ନୂଆଦିଲ୍ଲୀ,୪।୫: ଆପଣ ମହାକାଶରେ ଯାତ୍ରା କରୁଥିବା ମହାକାଶଚାରୀଙ୍କ ସ୍ପେସ୍ ସୁଟ୍ରେ ଅକ୍ସିଜେନ୍ ସିଲିଣ୍ଡର ଦେଖିଥିବ ନିଶ୍ଚୟ। ମହାକାଶଚାରୀଙ୍କ ପାଇଁ ଏହି ଅମ୍ଳଜାନ ବା ଅକ୍ସିଜେନ୍ ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ମହାକାଶରେ କୌଣସି ଅମ୍ଳଜାନ ନାହିଁ, ତେଣୁ ସେମାନେ ଏହି ସିଲିଣ୍ଡର ମାଧ୍ୟମରେ ନିଶ୍ୱାସ ନିଅନ୍ତି।
କିନ୍ତୁ ଆପଣ କେବେ ଭାବିଛନ୍ତି କି ପୃଥିବୀଠାରୁ କେତେ ଉଚ୍ଚରେ ଆମେ ଅକ୍ସିଜେନ୍ର ସହାୟତା ବିନା ବଞ୍ଚିପାରିବା? ଅର୍ଥାତ୍, ପୃଥିବୀ ପୃଷ୍ଠରୁ କେତେ ଉଚ୍ଚତା ପର୍ଯ୍ୟନ୍ତ ଅମ୍ଳଜାନ ଉପଲବ୍ଧ ଏବଂ ଅମ୍ଳଜାନ ସହାୟତା ବିନା ଜଣେ ମଣିଷ କେତେ ଉଚ୍ଚତା ପର୍ଯ୍ୟନ୍ତ ଯାତ୍ରା କରିପାରିବ।
ଯଦି ଆପଣ ପାହାଡ ଉପରକୁ ଯାଆନ୍ତି ତେବେ ଅନୁଭବ କରିବେ ଯେତେ ଉପରକୁ ଗଲେ ବି ନିଶ୍ବାସ ନେବାରେ ସମସ୍ୟା ହୁଏ। ଅଧିକ ଉଚ୍ଚତାରେ ଅକ୍ସିଜେନ୍ର ମାତ୍ରା ହାସ ପାଇବାରେ ଲାଗିଥାଏ। ଏହାପରେ ଆମକୁ ଅଲଗା ଭାବରେ ଅକ୍ସିଜେନ୍ ସପୋର୍ଟ ଦରକାର ପଡେ। ବିମାନରେ ଯାତ୍ରା କରିବା ବେଳେ ମଧ୍ୟ ଏଭଳି ହୁଏ। ଅଧିକ ଉଚ୍ଚତାରେ ଅକ୍ସିଜେନ୍ର ମାତ୍ରା କମ୍ ହେବାରେ ଲାଗିଥାଏ। ଏହାଦ୍ବାରା କିଛି ଲୋକଙ୍କୁ ସମସ୍ୟା ମଧ୍ୟ ହୋଇଥାଏ। ଏହି କାରଣରୁ ବିମାନରେ ଜରୁରୀ ସ୍ଥିତିରେ ଅକ୍ସିଜେନ୍ ମାସ୍କ ଦରକାର ପଡିଥାଏ।
ବୈଜ୍ଞାନିକଙ୍କ ଅନୁସାରେ, ପୃଥିବୀ ଉପରେ ଅକ୍ସିଜେନ୍ର ମାତ୍ରା ପ୍ରାୟ ୧୨୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ମିଳିଥାଏ, କିନ୍ତୁ ଆମେ ଯେତେ ଉପରକୁ ଯିବା ଅକ୍ସିଜେନ୍ କମ୍ ହୋଇଥାଏ। ମହାକାଶ ପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ ଶେଷ ହୋଇଯାଏ। ମଣିଷକୁ ବଞ୍ଚିବା ପାଇଁ ଅକ୍ସିଜେନ୍ ପୃଥିବୀଠାରୁ ମାତ୍ର କିଛି ଶହ ମିଟର ପର୍ଯ୍ୟନ୍ତ ଉପଲବ୍ଧ। ଏହାଠାରୁ ଅଧିକ ଉପରକୁ ଗଲେ ନିଶ୍ବାସ ନେବାରେ କଷ୍ଟ ହୁଏ। ଆମକୁ ଅକ୍ସିଜେନ୍ ସପୋର୍ଟ ଦରକାର ପଡିଥାଏ।