ପ୍ରମୂଖ ଖବର
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ସରକାରଙ୍କ ବଡ଼ ନିଷ୍ପତ୍ତି: ଟୁ-ହ୍ବିଲରକୁ ଟ୍ୟାକ୍ସି ଭାବରେ କରିପାରିବେ ବ୍ୟବହାର, ଓଲା-ଉବେର ଓ ରାପିଡୋ କମ୍ପାନୀ କଲା ସ୍ବାଗତ

Published By : Harapriya Biswal | July 2, 2025 2:15 PM

ନୂଆଦିଲ୍ଲୀ,୨।୭: କେନ୍ଦ୍ର ସରକାର ସରକାରଙ୍କ ବଡ଼ ଘୋଷଣା। ବ୍ୟକ୍ତିଗତ ଗାଡିକୁ ଓଲା-ଉବେର ଓ ରାପିଡୋରେ ବ୍ୟବସାୟିକ ଉପଯୋଗ ପାଇଁ କରିହେବ ବ୍ୟବହାର। ଏବେ ଯେ କୌଣସି ବ୍ୟକ୍ତି ନିଜର ବାଇକ୍ କିମ୍ବା ସ୍କୁଟିକୁ ଆପ୍ ଜରିଆରେ ପ୍ରାଇଭେଟ୍‌ ଟୁ-ହ୍ବିଲର ଟାକ୍ସି ଭଳି ବ୍ୟବହାର କରିପାରିବେ। ସେଥିରୁ ଆୟ ମଧ୍ୟ ହୋଇପାରିବ। 

ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ମଙ୍ଗଳବାର ନୂଆ ମୋଟର ଭେଇକିଲ ଏଗ୍ରିଗେଟର ଗାଇଡଲାଇନ୍ ଜାରି କରିଛି। ଏହା ଅନୁସାରେ ରାଜ୍ୟ ସରକାର ଏବେ ଯାତ୍ରୀଙ୍କ ପରିବହନ ପାଇଁ ନନ୍-କମର୍ସିଆଲ ବା ବ୍ୟକ୍ତିଗତ ଦୁଇଚକିଆ ଗାଡିକୁ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଦୀର୍ଘ ସମୟ ଧରି ଚାଲି ଆସୁଥିବା ପରିବହନ ସମସ୍ୟାର ସମାଧାନ କରିପାରିବ। ଟ୍ୟାକ୍ସି ଭାବରେ ପ୍ରାଇଭେଟ୍ ଟୁ ହ୍ବିଲରର ବ୍ୟବହାର ବହୁ ସ୍ଥାନରେ ବେଆଇନ ବୋଲି ମନେକରାଯାଏ।   ତେବେ ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରାଟ୍ରାଫିକ୍ ଜାମ୍ ଓ ଗାଡିଦ୍ବାରା ହେଉଥିବା ପ୍ରଦୂଷଣ ମଧ୍ୟ କମ୍ କରିହେବ। ଏହାସହ ଲୋକଙ୍କୁ ଶସ୍ତାରେ ଯାତ୍ରା ସୁବିଧା, ହାଇପରଲୋକାଲ ଡେଲିଭରି ଓ ରୋଜଗାରର ନୂଆ ସୁଯୋଗ ମଧ୍ୟ ମିଳିପାରିବ। 

ଗାଇଡଲାଇନ୍ ଅନୁସାରେ, ରାଜ୍ୟ ସରକାର ମୋଟର ଭେଇକିଲ୍ ଆକ୍ଟର ଆଧାରା ୬୭(୩) ଅନୁସାରେ, ଏହି ଅନୁମତି ଦେଇ ପାରିବେ। ଘରୋଇ ମୋଟର ସାଇକେଲ୍ ପାସେଞ୍ଜର ସବାରୀ ପାଇଁ ଏଗ୍ରିଗେଟର୍ସ ଭଳି ଆପ୍‌ ଆଧାରିତ ସେବା ମାଧ୍ୟମରେ ବ୍ୟବହାର କରିପାରିବେ। ଏହାଛଡା ରାଜ୍ୟ ସରକାର ଏହି ସେବାକୁ ଅନୁମତି ଦେବା ବଦଳରେ ଏଗ୍ରିଗେଟର୍ସଙ୍କଠାରୁ ଫି’ ଆଦାୟ କରିପାରିବେ। ଏହି ଫି’ ପ୍ରତିଦିନ ଓ ପ୍ରତି ସପ୍ତାହ ଆଧାରରେ ଧାର୍ଯ୍ୟ କରାଯାଇଥାଏ। ବାଇକ୍ ଟ୍ୟାକ୍ସି ଚଳାଉଥିବା କମ୍ପାନୀ ଯେପରିକି ଓଲା, ରାପିଡୋ ଓ ଉବେର ଭଳି କମ୍ପାନୀ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛି। ଏହି ପଦକ୍ଷେପ କର୍ଣ୍ଣାଟକରେ ଆଶ୍ବସ୍ଥି ଆଣିଛି। ନିକଟରେ ଏହି ସେବାକୁ ବନ୍ଦ କରିବା ପରେ ସେଠାରେ ବିରୋଧ ପ୍ରଦର୍ଶନ କରାଯାଇଥିଲା।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.