ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ସାମ୍ନାକୁ ଆସିଲା ଆଉ ଏକ ବିମାନ ଦୁର୍ଘଟଣା; ମଝି ଆକାଶରେ ଉଡ଼ିଗଲା ସ୍ପାଇସ୍‌ଜେଟ୍ ବିମାନର ଝରକା ଫ୍ରେମ୍, ସମସ୍ତ ଯାତ୍ରୀ ସୁରକ୍ଷିତ

Published By : Bijay Swain | July 2, 2025 10:28 PM

ପୁଣେ: ମଝି ଆକାଶରେ ଆତଙ୍କ ରଚିଲା ଆଉ ଏକ ବିମାନ। ଗୋଆରୁ ପୁଣେ ଅଭିମୁଖେ ଯାଉଥିବା ସ୍ପାଇସ୍‌ଜେଟ୍ ବିମାନ (ଫ୍ଲାଇଟ୍ ନମ୍ବର SG-1080) ର ଏକ ଝରକା ଫ୍ରେମ୍ ମଝି ଆକାଶରେ ହଠାତ୍ ଖସି ପଡ଼ିଥିଲା। ଯାହା ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିଲା। ଘଟଣାଟି ଜୁଲାଇ ୧ ତାରିଖରେ ଘଟିଥିବା ନେଇ ସୂଚନା ମିଳିଛି। ତେବେ ସ୍ପାଇସ୍‌ଜେଟ୍ କହିଛି ଯେ, ଏହା ଏକ ଅ-ଗଠନମୂଳକ (ନନ୍-ଷ୍ଟ୍ରକ୍ଚରାଲ୍) ଟ୍ରିମ୍ କମ୍ପୋନେଣ୍ଟ ଥିଲା, ଯାହା ଝରକାରେ ଛାଇ ପାଇଁ ଲଗାଯାଇଥିଲା ଏବଂ ଏହା ବିମାନର ସୁରକ୍ଷା ଉପରେ କୌଣସି ପ୍ରଭାବ ପକାଇ ନଥିଲା।

ଏନେଇ ଏକ ବିବୃତି ଜାରି କରି ସ୍ପାଇସ୍‌ଜେଟ୍ କହିଛି ଯେ, "ଆମର Q400 ବିମାନର ଏକ କସ୍ମେଟିକ୍ ଝରକା ଫ୍ରେମ୍ ଉଡ଼ାଣ ସମୟରେ ଢିଲା ହୋଇ ଖସି ପଡ଼ିଥିଲା। ଏହା ଏକ ଅ-ଗଠନମୂଳକ ଅଂଶ ଥିଲା ଏବଂ କେବିନ୍ ଚାପ ସାରା ଉଡ଼ାଣ ସମୟରେ ସ୍ଥିର ରହିଥିଲା। ଯାତ୍ରୀଙ୍କ ସୁରକ୍ଷା ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥିଲା।" ବିମାନଟି ପୁଣେ ବିମାନବନ୍ଦରରେ ଅବତରଣ କରିବା ପରେ ମେଣ୍ଟେନାନ୍ସ ଟିମ୍ ଦ୍ୱାରା ଫ୍ରେମ୍‌ଟିକୁ ମଜବୁତ କରାଯାଇଥିଲା।

ଏହି ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ମନ୍ଦାର ସାୱନ୍ତ ଜାତୀୟ ଗଣମାଧ୍ୟମ ଦ ଇଣ୍ଡିଆନ୍ ଏକ୍ସପ୍ରେସକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, "ଟେକ୍‌ଅଫର ପ୍ରାୟ ଅଧ ଘଣ୍ଟା ପରେ ଏକ ମହିଳା ଏବଂ ତାଙ୍କ ଶିଶୁ ବସିଥିବା ସିଟ୍ ନିକଟର ଝରକାର ଫ୍ରେମ୍ ହଠାତ୍ ଖସି ପଡ଼ିଥିଲା। ଷ୍ଟିୱାର୍ଡେସ୍ ଝରକାକୁ କିଛି ପରିମାଣରେ ପୁଣି ଲଗାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ବିମାନର ଦ୍ରୁତ ଗତି ଯୋଗୁଁ ଏହା ପୁଣି ଖସି ପଡ଼ିବାର ଆଶଙ୍କା ଥିଲା।"

ସେହି ପରି ଅନେୟ ଜଣେ ଯାତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଘଟଣାର ଏକ ଭିଡିଓ ପୋଷ୍ଟ କରି ବିମାନର ଉଡ଼ାଣ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଥିଲେ। ଏବଂ ଏଥିରେ ଭାରତୀୟ ବେସାମରିକ ବିମାନ ଚଳାଚଳ ନିୟାମକ (DGCA)ଙ୍କୁ ଟ୍ୟାଗ୍ କରିଥିଲେ।

ସ୍ପାଇସ୍‌ଜେଟ୍ ଏନେଇ ଆହୁରି ସ୍ପଷ୍ଟ କରି କହିଛି ଯେ, Q400 ବିମାନରେ ଝରକାର ଏକାଧିକ ସ୍ତର ଥାଏ। ଯେଉଁଥିରେ ଏକ ମଜବୁତ, ଚାପ ସହନ କରୁଥିବା ବାହ୍ୟ ପେନ୍ ମଧ୍ୟ ଅନ୍ତର୍ଭୁକ୍ତ ଥାଏ। ଯାହା ଯାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରେ। ଏହି ଘଟଣା ସତ୍ତ୍ୱେ କୌଣସି ଯାତ୍ରୀ ଆହତ ହୋଇ ନଥିବା ଏବଂ ବିମାନ ନିରାପଦରେ ଅବତରଣ କରିଥିବା ନେଇ ସ୍ପାଇସ୍‌ଜେଟ୍ ଦାବି କରିଛି।

ଏହି ଘଟଣା ଭାରତରେ ବିମାନ ଚଳାଚଳ ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ମାନକ ଉପରେ ଆଲୋଚନାକୁ ପୁଣି ଥରେ ତୀବ୍ର କରିଛି। ବିଶେଷକରି ଅହମଦାବାଦରେ ନିକଟରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଏହାକୁ ନେଇ ଆଲୋଚନା ଜୋର ଧରିଛି। DGCA ଏ ପର୍ଯ୍ୟନ୍ତ ଏହି ଘଟଣା ଉପରେ କୌଣସି ଆନୁଷ୍ଠାନିକ ବିବୃତି ଜାରି କରି ନାହିଁ। ତେବେ ସ୍ପାଇସ୍‌ଜେଟ୍ ସମସ୍ତ ସୁରକ୍ଷା ମାନକ ପାଳନ ଏବଂ ସମସ୍ତ ଆବଶ୍ୟକୀୟ ଯାଞ୍ଚ ଅନୁସରଣ କରୁଥିବା ନେଇ ଦାବି କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.