ପ୍ରମୂଖ ଖବର
  • ଟାଙ୍ଗୀ: ବୋମାମାଡ କରି ସୁନା ଦୋକାନରୁ ଲୁଟ
  • ||
  • ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ, ଛାତରୁ ଖସିପଡ଼ିଲା କାର୍‌
  • ||
  • ସୁବର୍ଣ୍ଣରେଖାରେ ମଧ୍ୟମ ଏବଂ ବୈତରଣୀରେ ଛୋଟ ଧରଣର ବନ୍ୟା: ସର୍ବୋଚ୍ଚ ଯନ୍ତ୍ରୀ
  • ||
  • କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କଲେ ଚେତେଶ୍ୱର ପୂଜାରା
  • ||
  • ଉଛୁଳା ମହାନଦୀକୁ ଡେଇଁ ପଡ଼ିଲେ ଛାତ୍ରୀ, ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୀ-କୋଣାର୍କ ଭିଷ୍ଟାଡମ୍ ଟ୍ରେନ୍ ପାଇଁ ବିଜ୍ଞପ୍ତି ପ୍ରକାଶ, ୩୨କିଲୋମିଟର ପାଇଁ ଖର୍ଚ୍ଚ ହେବ ୪୯୨ କୋଟି
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଜଳେଶ୍ୱର: ଲଘୁଚାପ ବର୍ଷା ଯୋଗୁଁ ଫୁଲୁଛି ସୁବର୍ଣ୍ଣରେଖା, ବିପଦ ସଂକେତ ଉପରେ ଜଳସ୍ତର
  • ||
  • ନୂଆପଡ଼ାରେ ବାଘ ଆତଙ୍କ, ଛେଳିକୁ ମାରି ଖାଇଦେଲା କଳରାପତରିଆ ବାଘ
  • ||

୧୮ ବର୍ଷ ହେବ ଦେଇନାହାନ୍ତି ହିଟ୍ ଫିଲ୍ମ, ଫିଲ୍ମଠୁ ଦୂରରେ, ତଥାପି ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି ଗୋବିନ୍ଦା

Published By : Ankita S | August 24, 2025 3:15 PM

ନୂଆଦିଲ୍ଲୀ ୨୪/୦୮: କମିକ ଟାଇମିଂ ଏବଂ ନିଜର ଡ୍ୟାନ୍ସ ମୁଭ୍ସ ଜରିଆରେ ବର୍ଷ ବର୍ଷ ଧରି ବଡ ପରଦାରେ ରାଜ କରିଛନ୍ତି ଗୋବିନ୍ଦା । ବର୍ତ୍ତମାନ ସେ ଅଭିନୟଠାରୁ ଦୂରରେ, କିନ୍ତୁ ପସର୍ଲନାଲ ଲାଇଫକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହୁଛନ୍ତି। ସମ୍ପ୍ରତି ପତ୍ନୀ ସୁନୀତା ଅହୁଜାଙ୍କ ସହ ତାଙ୍କର ଛାଡପତ୍ରକୁ ନେଇ ଖୁବ ଆଲୋଚନା ହେଉଛି।  ଜାଣି ଆଶ୍ଚର୍ଯ୍ୟ ହେବେ ଚଳଚ୍ଚିତ୍ରଠାରୁ ଦୂରରେ ରହିବା ପରେ ମଧ୍ୟ ଅଭିନେତା ରାଜକୀୟ ଜୀବନଯାପନ କରନ୍ତି ।

୧୯୮୬ ମସିହାରେ ଗୋବିନ୍ଦା ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ ଥିଲା 'ଇଲଜାମ'। ଏହା ପରେ ସେ ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଥିଲେ ଏବଂ ବଲିଉଡରେ ହିରୋ ନମ୍ବର ୱାନର ଟ୍ୟାଗ୍ ପାଇଥିଲେ। କିନ୍ତୁ ବର୍ତ୍ତମାନ ସେ ବର୍ଷ ବର୍ଷ ଧରି ଅଭିନୟରୁ ଦୂରେଇ ରହିଛନ୍ତି। ପ୍ରାୟ ୧୮ ବର୍ଷ ହେବ ସେ କୌଣସି ହିଟ୍ ଫିଲ୍ମ ମଧ୍ୟ ଦେଇନାହାଁନ୍ତି । ଏହା ସତ୍ତ୍ୱେ ସେ ରାଜକୀୟ ଜୀବନଯାପନ କରୁଛନ୍ତି। 

ରିପୋର୍ଟ ଅନୁଯାୟୀ, ଗୋବିନ୍ଦା ପ୍ରାୟ ୧୭୦ କୋଟି ଟଙ୍କା ମୂଲ୍ୟ ସମ୍ପତ୍ତିର ମାଲିକ । ସେ ଗୋଟିଏ ଫିଲ୍ମ ପାଇଁ ୬କୋଟି ଟଙ୍କା ଶୁଳ୍କ ଆଦାୟ କରନ୍ତି। ଫିଲ୍ମ ବ୍ୟତୀତ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ମଧ୍ୟ ତାଙ୍କ ଆୟର ଉତ୍ସ। ଏଥିପାଇଁ ସେ ୨ କୋଟି ଟଙ୍କା ଆଦାୟ କରୁଛନ୍ତି। ଏହା ବ୍ୟତୀତ ସେ ରିଅଲ ଇଷ୍ଟେଟରେ ବିନିଯୋଗ କରିଛନ୍ତି। ମୁମ୍ବାଇ ବ୍ୟତୀତ ଭାରତର ବିଭିନ୍ନ ସ୍ଥାନରେ ତାଙ୍କର ବିଳାସପୂର୍ଣ୍ଣ ପ୍ରପର୍ଟି ରହିଛି। ଜୁହୁରେ ତାଙ୍କର ୧୬ କୋଟି ଟଙ୍କା ମୂଲ୍ୟର ବିଳାସପୂର୍ଣ୍ଣ ଘର ଅଛି । ମଢ଼ ଦ୍ୱୀପରେ ତାଙ୍କର ଏକ ଘର ମଧ୍ୟ ଅଛି । ଯାହା ସେ ଶୁଟିଂ ପାଇଁ ଭଡ଼ାରେ ଦିଅନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.