ନୂଆଦିଲ୍ଲୀ,୬।୯:  ପାର୍ବଣ ଋତୁରେ କେନ୍ଦ୍ର ସରକାର କର୍ମଚାରୀଙ୍କୁ ଦେଇ ପାରନ୍ତି ବଡ଼ ଉପହାର। ଅଷ୍ଟମ ବେତନ କମିଶନ ଲାଗୁ ହେବା ପୂର୍ବରୁ  ପୁଣିଥରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା  ବା ଡିଏ ବଢିପାରେ। ଏହାଦ୍ବାରା କାର୍ଯ୍ୟରତ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ହୋଇପାରେ। ଫଳରେ ୧.୨ କୋଟିରୁ ଅଧିକ କେନ୍ଦ୍ର କର୍ମଚାରୀ ଓ ପେନସନରଙ୍କୁ ଲାଭ ମିଳିପାରିବ।

କେନ୍ଦ୍ର ସରକାର ଦିପାବଳୀର ଠିକ୍ ପୂର୍ବରୁ ଅକ୍ଟୋବରର ପ୍ରଥମ ସପ୍ତାହରେ ମହଙ୍ଗା ଭତ୍ତାରେ ବୃଦ୍ଧି କରିପାରନ୍ତି। ଏହି ପରିବର୍ତ୍ତନ ସହ କର୍ମଚାରୀଙ୍କ ପାଇଁ ଡିଏ ୫୫% ରୁ ବଢି ୫୮ ପ୍ରତିଶତ ହୋଇଯିବ। ଯାହାକି ଜୁଲାଇ ୨୦୨୫ରୁ ଲାଗୁ ହେବ। କର୍ମଚାରୀ ଓ ପେନଶନଭୋଗୀଙ୍କୁ ତିନି ମାସର ବକେୟା ମିଳିବ।

ଫାଇନାନ୍ସିଆଲ ଏକ୍ସପ୍ରେସର ରିପୋର୍ଟରେ କୁହାଯାଇଛି ଯେ , କର୍ମଚାରୀ ଓ ପେନଶନ୍‌ ଭୋଗୀଙ୍କୁ ତିନି ମାସର ବକେୟା ମିଳିବ। ଏହାକୁ ଅକ୍ଟୋବାରର ବେତନ ସହ ଦିଆଯିବାର ଆଶା ରହିଛି। ସରକାର ବର୍ଷରେ ଦୁଇ ଥର ମହଙ୍ଗା ଭତ୍ତାରେ ପରିବର୍ତ୍ତନ କରନ୍ତି। ଗୋଟେ ଥର ଜାନୁଆରୀ-ଜୁନ୍‌ ଓ ଦ୍ବିତୀୟ ଥର ଜୁଲାଇ-ଡିସେମ୍ବର। ସପ୍ତମ ବେତନ କମିଶନ ଅନୁସାରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଆଧାରରେ ମହଙ୍ଗା ଭତ୍ତାକୁ ଧାର୍ଯ୍ୟ କରାଯାଏ। ଏହି ଫର୍ମୁଲା ସିପିଆଇ-ଆଇଡବ୍ଲୁର ୧୨ ମାସର ହାରାହାରି ଆଭରେଜ ଉପରେ ଆଧାରିତ। ଜୁଲାଇ ୨୦୨୪ ରୁ ଜୁନ୍ ୨୦୨୫ ପର୍ଯ୍ୟନ୍ତ,ହାରାହାତି ସିପିଆଇ-ଆଇଡବ୍ଲୁ ୧୪୩.୬ ରହିଛି, ଯାହାକି ୫୮% ମହଙ୍ଗା ଭତ୍ତା ଦର ସହ ସମାନ। ଏହାର ଅର୍ଥ ଜୁଲାଇ-ଡିସେମ୍ବର ୨୦୨୫ ସର୍କିଲ ବେଳେ କେନ୍ଦ୍ର ସରକାର କମର୍ଚାରୀଙ୍କ ମହଙ୍ଗା ଭତ୍ତା ଚୀନ୍ ତିନି ପ୍ରତିଶତ ବଢି ଯିବ।