ଭୁବନେଶ୍ୱର, ୨୭।୧୦: ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ବମପତି ରାଷ୍ଟ୍ରପତିଙ୍କ ସମ୍ମାନରେ ଗୁରୁବାର ରାତ୍ରୀ ଭୋଜନର ଆୟୋଜନ କରିଛନ୍ତି। ରାଜ୍ୟପାଳଙ୍କ ସହଧର୍ମଣୀ ଜୟଶ୍ରୀ କମ୍ବମପତି ଏଥିରେ ଉପସ୍ଥିତ ଥିଲେ।

ଏହି ଭୋଜିରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତାଙ୍କ ପତ୍ନୀ ଡକ୍ଟର ପ୍ରିୟଙ୍କା ମାର୍ଣ୍ଡି, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ବାଚସ୍ପତି ସୁରମା ପାଢୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଏବଂ ପ୍ରଭାତୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଭୋଜିରେ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ, ଅନେକ ସାଂସଦ , ବିଧାୟକ ଓ  ଅନ୍ୟ ପ୍ରମୁଖ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।