ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ଭାରତୀୟ ବାୟୁସେନାକୁ ମିଳିବ ୯୭ଟି ଏଲ୍‌ସିଏ ତେଜସ୍‌ ମାର୍କ ୧ଏ ଯୁଦ୍ଧବିମାନ, ୬୨ ହଜାର କୋଟି ଟଙ୍କାର ଚୁକ୍ତିକୁ ମଞ୍ଜୁରୀ

Published By : Anindita Ratha | August 20, 2025 8:53 AM

ନୂଆଦିଲ୍ଲୀ,୨୦/୦୮: ଆହୁରି ସୁଦୃଢ଼ ହେବ ଭାରତୀୟ ବାୟୁସେନାର ଶକ୍ତି। ୯୭ଟି ଏଲ୍‌ସିଏ ତେଜସ୍‌ ମାର୍କ ୧ଏ ଯୁଦ୍ଧବିମାନ କିଣିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର । ସ୍ୱଦେଶୀ କମ୍ପାନି ହାଲ୍‌ ବା ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡଟାରୁ ପ୍ରାୟ ୬୨ ହଜାର କୋଟି ଟଙ୍କାରେ  ଏହାକୁ କିଣାଯିବ । ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଏହି ପ୍ରକଳ୍ପ ପାଇଁ ୩୦ ନଭେମ୍ବର ୨୦୨୩ ରେ 'ପ୍ରୟୋଜନର ସ୍ୱୀକୃତି'  ଦେଇଥିଲା।

ସ୍ୱଦେଶୀ କମ୍ପାନି ଠାରୁ ତେଜସ୍‌ ହାଲୁକା ଲଢ଼ୁଆ ବିମାନ କିଣାଯିବା ଏହା ଦ୍ୱିତୀୟ ବରାଦ । ପୂର୍ବରୁ କିଛି ବର୍ଷ ତଳେ ୪୮ ହଜାର କୋଟି ଟଙ୍କାର ୮୩ଟି ବିମାନ କିଣିବାକୁ ଲାଗି ହାଲ୍‌କୁ ବରାଦ ଦିଆଯାଇଛି । ବର୍ତ୍ତମାନ ଭାରତୀୟ ବାୟୁସେନାରେ ସେବାରତ ମିଗ୍‌୨୧ ଯୁଦ୍ଧବିମାନ ସ୍ଥାନରେ ତେଜସକୁ ନିୟୋଜିତ କରାଯିବ । କିଛି ବର୍ଷ ଭିତରେ ପର୍ଯ୍ୟାୟକ୍ରମେ ମିଗ୍‌-୨୧କୁ ବାୟୁସେନାରୁ ହଟାଇବାକୁ ଯୋଜନା କରାଯାଇଛି । ସ୍ୱଦେଶୀ ଯୁଦ୍ଧବିମାନ ଉପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ବାୟୁସେନା ମୁଖ୍ୟାଳୟ ଭରସା କରିଛି । ଏହା ଫଳରେ ଭାରତର ଘରୋଇ କମ୍ପାନିମାନେ ବିଶେଷ ଭାବେ ଉପକୃତ ହେବେ । 

ହାଲ୍‌ର ପୁନରୁଦ୍ଧାର ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶେଷ ଭାବେ ଅଗ୍ରାଧିକାର ଦେଉଛନ୍ତି । ଯାହାଫଳରେ ଏହାକୁ ଆବଶ୍ୟକତା ଅନୁସାରେ ଭିନ୍ନ ଭିନ୍ନ ପ୍ରକାର ବିମାନ ନିର୍ମାଣ କରିବାର ବରାଦ ଏବେ ମିଳିବାରେ ଲାଗିଛି । ବିମାନ ସହିତ ହେଲିକପ୍ଟର ଓ ଇଞ୍ଜିନ ମଧ୍ୟ ନିର୍ମାଣ କରିବାକୁ ବରାଦ ଦିଆଯାଉଛି । ଏହାଦ୍ୱାରା କେବଳ ହାଲ୍‌ ନୁହେଁ ଦେଶର ଅନ୍ୟାନ୍ୟ ଛୋଟ କମ୍ପାନିମାନେ ମଧ୍ୟ ଉପକୃତ ହୋଇପାରିବେ । ପୂର୍ବରୁ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶଲ ଭି.ଆର ଚୌଧୁରୀ ସ୍ପେନରେ ୯୭ଟି ଅଧିକ ସ୍ୱଦେଶୀ ଯୁଦ୍ଧବିମାନ ଏଲ୍‌ସିଏ ତେଜସ୍‌ ମାର୍କ ୧ଏ କିଣାଯିବା ନେଇ ସୂଚନା ଦେଇଥିଲେ । ସେ କହିଥିଲେ ଯେ ୪୦ଟି ବିମାନ ବାୟୁସେନାକୁ ମିଳିସାରିଛି । ଆହୁରି କିଛି ନିର୍ମାଣ ଚାଲିଛି । ଏଥିସହ ପୁଣି ୯୭ଟି ଯୁଦ୍ଧବିମାଣ କିଣାଯିବାର ପ୍ରସ୍ତାବ ରହିଛି । ଏଲ୍‌ସିଏ ମାର୍କ ୧ଏ ଯୁଦ୍ଧ ବିମାନରେ ଯେଉଁସବୁ ଉପକରଣ ବ୍ୟବହାର କରାଯିବ ତାର ୬୫ ପ୍ରତିଶତରୁ ଅଧିକ ସ୍ୱଦେଶୀ କମ୍ପାନି ଠାରୁ ଅଣାଯିବ । ଏହା ଦ୍ୱାର ଆତ୍ମନିର୍ଭର ଭାରତକୁ ଶକ୍ତି ମିଳିବ । ହାଲ୍‌କୁ ମଧ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ୨୦୦ରୁ ଅଧିକ ଏଲ୍‌ସିଏ ମାର୍କ୨ ଯୁଦ୍ଧବିମାନ ଏବଂ ସମ  ପରିମାଣର ପଞ୍ଚମ ପିଢ଼ିର ଆଡଭାନ୍ସଡ ମିଡିୟମ କମ୍ବାଟ ଏୟାରକ୍ରାଫ୍ଟ ନିର୍ମାଣ କରିବା ଲାଗି ପ୍ରସ୍ତାବ ଦିଆଯାଇଥିବା ଜଣାପଡିଛି ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.