ନୂଆଦିଲ୍ଲୀ : ଯଦି ଆପଣଙ୍କର ସ୍ମାର୍ଟଫୋନ୍ରେ ବଛା ବଛା ଆପ୍ସ ଇନଷ୍ଟାଲ ଅଛି ତ , ବଡ଼ ବିପଦରେ ଆପଣ ପଡ଼ି ପାରନ୍ତି। ଗୁଗଲ ପ୍ଲେ ଷ୍ଟୋରରେ ଥିବା ୩୦୦ରୁ ଅଧିକ ମାଲିସିୟସ୍ ଆପ୍ସକୁ ହଟାଇ ଦେଇଛି , କାରଣ ଏହି ଫିଶିଂ କ୍ୟାମ୍ପେନ ସହ ଜଡ଼ିତ ଥିଲା। ସାମ୍ନାକୁ ଆସିଛି ଯେ, ଏହି ୩୩୧ ଆପ୍ସ ଭେପର ଅପରେସନ ସହ ଜଡ଼ିତ ଏବଂ ବଛା ବଛା ଆଣ୍ଡ୍ରଏଡ୍ ଭର୍ସନ୍ସରେ ସିକ୍ୟୁରିଟି ଫିଚର୍ସକୁ ବାଇପାସ କରି ପାରନ୍ତି। ଏହି ଆପ୍ସକୁ ୬କୋଟିରୁ ଅଧିକ ଥର ଡାଉନଲୋଡ୍ କରାଯାଇଛି।
ମାଲିସିୟସ କ୍ୟାମ୍ପେନର ସୂଚନା ଗତ ବର୍ଷର ଆରମ୍ଭରେ IAS Threat Lab ପକ୍ଷରୁ ଦିଆ ଯାଇଛି। ସେତେବେଳେ ଏହି କ୍ୟାମ୍ପେନ ଓ ମାଲୱେୟର ସହ ଜଡ଼ିତ ୧୮୦ ଟି ଆପ୍ସର ସୂଚନା ମିଳିଥିଲା। ଏହି ଆପ୍ସ ମାଧ୍ୟମରେ ୟୁଜର୍ସଙ୍କର ପର୍ସନାଲ ସୂଚନା ଚୋରି କରାଯାଇ ଥାଏ ଏବଂ ତାଙ୍କୁ ଅନେକ ଗୁଡ଼ିଏ ବିଜ୍ଞାପନ ଦେଖାଯାଇ ଥାଏ । ଏହା ବ୍ୟତୀତ ଏହି ଆପ୍ସ ୟୁଜର୍ସଙ୍କର ବ୍ୟାକିଂ ଡାଟା ମଧ୍ୟ ବ୍ୟବହାର କରିପାରେ। Bleeping Computerର ରିପୋର୍ଟରେ ଏହି ଆପ୍ସ ଓ ଏଥି ସହ ଜଡ଼ିତ ବିପଦ ବିଷୟରେ କୁହାଯାଇଛି।
ଭେପର ଅପରେସନ କ୍ୟାମ୍ପେନ କଣ ?
ସାଇବର ଅପରାଧୀ ଗତ ବର୍ଷର ଆରମ୍ଭରୁ ହିଁ ଏହି କ୍ୟାମ୍ପେନ ଚଲାଉଛନ୍ତି ଏବଂ ଏହାର ଆରମ୍ଭ ଏକ ଆଡ୍-ଫ୍ରଡ୍ ସ୍କମ୍ ଭାବେ ହୋଇ ଥିଲା । ଆଇଏଏସ୍ ଥ୍ରେଟ୍ ଲ୍ୟାବ୍ ଏହା ବିଷୟରେ ସର୍ବ ପ୍ରଥମେ ରିପୋର୍ଟ କରି ଥିଲା ଏବଂ ଜଣାପଡ଼ି ଥିଲା ଯେ , ପ୍ରତିଦିନ ପାଖାପାଖି ୨୦ କୋଟି ଫ୍ରଡ୍ ଆଡ୍ ଦେଖାଯାଉ ଥିଲା। ଏହି ଆପ୍ସକୁ ଫେକ୍ କ୍ଲିକ୍ସ ମାଧ୍ୟମରେ ଆଡଭାର୍ଟାଇଜର୍ସଙ୍କ ବଜେଟ୍ ଖର୍ଚ୍ଚ କରିବା ପାଇଁ ତିଆରି କରାଯାଇ ଥିଲା।
ସାମନାକୁ ଆସିଛି ଯେ, ଏବେ ହଟାଯାଇ ଥିବା ଆପ୍ସକୁ ଅଲଗା ଅଲଗା କ୍ୟାଟେଗୋରି ପାଇଁ ଡିଜାଇନ୍ କରାଯାଇଛି ଏବଂ ତାଙ୍କୁ ହେଲଥ୍ ଟ୍ରାକର୍ସ, କ୍ୟୁଆର୍ ସ୍କାନର୍ସ, ନୋଟ୍-ଟେକିଂ ଟୁଲ୍ସ ଓ ବ୍ୟାଟେରୀ ଅପ୍ଟିମାଇଜର୍ସ ଭାବେ ଡେଭେଲପ୍ କରାଯାଇଛି। ହେଲେ , ଏହି ବ୍ୟାକଗ୍ରାଉଣ୍ଡରେ ନିଜର କାମ କରିଥାନ୍ତି ଏବଂ ୟୁଜରଙ୍କର କ୍ଷତି ହୋଇଥାଏ ।
ହଟାଯାଇ ଥିବା ଆପ୍ସରେ ଏହି ନାଁ ସାମିଲ୍ –
ପ୍ଲେ ଷ୍ଟୋରରୁ ହଟାଯାଇ ଥିବା ଆପ୍ସର ତାଲିକାରେ Aqua Tracker , ClickSave Downloader ଓ Scan Hawk ଆଦି ସାମିଲ ଅଛି। ଏହିସବୁ ଆପ୍ସକୁ ୧୦ ଲକ୍ଷରୁ ଅଧିକ ଥର ଡାଉନଲୋଡ୍ କରାଯାଇ ଥିଲା। ଏହାସହ TranslateScan ଓ BeatWatch ଆପ୍ସକୁ ମଧ୍ୟ ୫୦ ଲକ୍ଷ ଥର ଡାଉନଲୋଡ କରାଯାଇ ଥିଲା। ଏହି ସହୁ ଆପ୍ସକୁ ଅକ୍ଟୋବର , ୨୦୨୪ରୁ ମାର୍ଚ୍ଚ , ୨୦୨୫ ମଧ୍ୟରେ ପ୍ଲେ ଷ୍ଟୋରରେ ଅପଲୋଡ୍ କରାଯାଇ ଥିଲା।
ୟୁଜରଙ୍କୁ ନିଜର ଡିଭାଇସକୁ ଏମିତି ମାଲିସିୟଲ ଆପ୍ସକୁ ତୁରନ୍ତ ଡିଲିଟ୍ କରିଦେବା ଉଚିତ୍।