ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଦାମୀ ଔଷଧରୁ ମିଳିବ ଆଶ୍ବସ୍ଥି, କ୍ୟାନସର ସହ ୭୧ ପ୍ରକାର ମେଡିସିନ୍‌ର ମୂଲ୍ୟ ହେବ କମ୍

Published By : Harapriya Biswal | July 15, 2025 5:58 PM

ନୂଆଦିଲ୍ଲୀ,୧୫।୭: କର୍କଟ, ମଧୁମେହ କିମ୍ବା ଜୀବନଘାତକ ସଂକ୍ରମଣର ଚିକିତ୍ସା ଖର୍ଚ୍ଚ ବହନ କରିବା ସାଧାରଣ ଲୋକଙ୍କ ପାଇଁ ଖୁବ୍ କଷ୍ଟକର। କିନ୍ତୁ ଏବେ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି, ଯାହା ରୋଗୀଙ୍କୁ ବଡ଼ ଆଶ୍ୱସ୍ତି ଦେବ। ସରକାର ୭୧ଟି ଔଷଧର ମୂଲ୍ୟ ସ୍ଥିର କରିବାକୁ ନିଷ୍ପତ୍ତି ନେଇଛନ୍ତି।   

ମେଟାଷ୍ଟାଟିକ୍ ବ୍ରେଷ୍ଟ କ୍ୟାନସର, ଆଲର୍ଜି, ମଧୁମେହ ଏବଂ ଅନ୍ୟାନ୍ୟ ଗମ୍ଭୀର ରୋଗ ପାଇଁ ଔଷଧ ଏବେ ଆପଣଙ୍କୁ ଶସ୍ତା ମୂଲ୍ୟରେ ଉପଲବ୍ଧ ହେବାକୁ ଯାଉଛି। ନ୍ୟାସନାଲ୍ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି (NPPA) ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ବର୍ତ୍ତମାନ GST କେବଳ ସେତେବେଳେ ଯୋଡା ଯାଇପାରିବ ଯେତେବେଳେ ଏହା ସରକାରଙ୍କୁ ପ୍ରଦାନ କରାଯାଇଥାଏ। ଏହି ଔଷଧଗୁଡ଼ିକରେ ରିଲାଏନ୍ସ ଲାଇଫ୍ ସାଇନ୍ସେସର 'ଟ୍ରାଷ୍ଟୁଜୁମେବ୍' (Trastuzumab) ଅନ୍ତର୍ଭୁକ୍ତ, ଯାହା ମେଟାଷ୍ଟାଟିକ୍ ସ୍ତନ କର୍କଟ ଏବଂ ଗ୍ୟାଷ୍ଟ୍ରିକ୍ କର୍କଟ ଚିକିତ୍ସାରେ ବ୍ୟବହୃତ ହୁଏ। ଏହାର ମୂଲ୍ୟ ଏବେ ପ୍ରତି ଭାଏଲ୍ ୧୧,୯୬୬ ଟଙ୍କା ସ୍ଥିର କରାଯାଇଛି।

ଏହାଛଡା ପ୍ରାଣଘାତୀ ସଂକ୍ରମଣର ଚିକିତ୍ସାରେ ବ୍ୟବହାର ହେଉଥିବା ସୋପ୍ଟିୟାକ୍‌ସୋନ୍, ଡିସୋଡିୟମ୍‌ ଏଡେଟେଟ୍ ଓ ସଲବେକ୍ଟମ ପାଉଡରର ମୂଲ୍ୟ ୬୨୬ ଟଙ୍କା କରି ଦିଆଯାଇଛି। ସେଭଳି କମ୍ବିପ୍ୟାକ୍‌ର ମୂଲ୍ୟ ୫୧୫ ଟଙ୍କା କରାଯାଇଛି। NPPA ନିଜର ନୂଆ ନୋଟିଫିକେସନ୍‌ରେ ୨୫ ଆଣ୍ଟି-ଡାଇବେଟିକ୍ ଫର୍ମୁଲେସନ୍‌ର ମୂଲ୍ୟ ମଧ୍ୟ ନିର୍ଦ୍ଧାରିତ କରିଛି, ଯେଉଁଥିରେ ସିଟାଜିଲିପିଟିନ୍(Sitagliptin) ପ୍ରମୁଖ ଉପାଦାନ ରୂପରେ ରହିଛି। ଏହାଛଡା ଏମପାଜିଫ୍ଳୋଜିନ୍ (Empagliflozin) ମିଶ୍ରଣ ଥିବା ବହୁ ଅନ୍ୟ ମଧୁ‌ମେହ ଔଷଧ ମଧ୍ୟ ଏହି ସୂଚୀରେ ରହିଛି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.