଟାଲ୍ ପେମେଣ୍ଟ।  ଏନେଇ ସୋସିଆଲ ମିଡିଆରେ ଲୋକେ ଦେଇଛନ୍ତି ସୂଚନା।  ଏହା ପ୍ରଥମ ଥର ନୁହେଁ, ଗତ ମାସ ମାର୍ଚ୍ଚ ୨୬ ରେ ମଧ୍ୟ  ଅଢେଇ ଘଣ୍ଟା ପାଇଁ ୟୁପିଆଇ ସର୍ଭିସ୍ ହୋଇଥିଲା ଠପ୍।


ସାରା ଦେଶରେ ୟୁପିଆଇ ସର୍ଭିସ ଡାଉନ୍। ହୋଇପାରୁନି ଡିଜିଟାଲ ପେମେଣ୍ଟ। ଗୁଗୁଲ ପେ, ଫୋନ୍ ପେ, ପେଟିଏମ୍ ଏବଂ ଏସ୍‌ବିଆଇ ଡିଜିଟାଲରେ ଲେଣଦେଣ ସର୍ଭିସ ବନ୍ଦ। କେଉଁ କାରଣରୁ ଏଭଳି ଆଉଟେଜ୍ ସମସ୍ୟାର ସାମନା କରିବାକୁ ସେ ନେଇ ଜଣାପଡିନି। ସେପେଟ ଏନ୍‌ପିସିଆଇ ବା ନ୍ୟାସନାଲ ପେମେଣ୍ଟ କର୍ପୋସେନ୍‌ ଅଫ୍ ଇଣ୍ଡିଆ ମଧ୍ୟ କିଛି ସୂଚନା ଦେଇ ନାହିଁ। ୟୁପିଆଇ ଡାଉନ୍ ହେବା କାରଣରୁ କ୍ୟଆର କୋଡ ସ୍କାନ୍ ପରେ ବି ପେମେଣ୍ଟ ଅଟକି ରହୁଛି। ୟୁଜର୍ସଙ୍କୁ ଟ୍ରାଞ୍ଜକସନ୍ ଫେଲଡ୍‌ କିମ୍ବା ପ୍ରୋସେସିଂ ମେସେଜ୍ ବାରମ୍ବାର ଆସୁଛି। ଏହି କାରଣରୁ ଅନଲାଇନ୍ କିଣାବିକା ପ୍ରଭାବିତ ହୋଇଛି। 

ଡାଉନଡିଟେକ୍ଟର ରିପୋର୍ଟ ଅନୁସାରେ, ଦିଲ୍ଲୀ- ଏନ୍‌ସିଆର, ମୁମ୍ବାଇ, ପୁଣେ, ବେଙ୍ଗାଲୁର ଓ ହାଇଦ୍ରାବାଦ ଭଳି ପ୍ରମୁଖ ସହରରେ ବହୁ ସଂଖ୍ୟାରେ ଲୋକେ ଏଭଳି ସମସ୍ୟାର ସାମନା କରୁଛନ୍ତି। ୟୁପିଆଇ ଆଉଟେଡ୍ ବିଷୟରେ ଟ୍ବିଟର, ଇନଷ୍ଟାଗ୍ରାମ୍‌ରେ ମଧ୍ୟ ମଜାଦାର ମିମ୍ସ ଭାଇରାଲ ହେଉଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.