ନୂଆଦିଲ୍ଲୀ, ୨୦/୦୫ : ମେଟାକୁ ଟକ୍କର ଦେବ ଗୁଗଲର ଏଆଇ ଚଷମା। ଆଖି ପିଛୁଳାକେ କରିବ ଟ୍ରାନ୍ସଲେଟ୍। ଫୋନ ନଛୁଇଁ କରିପାରିବେ କଲ୍। ସାମସଙ୍ଗ ଏବଂ କ୍ଵାଲକମ୍ ସହ ମିଶି ଗୁଗଲ ଏହି ସ୍ମାର୍ଟ ଚଷମା ତିଆରି କରିଛି। ଜେମିନି ଏଆଇ ଲ୍ୟାସ୍ ଥିବା ଚଷମା ଏକ ସୁପର ଇଣ୍ଟେଲିଜେଣ୍ଟ ଗ୍ୟାଜଟ୍। ଏହା ୟୁଜରଙ୍କ ପୁରାପୁରି ହ୍ୟାଣ୍ଡ୍ ଫ୍ରି ଅନୁଭବ ଦେବ। ଭବିଷ୍ୟତରେ ଏହି ଡିଭାଇସ୍ ଏଆଇ ଚମ୍ପିଆନ୍ ଭାବେ କାମ କରିବ। କମ୍ପାନୀ ତାର ବାର୍ଷିକ କାର୍ଯ୍ୟକ୍ରମ ଗୁଗଲ I/O 2026ରେ ଏହି ଚଷମା ଉପସ୍ଥାପନ କରିଛି। 

ଏହି ଚଷମାକୁ ସ୍ମାର୍ଟ ଏବଂ ଆକର୍ଷଣୀୟ କରିବା ପାଇଁ ଗୁଗଲ ବହୁ ଫିଚର ରଖିଛି। କମ୍ପାନୀ ପ୍ରସିଦ୍ଧ ଆଇଉୟର ବ୍ରାଣ୍ଡ ଜେଣ୍ଟଲ ମନଷ୍ଟର ଏବଂ ବାର୍ବି ପାର୍କରଙ୍କ ସହ ହାତ ମିଶାଇଛି। ଏହି ଦୁଇଟି ବ୍ରାଣ୍ଡ୍ ପ୍ରଥମ ଜେନେରେସନର ଆଣ୍ଡ୍ରଏଡ୍ ଏକ୍ସଆର ଗ୍ଲାସେସ୍ ପାଇଁ ବହୁ ଆକର୍ଷଣୀୟ ଫ୍ରେମ୍ ଡିଜାଇନ୍ କରୁଛନ୍ତି। ତେବେ ୟୁଜରଙ୍କ ପାଇଁ ଦୁଇଟି କାଟେଗୋରୀରର ସ୍ମାର୍ଟ ଚଷମା ଆସିବ। 

୧- ଅଡିଓ ଗ୍ଲାସେସ୍ : ଏଥିରେ ଫ୍ରେମ୍ ଭିତରେ ସ୍ପିକର୍ସ ଲାଗିବ। ଯାହାକି ୟୁଜରଙ୍କ ପ୍ରଶ୍ନର ଅଡିଓ ମାଧ୍ୟମରେ ଉତ୍ତର ଦେବ। ଏହି ଭ୍ୟାରିଆଣ୍ଟ ଚଳିତ ବର୍ଷ ଶେଷ ଆଡ଼କୁ ଲଞ୍ଚ୍ ହେବ। 
୨-ଡିସପ୍ଲେ ଗ୍ଲାସେସ୍ : ଏହି ଚଷମା ସିଧାସଳଖ ୟୁଜରଙ୍କ ଆଖି ସାମ୍ନାରେ ସ୍କ୍ରିନ୍‌ରେ ଟେକ୍ସଟ୍ ମାଧ୍ୟମରେ ତଥ୍ୟ ଦେଖାଇବ।

ଫୋନ ନଛୁଁଇ କାମ କରିବ ଜେମିନି ଏଆଇ

ଏହି ଚଷମା ପିନ୍ଧିଲେ ୟୁଜରଙ୍କୁ ଆଉ ପକେଟରୁ ଫୋନ୍ କାଢିବାକୁ ପଡ଼ିବନି। ବାସ୍ ୱାୟାର କମାଣ୍ଡ ଅର୍ଥାତ୍ ସ୍ଵର ମାଧ୍ୟମରେ କିମ୍ଵା ଚଷମାରେ ଦିଆଯାଇଥିବା ଟଚ୍ କଣ୍ଟ୍ରୋଲ ମାଧ୍ୟମରେ ଏହାକୁ ଆକ୍ଟିଭେଟ୍ କରିହେବ। ଆଖି ଆଗରେ ଦେଖୁଥିବା ଯେକୌଣସି ଦୃଶ୍ୟ ବିଷୟରେ ପଚାରିଲେ ଚଷମା ସ୍ପଷ୍ଟ ରିଭ୍ୟୁ ଦେବ। ଅର୍ଥାତ୍ ଆପଣ ଦେଖୁଥିବା ଯେକୌଣସି ରେଷ୍ଟୁରାଣ୍ଟ ବିଷୟରେ ପଚାରିଲେ ଚଷମା ସେବିଷୟରେ ରିଭ୍ୟୁ ଦେବ। ରାସ୍ତାରେ ଆସୁଥିବା ସାଇନବୋର୍ଡକୁ ରିଅଲ-ଟାଇମ୍ ରେ ପଢି ଶୁଣାଇବ। 

ସ୍ମାର୍ଟ ନାଭିଗେସନ

ଏଣିକି ରାସ୍ତା ଖୋଜିବାକୁ ଆଉ ମୋବାଇଲରେ ଗୁଗୁଲ ମ୍ୟାପ୍ ଦେଖିବାକୁ ପଡ଼ିବନି। ଚଷମା ଆପଣଙ୍କୁ ଲୋକେସନ ଏବଂ ଦିଗ ନିର୍ଦ୍ଦେଶ କରିବ। ନିର୍ଦ୍ଧାରିତ ସ୍ଥାନକୁ ବାଟ କଢେଇ ନେବ। ଏହା ସାହାଯ୍ୟରେ ହାତ ନଲଗାଇ ମେସେଜ୍ ପଠାଇ ହେବ। ଫୋନ୍ କଲ୍ ଆଟେଣ୍ଡ୍ କରି ହେବ। ନଦେଖିପାରିଥିବା ମେସେଜ୍ ଗୁଡିକର ସର୍ଟ ସମୋରି ଶୁଣିପାରିବେ।.. 

ଗୁଗଲ ଏଥିରେ ଲାଇଭ୍ ଟ୍ରାନ୍ସଲେସନ ଫିଚର ରଖିଛି। ଏହା ସାମ୍ନା ଲୋକର ଭାଷାକୁ ଆଖି ପିଛୁଳାକେ ଟ୍ରାନ୍ସଲେଟ୍ କରିବ। ଏହା ଅରିଜିନାଲ୍ ଟୋନ୍ ଏବଂ ପିଚ୍ କୁ ମଧ୍ୟ ମ୍ୟାଚ୍ କଲା ଭଳି କହିବ। ଯଦି ଆପଣ କୌଣସି ବିଦେଶୀ ହୋଟେଲରେ ଅଛନ୍ତି, ତାହେଲେ ଏହା ସେଠାକାର ମେନ୍ୟୁ କାର୍ଡ କିମ୍ଵା ସାଇନ ବୋର୍ଡକୁ ପଢି ଟ୍ରାନ୍ସଲେଟ୍ କରିପାରିବ। ଖାଲି ସେତିକି ନୁହେଁ ଏହା ୟୁଜରଙ୍କ ମାତ୍ର ଗୋଟିଏ କମାଣ୍ଡରେ ଫଟୋ, ଭିଡିଓ କ୍ୟାପଚର କରିପାରିବ। ଏଥିରେ ଏଡିଟିଙ୍ଗ ଫିଚର ମଧ୍ୟ ଅଛି। ଯାହାକି କ୍ୟାପ୍ଚର ହୋଇଥିବା ଇମେଜକୁ ତୁରନ୍ତ ମୋଡିଫାଏ କରିଦେବ। 

ସବୁଠୁ ବଡ଼ କଥା ହେଲା ଆଣ୍ଡ୍ରଏଡ୍ ଏକ୍ସଆର ପ୍ଲାଟଫର୍ମ କେବଳ ଗୁଗଲ ଆପ୍ସ ଯାଏଁ ସୀମିତ ନାହିଁ। ଏଥିରେ ଉବର, ଡୋରଡ୍ୟାସ୍ ଏବଂ ଭାଷା ଶିଖିବା ପାଇଁ ବିଭିନ୍ନ ଥାର୍ଡ ପାର୍ଟିଂ ଆପ୍ସର ମଧ୍ୟ ସପୋର୍ଟ ମିଳିବ। ଏହି ଚଷମା ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଦୁଇ ପ୍ରକାରର ସ୍ମାର୍ଟଫୋନ୍ ସହ କନେକ୍ଟ ହୋଇପାରିବ। 

ଏହି ଖବରଟିକୁ ପଢନ୍ତୁ-  Twisha Sharma Case : ହତ୍ୟା ନୁହେଁ ଆତ୍ମହତ୍ୟା କରିଥିଲେ ଅଭିନେତ୍ରୀ ଟ୍ୱିଶା, ପୋଷ୍ଟମର୍ଟମ ପରେ ପୁଲିସ କମିଶନରଙ୍କ ଖୁଲାସା