ସାହାଜପାଲ,(ସୁଶାନ୍ତ ଘଡେଇ ),୦୨/୧୨: ଜବର ଦଖଲ ଜାଗାକୁ ଭାଙ୍ଗିଲା ପ୍ରଶାସନ । ବୌଦ୍ଧ ସଦର ବ୍ଲକ ତାଳଶରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାହାଜପାଲ ଛକରେ କେତେକ ଲୋକ ଜବରଦଖଲ କରି ଦୀର୍ଘବର୍ଷ ହେବ ରହି ଆସୁଥିଲେ। ଆଉ ସେହି ଜବରଦଖଲ ସ୍ଥାନଗୁଡିକରେ ହୋଇଥିବା ଦୋକାନ ଓ ଘର ହଟାଇବା ପାଇଁ ପ୍ରଶାସନ ପକ୍ଷରୁ ନୋଟିସ ହୋଇଥିଲା। ନୋଟିସ ଦେଲାପରେ କେତେକ ଜବର ଦଖଲକାରୀ ନିଜ ଆଡୁ ଭାଙ୍ଗି ଦେଇଥିବା ବେଳେ, ଆଉ କେତେକ ଜବର ଦଖଲକାରୀ ଜବର ଦଖଲ ଜାଗାରୁ ହଟି ନଥିଲେ। ଏନେଇ ପ୍ରଶାସନ ନିଜେ ଭାଙ୍ଗିବା ଆରମ୍ଭ କରିଥିଲା।

ଏହି ଜବରଦଖଲ ଉଚ୍ଛେଦ ଜାଗାକୁ ବୌଦ୍ଧ ତହସିଲଦାର ଅନୀତା କୁମାରୀ ସାହୁ, ମାଜିଷ୍ଟେଡ଼ ଦାୟିତ୍ୱରେ ଅତିରିକ୍ତ ତହସିଲଦାର ମହମ୍ମଦ ରୋଜା ରଶୁଲ, କୁମୁଦ ଚନ୍ଦ୍ର ଦଳବେହେରା ଅତିରିକ୍ତ ତହସିଲଦାର, ରାଜସ୍ୱ ନିରୀକ୍ଷକ ଇନ୍ଦ୍ରାଣୀ ଦଣ୍ଡସେନା , ଓ ସମସ୍ତ ରାଜସ୍ୱ କର୍ମ ଚାରୀ, ପୁଲିସ ବିଭାଗ, ଦମକଳ ବାହିନୀ, ବିଦ୍ୟୁତ ବିଭାଗ, ଏନ. ଏଚ ବିଭାଗ ଉପସ୍ଥିତିରେ ଜାତୀୟ ରାଜପଥର ଦୁଇ ପାର୍ଶ୍ୱରେ ଜବର ଦଖଲ ଜାଗାକୁ ମୁକ୍ତ କରାଯାଇଛି।