ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପିତାଙ୍କ ଅନ୍ତିମ ସଂସ୍କାର ଖର୍ଚ୍ଚ ପାଇଁ ପାଖରେ ନଥିଲା ଟଙ୍କା , ମୃତଦେହକୁ ୨ବର୍ଷ ଯାଏ ଲୁଚାଇ ରଖିଥିଲା ପୁଅ

Published By : Prameya | April 27, 2025 9:08 PM

ନୂଆଦିଲ୍ଲୀ : କୁହାଯାଏ ଅନ୍ତିମ ସଂସ୍କାର ଏକ ଏମିତି ଜିନିଷ ହୋଇଥାଏ, ଯାହାକି ପ୍ରତି ମଣିଷର ହକ୍‌ ହୋଇଥାଏ। ମଣିଷ ଅଜଣା ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରିଦେଇ ଥାଏ ,ଏହାକୁ ତାକୁ ମୁକ୍ତି ମିଳି ଯାଉ ,କିନ୍ତୁ ଜାପାନରୁ ଏକ ଏମିତି ଖବର ସାମ୍ନାକୁ ଆସିଛି ,ଯାହାକୁ ଶୁଣି ସମସ୍ତେ ମୁଣ୍ଡରେ ହାତ ଦେବେ। ଉଲ୍ଲେଖନୀୟ ଯେ, ଏଠାରେ ଜଣେ ଯୁବକ ନିଜ ପିତାଙ୍କ ମୃତ୍ୟୁକୁ ଦୁନିଆରୁ କେବଳ ଏଥିପାଇଁ ଲୁଚାଇ ରଖିଥିଲେ , କାରଣ ଅନ୍ତିମ ସଂସ୍କାର ଖର୍ଚ୍ଚ ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା। କିନ୍ତୁ ଯେତେବେଳେ ବାସ୍ତବ କଥା ଜଣାପଡ଼ିଲା ତ , ଘଟଣା ଆଉ କିଛି ହିଁ ବାହାରିଲା। ପୁଲିସ ଏବେ ତାଙ୍କୁ ଗିରଫ କରି ନେଇଛି ଏବଂ ତାଙ୍କ ଉପରେ ପିତାଙ୍କ ପେନସନ ଆତ୍ମସାତ୍‌ କରିବା ନେଇ କେସ୍‌ ଚାଲିଛି।   

ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ମୁତାବିକ୍‌ ୫୬ ବର୍ଷର ନୋବୁହିକୋ ସୁଜୁକିଙ୍କର ହରକତ ସେତେବେଳେ ସାମ୍ନାକୁ ଆସିଛି , ଯେତେବେଳେ ଗତ ସପ୍ତାହେରୁ ନିଜର ରେଷ୍ଟୁରାଣ୍ଟ ଖୋଲି ନଥିଲେ। ପଡୋଶୀଙ୍କୁ ଏହି କଥାରେ ଯେବେ ସନ୍ଦେହ ହେଲା ସେ ସ୍ଥାନୀୟ ପୁଲିସ ସହ ସଂପର୍କ କରିଥିଲେ। ଯେତେବେଳେ ପୁଲିସ ତାଲା ଭାଙ୍ଗି ଭିତରେ ପଶି ଦେଖିଲା ତ ... ଭିତରେ ଆଲମାରୀରେ ସୁଜୁକିଙ୍କର ପିତାଙ୍କର କଙ୍କାଳ ହିଁ ଥିଲା। 

ସୁଜୁକିଙ୍କୁ ଯେତେବେଳେ ଏହି କଥାର ଖବର ମିଳିଲା, ସେ ସେଠାରେ ପହଞ୍ଚିଲେ। ପୁଲିସ ତାଙ୍କୁ ପଚରାପଚରି କରିବାକୁ ଡାକିଲା। ସୁଜୁକି ପୁଲିସକୁ କହି ଥିଲା କି, ତାଙ୍କର ପିତାଙ୍କ ମୃତ୍ୟୁ ୨୦୨୩ ରେ ହୋଇଥିଲା। ସେ ୮୬ ବର୍ଷ ବୟସର ଥିଲେ। ସୁଜୁକି କହି ଥିଲେ କି, ସେ ତାଙ୍କ ପିତାଙ୍କୁ ଘରେ ଏକୁଟିଆ ଛାଡ଼ି ଯାଇଥିଲେ, ଯେତେବେଳେ ଫେରିଲେ ତ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ମୋ ପାଖରେ ଏତେ ପଇସା ନଥିଲା ଯେ, ମୁଁ ତାଙ୍କର ଅନ୍ତିମ ସଂସ୍କାର କରି ପାରିବି, ଏଥିପାଇଁ ମୁଁ ତାଙ୍କୁ ଆଲମାରୀରେ ରଖି ଦେଲି।

ପୁଲିସ ମୁତାବିକ, ଆରମ୍ଭରେ ସୁଜୁକିଙ୍କୁ ନିଜର ଭୁଲ୍‌ର ପଶ୍ଚାତାପ ହେଲା , କିନ୍ତୁ ଖୁବ୍‌ ଶୀଘ୍ର ତାଙ୍କୁ ନିଜର ପିତାଙ୍କ ମୃତ୍ୟୁ ପାଇଁ ଦାୟୀ କରିଥିଲା। ବର୍ତ୍ତମାନ ତାଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କ ପିତାଙ୍କୁ ମିଳିଥିବା ପେନସନର ଆତ୍ମସାତ୍‌ କରି ଥିବା ନେଇ ଅଭିଯୁକ୍ତ ପୁଅର ଯାଞ୍ଚ ଜାରି ରହିଛି। 

ଏହି ମାମଲାକୁ ନେଇ ଜାପାନୀ ସୋସିଆଲ ମିଡ଼ିଆରେ ମଧ୍ୟ ବିଭିନ୍ନ ପ୍ରକାରର ରିଆକ୍ସନ ସାମ୍ନାକୁ ଆସୁଛି। ଅନେକ ଲୋକ ତାଙ୍କ ଉପରେ ଅଭିଯୋଗ କରିଛନ୍ତି କି, ସେ ନିଜ ପିତାଙ୍କ ପେନସନ ପାଇଁ ତାଙ୍କର ହତ୍ୟା କରି ଦେଇଛନ୍ତି, ଅନ୍ୟପଟେ ଆଉ କିଛି ତାଙ୍କ ପ୍ରତି ସହାନୁଭୂତି ଦେଖାଇଛନ୍ତି । ଇଣ୍ଟରନେଟ୍‌ରେ ଜଣେ ବ୍ୟକ୍ତି ଲେଖିଛନ୍ତି କି ସେ ଜଣେ ଖରାପ ବ୍ୟକ୍ତି,ସେ ପେନସନ ଟଙ୍କା ପାଇଁ ନିଜ ପିତାଙ୍କୁ ହତ୍ୟା କରିଦେଲେ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.