ନୂଆଦିଲ୍ଲୀ,୧୭/୧୧: ଭାବିଶ ଅଗ୍ରୱାଲଙ୍କ ନେତୃତ୍ୱାଧିନ ଓଲା ଇଲେକ୍ଟ୍ରିକର ଅଡୁଆ ବଢ଼ିବ । ଅଭିଯୋଗ ସମାଧାନ ବ୍ୟବସ୍ଥା ପ୍ରତି  କମ୍ପାନିର ନିଷ୍କ୍ରିୟତା ବିରୋଧରେ ଏବେ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ (ସିସିପିଏ)  ଯାଞ୍ଚ କରିବ । ସିସିପିଏର ମୁଖ୍ୟ ନିଧି ଖାରେ ବ୍ୟୁରୋ ଅଫ୍‌  ଇଣ୍ଡିଆନ ଷ୍ଟାଣ୍ଡାର୍ଡ (ବିଆଇଏସ୍‌)  ମହାନିର୍ଦ୍ଦେଶକ (ଡିଜି)ଙ୍କୁ ଏହି  ଘଟଣାର ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ୧୫ ଦିନ ମଧ୍ୟରେ ତଦନ୍ତ  ରିପୋର୍ଟ ଦେବାକୁ କୁହାଯାଉଛି ।