ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ସହଯୋଗ କରୁନଥିବା ଅଭିଯୋଗ କଲେ ଭାରତ ସରକାର

Published By : Anindita Ratha | October 24, 2024 11:07 AM

ନୂଆଦିଲ୍ଲୀ,୨୪/୧୦: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ ଭର୍ସନା କରିଛନ୍ତି ଭାରତ ସରକାର। ବିମାନରେ ବୋମା ଥିବା ନେଇ ମିଳୁଥିବା ମିଛ କଲ୍ ମାମଲାର ତଦନ୍ତରେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ସହଯୋଗ କରୁନଥିବା ଅଭିଯୋଗ କରିଛନ୍ତି ଭାରତ ସରକାରଙ୍କ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ।

ସୂଚନା ମୁତାବକ, ଭାରତୀୟ ବିମାନକୁ ଲଗାତାର ଭାବେ ବୋମା ଧମକକୁ ନେଇ ଯାତ୍ରୀ, ବିମାନ କମ୍ପାନୀ ସମେତ ସମ୍ପୃକ୍ତ ବିଭାଗ ଚିନ୍ତାରେ ପଡ଼ି ଯାଇଛନ୍ତି। ଏହାର ତୁରନ୍ତ ସମାଧାନ ପାଇଁ ଘନ ଘନ ବୈଠକ ବସୁଥିବା ବେଳେ ଗତକାଲି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ୱାରା ବିମାନ ସେବା ତଥା ସୋସିଆଲମିଡିଆ ପ୍ଲାଟଫର୍ମର ଅଧିକାରୀମାନେ ଏକ୍ସ ଏବଂ ମେଟା ସହ ଏକ ଭର୍ଚୁଆଲ୍ ବୈଠକ କରିଥିଲେ।ଏହି ବୈଠକରେ ସୋସିଆଲ ମିଡିଆ ପ୍ଲାଟଫର୍ମର ଅସହଯୋଗକୁ ନେଇ ଭର୍ସନା କରିଛି ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ। ଫେକ୍ ଧମକ ପଠାଉଥିବା ୟୁଜର ହ୍ୟାଣ୍ଡେଲ ବାବଦରେ ପ୍ଲାଟଫର୍ମଗୁଡ଼ିକ ସମ୍ପୂର୍ଣ୍ଣ ବିବରଣୀ ସେୟାର କରିବାକୁ ଅନିଚ୍ଛା ପ୍ରକାଶ କରୁଥିବାରୁ ଏପରି ଭର୍ସନା କରାଯାଇଛି। ଏଥିସହ ପ୍ଲାଟଫର୍ମଗୁଡିକର ଏପରି କାର୍ଯ୍ୟକଳାପ ଅପରାଧକୁ ପ୍ରୋତ୍ସାହିତ କରିବା ସହ ସମାନ ବୋଲି ଭାରତ ସରକାର କହିଛନ୍ତି। ତେବେ ବିଗତ କିଛି ଦିନ ହେବ ଭାରତୀୟ ବିମାନଗୁଡ଼ିକୁ କଲ୍ କିମ୍ବା ସୋଶାଲ ମିଡିଆ ପୋଷ୍ଟରେ ମିଛ ଧମକ ମିଳିଆସୁଛି। ବିମାନରେ ବୋମା ଥିବା ନେଇ ଧମକ ଦେଉଛନ୍ତି ଦୁର୍ବୃତ୍ତ। ଫଳରେ ବିମାନ କମ୍ପାନୀଙ୍କୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁ ଥିବାବେଳେ ଯାତ୍ରୀମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.