ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

କେନ୍ଦ୍ର ଉପରେ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ, କହିଲେ-ସରକାରଙ୍କ ଅବହେଳାରୁ ଖାଦ୍ୟର ଅଭାବ ଦେଇ ଗତି କରୁଛି ଦେଶ

Published By : Harapriya Biswal | July 2, 2025 8:07 PM

ନୂଆଦିଲ୍ଲୀ,୨।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କେନ୍ଦ୍ର ସରକାରଙ୍କ ଉପରେ ବଡ ଧରଣର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଦେଶର କୃଷକ ସାରର ଅଭାବ ଦେଇ ଗତି କରୁଛନ୍ତି, କିନ୍ତୁ ସରକାରତାଙ୍କର ତାଙ୍କର କୌଣସି ସାହାଯ୍ୟ କରୁନାହାନ୍ତି। ସେ ଦାବି କରିଛନ୍ତି ଚୀନ୍‌ରୁ ଆସୁଥିବା ସାର ଯୋଗାଣକୁ ରୋକିବା ପରେ ବି ସରକାର କୌଣସି ବିକଳ୍ପ ତିଆରି କରି ନାହାନ୍ତି। ରାହୁଲ ଗାନ୍ଧୀ ଏହାକୁ କୃଷକଙ୍କ ସହ ଅନ୍ୟାୟ ବୋଲି କହିଛନ୍ତି। 

ରାହୁଲ କହିଛନ୍ତି, ଭାରତ କୃଷି ପ୍ରଧାନ ଦେଶ ଓ କୃଷକ ଆମର ଅର୍ଥବ୍ୟବସ୍ଥାର ମେରୁଦଣ୍ଡ। କିନ୍ତୁ ଏହି ମେରୁଦଣ୍ଡ ଏବେ ବିଦେଶୀ ନିର୍ଭରତାର କାରଣରୁ ଦୁର୍ବଳ ହେବାରେ ଲାଗିଛି। ସେ କହିଛନ୍ତି, ଭାରତ ୮୦ ପ୍ରତିଶତ ଖାଦ୍ୟ ଚୀନରୁ ଆମଦାନୀ କରୁଛି। ଏବେ ଚୀନ୍ ବି ଏହାର ସପ୍ଲାଇ ରୋକି ଦେଇଛି, ଫଳରେ କୃଷକଙ୍କ ଆଗରେ ବଡ଼ ସଙ୍କଟ ସୃଷ୍ଟି ହୋଇଛି।

ରାହୁଲ କହିଛନ୍ତି,ଏହା ପ୍ରଥମ ଥର ନୁହେଁ ଯେତେବେଳେ ଦେଶରେ ଅତ୍ୟାବଶକୀୟ ସାରରେ ଅଭାବ ହୋଇଛି। ପୂର୍ବରୁ ଦେଶସାରା କୃଷକ ଡିଏପି(ଡାୟମୋନିୟମ ଫସଫେଟ୍) ଓ ୟୁରିଆର ଅଭାବକୁ ନେଇ ଚିନ୍ତାରେ ଅଛନ୍ତି। ଏବେ ଚୀନ୍‌ରୁ ଆସୁଥିବା ସ୍ପେଶାଲ ଫର୍ଟିଲାଇଜରର ଯୋଗାଣ ବନ୍ଦ ହେବାପରେ ସ୍ଥିତି ଆହୁରି ଖରାପ ହୋଇଯାଇଛି। କଂଗ୍ରେସ ନେତା କେନ୍ଦ୍ର ସରକାର ଉପରେ  ଅଭିଯୋଗ କରିଛନ୍ତି, ସରକାରଙ୍କୁ ପୂର୍ବରୁ ଜଣାଥିଲା ଚୀନ୍ କେବେ ବି ଯୋଗାଣ ରୋକିଦେବ। ଏହପରେ ବି ନା ଘରୋଇ ଉତ୍ପାଦନ ବଢାଇବା ନେଇ କୌଣସି ନୀତି ତିଆରି ହୋଇନି ନା କୌଣସି ଯୋଜନା ଉପରେ କାମ ହୋଇନି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.