ନୂଆଦିଲ୍ଲୀ,୨୭।୯: ଗୁଗୁଲ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ,ଗୁଗୁଲ୍ରେ "ଇଡିଅଟ୍" ଶବ୍ଦ ସର୍ଚ୍ଚ କଲେ ଡୋନାଲ୍ଡ ଟ୍ରମ୍ପଙ୍କ ଫଟୋ ଦେଖାଯାଉଛି। କିଛି ଲୋକ ଏହା କମ୍ପାନୀ ଜାଣିଶୁଣି କରୁଥିବା ମଧ୍ୟ ଦାବି କରିଛନ୍ତି। ତେବେ ଗୁଗୁଲ୍ର ସିଇଓ ସୁନ୍ଦର ପିଚାଇ ସ୍ପଷ୍ଟ କରିଛନ୍ତି ଯେ ଏହା କୌଣସି ଷଡ଼ଯନ୍ତ୍ର କିମ୍ବା ପକ୍ଷପାତିତା ନୁହେଁ। ଏହା ସବୁ ଗୁଗୁଲ୍ର ସର୍ଚ୍ଚ ସିଷ୍ଟମ୍ ଏବଂ ଲୋକଙ୍କ ଅନଲାଇନ୍ ଆଚରଣ ଯୋଗୁଁ ଘଟିଛି। ଏହି ସମୟରେ, ଗୁଗୁଲ୍ର ଆଲଗୋରିଦମକୁ ବ୍ୟାଖ୍ୟା କରିବା ସମୟରେ, ସେ କହିଥିଲେ ’ଇଡିଅଟ୍’ ଲେଖି ସର୍ଚ୍ଚ କରିବା ସମୟରେ ଟ୍ରମ୍ପଙ୍କ ଫଟୋ କିପରି ଦେଖିବାକୁ ମିଳୁଛି।
ପିଚାଇ କହିଥିଲା, ସର୍ଚ୍ଚ ଇଞ୍ଜିନ ଗୁଗୁଲର ଆଲଗୋରିଦିମ୍ କୋଟି କୋଟି ଓ୍ବେବ ପେଜ୍ ଓ ୟୁଜର୍ସଙ୍କ ଗିତିବିଧିଙ୍କୁ ଦେଖିଥାଏ। ଯତେବେଳେ ଅନେକ ଲୋକ କୌଣସି ଶବ୍ଦ କିମ୍ବା କୌଣସି ଖାସ୍ ଫଟୋ କିମ୍ବା ବ୍ୟକ୍ତି ସହ ଯୋଡନ୍ତି, ତେବେ ସର୍ଚ୍ଚରେ ତାହା ଆସିଥାଏ। ଏହି ମାମଲାରେ କିଛି ଲୋକ ଜାଣିଶୁଣି ‘ଇଡିଅଟ୍’ ଶବ୍ଦକୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଫଟୋ ସହ ଯୋଡିଛନ୍ତି, ଯାହାଫଳରେ ଏଭଳି ରେଜଲ୍ଟ ଆସିଛି।
ରିପୋର୍ଟ ଅନୁସାରେ, ଟ୍ରମ୍ପଙ୍କ ଫଟୋକୁ ‘ଇଡିଅଟ୍’ ଶବ୍ଦ ଲେଖିଲେ ‘ଗୁଗୁଲ ବମିଂ’ ହୋଇଛି। କିଛି ଅନଲାଇନ୍ ଗ୍ରୁପ୍, ବିଶେଷକରି ରେଡିଟ୍ ଭଳି ପ୍ଲାଟଫର୍ମରେ, ଲୋକମାନେ ଜାଣିଶୁଣି ‘ଇଡିଅଟ୍’ ଶବ୍ଦକୁ ଟ୍ରମ୍ପଙ୍କ ଫଟୋ ସହ ଯୋଡିଛନ୍ତି। ଯେତେବେଳେ ବହୁତ ଗୁଡିଏ ଲୋକ ଏଭଳି କରନ୍ତି, ତେବେ ଗୁଗୁଲର ସିଷ୍ଟମ ଏହାକୁ ଏକ ପାର୍ଟନ ଭଳି ଦେଖିଥାଏ ଓ ସେହି ଆଧାରରେ ସର୍ଚ୍ଚ ରେଜଲ୍ଟ ଦେଖାଇଥାଏ। ‘ଗୁଗୁଲ ବମିଂ’ କୌଣସି ନୂଆ କଥା ନୁହେଁ, ପୂର୍ବରୁ ମଧ୍ୟ ଲୋକେ ଏଭଳି କରିସାରିଛନ୍ତି।
ଯେତେବେଳା ଏହାର ସର୍ଚ୍ଚ ରେଜଲ୍ଟ ସାମନାକୁ ଆସିଥିଲା ଟ୍ରମ୍ପ ଗୁଗୁଲ ଉପରେ ପକ୍ଷପାତ ଅଭିଯୋଗ ଆଣିଥିଲେ। ସେ କହିଥିଲେ, ଗୁଗୁଲ ତାଙ୍କ ବିରୋଧରେ ରହିଛି। କିନ୍ତୁ ଯାଞ୍ଚ ବେଳେ ଜଣାପଡିଛି ଯେ, ଗୁଗୁଲ କିଛି ବି ଜାଣିଶୁଣି ପରିବର୍ତ୍ତନ କରିନି। ସୁନ୍ଦର ପିଚାଇ କହିଛନ୍ତି, ସର୍ଚ୍ଚ ରେଜଲ୍ଟ ଲୋକଙ୍କ ଅନଲାଇନ୍ ଗତିବିଧିର ଫଳାଫଳ, ନା କି ଗୁଗୁଲର କୌଣସି ଷଡଯନ୍ତ୍ର। ଏଭଳି ପୂର୍ବରୁ ବି ହୋଇଛି, ଯେତେବେଳେ ‘miserable failure‘ ସର୍ଚ୍ଚ କଲେ ଜର୍ଜ ଡବ୍ଲୁ ବୁଶ୍ଙ୍କ ଫଟୋ ଦେଖାଯାଉଥିଲା।