ଭୁବନେଶ୍ଵର, ୭/୬ : ପିଏମ୍ ଆବାସ ଯୋଜନାରେ ହିତାଧିକାରୀଙ୍କୁ ମିଳିବ ମାଗଣା ବାଲି। ୨ ଟ୍ରାକ୍ଟର ବାଲି ଦେବେ ସରକାର। ଏନେଇ ଡ୍ରାଫ୍ଟ ପ୍ରସ୍ତୁତ ହୋଇଛି। ପରମିଟ୍ ଇସ୍ୟୁ ହେବ। ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।
ରାଜସ୍ଵ ମନ୍ତ୍ରୀ କହିଛନ୍ତି ଯେ, ହାଇୱା ବଦଳରେ ବାଲି ଉଠାଣ ପାଇଁ ଅନ୍ୟ ଗାଡି ବ୍ୟବହାର ହେବ। ହାଇୱାରେ ୪୦ ଟନ୍ ବାଲି ଯାଉଥିବାରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ତିଆରି ରାସ୍ତା କ୍ଷତିଗ୍ରସ୍ତ ହେଉଛି। ବାଲି ଉଠାଣରେ କେଉଁ ଗାଡି ବ୍ୟବହାର ହେବ ଓ କେତେ ବାଲି ଉଠାଇ ପାରିବେ ଏଥିପାଇଁ ଏସଓପି ପ୍ରସ୍ତୁତ ହେଉଛି। ଖୁବ୍ଶୀଘ୍ର ଏସଓପି ଆସିବ। ସହଜରେ ସରଳ ଭାବରେ ଶସ୍ତାରେ କେମିତି ଲୋକେ ଘର ତିଆରି ପାଇଁ ବାଲି ପାଇବେ ସେଥିପାଇଁ ସରକାର ଯୋଜନା କରୁଛନ୍ତି।