ନୂଆଦିଲ୍ଲୀ,୧୯।୯: ସାଇବର ଅପରାଧୀମାନେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍ କରିବା ପାଇଁ ନିରନ୍ତର ବିଭିନ୍ନ ଉପାୟ ଖୋଜୁଛନ୍ତି। ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ସଂସ୍ଥା X ଆକାଉଣ୍ଟରେ ପୋଷ୍ଟ କରିଛି, ଯେଉଁଥିରେ ସାଇବର ଅପରାଧୀମାନେ କିପରି ନକଲି ଗୁଗୁଲ୍ ରିଭ୍ୟୁ କରି ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍ କରୁଛନ୍ତି ତାହା ବିସ୍ତୃତ ଭାବରେ ଦର୍ଶାଯାଇଛି।
ଏହି ପୋଷ୍ଟ ସାଇବର ଦୋସ୍ତ ନାମକ ଏକ୍ସ ଆକାଉଣ୍ଟ କରିଛି। ଏହି ଆକାଉଣ୍ଟ ଗୃହମନ୍ତ୍ରଣାଳୟ ଅନ୍ତର୍ଗତ କାମ କରୁଥିବା ଏଜେନ୍ସି Indian Cybercrime Coordination Centre ର ଅଫିସିଆଲ ହାଣ୍ଡେଲ। ‘ସାଇବର ଦୋସ୍ତ’ ପୋଷ୍ଟରେ କହିଛି, ପାର୍ଟ ଟାଇମ୍ ଚାକିରୀ, ଓ୍ବାର୍କ ଫ୍ରର୍ମ ହୋମ୍ ଚାକିରୀ ଭଳି ମେସେଜ୍ ଉପରେ କ୍ଲିକ୍ କରିବା ପୂର୍ବରୁ ଦୁଇଥର ଭାବନ୍ତୁ। ସେ କହିଛନ୍ତି, ଫେକ୍ ଗୁଗୁଲ ରିଭ୍ୟୁ ଜବ୍ର ଭ୍ୟୁଜ୍ କରି ଆପଣଙ୍କ ସହ ଠକେଇ ହୋଇପାରେ।
‘ସାଇବର ଦୋସ୍ତ’ କହିଲା, କିଭଳି ହୋଇପାରେ ସ୍କାମ୍ ?
୧- ସାଇବର ଦୋସ୍ତ ପୋଷ୍ଟ କରି କହିଛି, ସାଇବର ଠକ, ଅସଲରେ ଠକେଇ କିଭଳି କରିଥାଏ। ଓ୍ବାର୍କ ଫ୍ରମ ହୋମ୍ ଜବ୍ରେ ଫେକ୍ ଗୁଗୁଲ ରିଭ୍ୟୁ ଦେଇ ଟଙ୍କାର ଲୋଭ ଦେଇଥାଏ।
୨-ସାଇବର ଠକେଇ ଏହି ଖେଳରେ ସାଇବର ଠକମାନେ ପ୍ରଥମେ ଭରସା ଜିତିଥାନ୍ତି। ଏଥିପାଇଁ ସେମାନେ ଏକ ଅଳ୍ପ ପରିମାଣା ଅର୍ଥ ମଧ୍ୟ ଆପଣଙ୍କୁ ଟ୍ରାନ୍ସଫର କରିପାରନ୍ତି।
୩- ଏହାପରେ ଟେଲିଗ୍ରାମ୍/ ହ୍ବାଟସଆପ୍ ଗ୍ରୁପ୍ ଯୋଡିବାକୁ କୁହନ୍ତି। ଏଥିପାଇଁ ସେମାନେ ଆପଣଙ୍କୁ ଲିଙ୍କ ଆଜି ଦେଇଥାନ୍ତି।
୪- ନିରୀହ ଲୋକଙ୍କୁ ହାଇ ରିଟର୍ଣ୍ଣର ଲୋଭ ଦେଖାଇ ମାଲାମାଲ କରିବାର ସ୍ବପ୍ନ ଦେଖାଇଥାନ୍ତି। ଏହାପରା ଇନଭେଷ୍ଟମେଣ୍ଟ କରିବାକୁ କୁହନ୍ତି।
୫- ଥରେ ଯେତେବେଳେ ଭିକ୍ଟିମ୍ ଇନଭେଷ୍ଟ କରନ୍ତି, ପୁଣି ଆହୁରି ମାଗନ୍ତି। ଏଥିରେ ବହୁବାର ଫେକ୍ ଭର୍ଚୁଆଲ ଓ୍ବାଲେଟ୍ ବ୍ୟବହାର କରନ୍ତି। ଏଥିରେ ନକଲି ଆକାଉଣ୍ଟ ମଧ୍ୟ ଦେଖିବାକୁ ମିଳେ।
ସାଇବର ଠକେଇରୁ ବଞ୍ଚିବାକୁ ଫଲୋ କରନ୍ତୁ ଏହି ଟିପ୍ସ
ସାଇବର ଦୋସ୍ତ ନିଜ ପୋଷ୍ଟରେ ସାଇବର ଠକଙ୍କଠାରୁ ବଞ୍ଚିବାକୁ କିଛି ଟିପ୍ସ ଦେଇଛନ୍ତି। ଏଥିପାଇଁ ଅଜଣା ନମ୍ବରରୁ ଆସୁଥିବା କୌଣସି ମେସେଜ୍ ଓ ଅନ୍ୟ କଥା ଉପରେ ଆଖି ବନ୍ଦ କରି ବିଶ୍ବାସ କରନ୍ତୁ ନାହିଁ। କାମ ଆରମ୍ଭ କରିବା ପୂର୍ବରୁ ଭଲ ଭାବରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ ଟଙ୍କା କେଉଁଠି ଇନଭେଷ୍ଟ କରିବେ। ଅଫର ଓ ଡିସକାଉଣ୍ଟ ଲୋଭରେ ଆସି ଫେକ୍ ଲିଙ୍କ୍ କ୍ଲିକ୍ ନକରନ୍ତୁ। ଏହି ଲିଙ୍କ୍ ଆପଣଙ୍କ ଫୋନ୍ରେ ବିପଦଜନକ ଆପ୍ସ କିମ୍ବା ବଗ୍କୁ ଇନଷ୍ଟଲ କରିପାରିବେ। ଏଭଳି ସ୍ଥିତିରେ ଆପଣଙ୍କ ଫୋନ୍ରୁ ବ୍ୟାଙ୍କିଙ୍ଗ ଡିଟେଲ୍ସ ଏବଂ ଓଟିପି ଆଦି ହ୍ୟାକ୍ ହେଇପାରେ।