ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ରାଜଭବନରୁ ଚନ୍ଦନ ଗଛ ଚୋରି ଘଟଣା: କୁଆଡ଼େ ଗଲେ ଚୋର? ପୁଲିସ୍‌ ପାଉନି ନା ଧରୁନି

Published By : Prameya | January 24, 2025 1:15 PM

ଭୁବନେଶ୍ୱର,୨୪/୦୧: ରାଜ୍ୟର ସବୁ ଠାରୁ କଡ଼ା ସୁରକ୍ଷାରେ ରହିଛି ରାଜଭବନ । ତେବେ ଏଭଳି କଡ଼ା ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଚୋରମାନେ ରାଜଭବନ ପରିସରରୁ  କାଟି ନେଲେ ୩୦ ଲକ୍ଷ ଟଙ୍କାର ଚନ୍ଦନ ଗଛ । ଏହି ଚୋରି ଘଟଣାକୁ ୨ ବର୍ଷ ବିତିଲାଣି ।  ହେଲେ ଏପର୍ଯ୍ୟନ୍ତ କ୍ୟାପିଟାଲ୍‌ ଥାନା ପୁଲିସ୍‌ କିଛି ଟେର ପାଇନାହିଁ । ପ୍ରକୃତରେ ଚୋର  ଧରାପଡି ନାହିଁ ନା ଘର ଚୋର ବୋଲି ଜାଣିଶୁଣି ମାମଲାକୁ ଚାପିଦେଲେ ତାକୁ ନେଇ  ପ୍ରଶ୍ନ ଉଠିଛି । 

୨୦୨୨ ନଭେମ୍ବର ମାସରେ ରାଜଭବନ ପରିସରରୁ ୪ଟି ଚନ୍ଦନ ଗଛ  ଚୋରି ହୋଇଥିଲା । ପ୍ରତ୍ୟେକ ଗଛର ମୋଟେଇ ୩ରୁ ସାଢ଼େ ୩ ଫୁଟ୍‌ ଥିଲା । ଚୋରି  ହେଲା ପରେ ରାଜଭବନ ପକ୍ଷରୁ କ୍ୟାପିଟାଲ  ଥାନାରେ ଏଥଲା ଦିଆଗଲା । ଏହାପରେ  ଆରମ୍ଭ ହେଲା ତଦନ୍ତ । ପୁଲିସ୍‌ ତଦନ୍ତ କରି ସିସିଟିଭି ଯାଞ୍ଚ କଲା । ଏହି ସମୟରେ  ଜଣାପଡ଼ିଥିଲା ବାହାର ନୁହେଁ ବରଂ ରାଜଭବନ ଭିତର କର୍ମଚାରୀ ଏହି ଚନ୍ଦନ କାଠ  ଚୋରିରେ ସଂପୃକ୍ତ ଅଛନ୍ତି । ପୁଲିସ୍‌ ସବୁ ଜାଣିଲା । ହେଲେ କ’ଣ ହେଲା କେଜାଣି  ଚୋର ଗିରଫ ହେଲାନି କି ଚୋରି ଜିନିଷ ଜବତ ହେଲାନାହିଁ । ସବୁଠାରୁ ବଡ଼ କଥା  ହେଲା ରାଜଭବନ ଭିତରେ ଥିବା ବରିଷ୍ଠ ଅଧିକାରୀମାନେ ଘଟଣାର ଅଧିକ ତଦନ୍ତ  ନ ହେଉ ବୋଲି ପରୋକ୍ଷରେ ଚାହିଁଥିଲେ । ସେଥିପାଇଁ ପୁଲିସ୍‌ ଚୁପ୍‌ ବସି ପଡ଼ିଲା । ଚନ୍ଦନଗଛ ଚୋରି ଏବଂ ତଦନ୍ତରେ ଡୋରି ଲାଗିବା ରାଜଭବନ ପାଇଁ ପ୍ରଥମ ନୁହେଁ । ୧୩ ବର୍ଷ ତଳେ ମଧ୍ୟ ଚନ୍ଦନ ଗଛ ଚୋରି ହୋଇଥିଲା । ଅଭିଯୋଗ ହେଲା, ପୁଲିସ୍‌  ମାମଲା ରୁଜୁ କରି ତଦନ୍ତ କରି ଚୋର କିଏ ତାର ସନ୍ଧାନ ପାଇଲା । ହେଲେ କିଛି  ଅଦୃଶ୍ୟ ଚାପରେ ପୁଲିସ୍‌ ଚେପା ହୋଇଗଲା । ଚୋର ଧରାପଡ଼ିଲା ନାହିଁ କି ଘଟଣା  ପଦାକୁ ଆସିଲାନି । ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର କାଠ ଚୋରି କରି ରାଜଭବନ କର୍ମଚାରୀ  ମାଲେମାଲ୍‌ ହେଛନ୍ତି । ପୁଲିସ୍‌ ସବୁ ଜାଣି ଚୁପ୍‌ ରହୁଛି ବୋଲି ଅଭିଯୋଗ ଉଠିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.