ପ୍ରମୂଖ ଖବର
  • ଗଞ୍ଜାମ: ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ବାଇକ୍‌, ଯୁବକ ମୃତ
  • ||
  • ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ
  • ||
  • ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
  • ||
  • ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମହିଳା ପର୍ଯ୍ୟଟକଙ୍କୁ ମିଳିବ ସୁବିଧା
  • ||
  • ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ... ସ୍ଵାଧିନତା ଦିବସରେ ଦେଲେନି ମଧ୍ୟାହ୍ନ ଭୋଜନ, ୫୬ଟି ସ୍କୁଲ୍‌କୁ ନୋଟିସ୍
  • ||
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ସମ୍ବଲପୁର: ଖୋଲିଲା ହୀରାକୁଟ ଗେଟ, ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ବଢ଼ିଲା ପୁରୁଣା ଗାଡ଼ି ପଞ୍ଜୀକରଣ ଦେୟ, ପୂର୍ବ ଅପେକ୍ଷା ଡବଲ ଫି' ଗଣିବେ ଗ୍ରାହକ

Published By : Manoj | August 23, 2025 1:37 PM

ନୂଆଦିଲ୍ଲୀ,୨୩/୦୮: ୨୦ ବର୍ଷରୁ  ଅଧିକ ପୁରୁଣା ଗାଡ଼ିଗୁଡ଼ିକର ପଞ୍ଜୀକରଣ ଦେୟ ବଢ଼ାଇଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ରହିଥିବା ଫି’ ତୁଳନାରେ  ଏହା ପ୍ରାୟ ଦୁଇ ଗୁଣା ହୋଇଯାଇଛି । ଏଭଳି ଗାଡ଼ିଗୁଡ଼ିକର ବ୍ୟବହାରକୁ କମାଇ ପ୍ରଦୁଷଣ ନିୟନ୍ତ୍ରଣ କରିବା  ଏ ନିଷ୍ପତ୍ତିର ଉଦ୍ଦେଶ୍ୟ । ଦେଶରେ  ପ୍ରଦୁଷଣରେ ଏହି ଗାଡ଼ିଗୁଡ଼ିକର  ଯୋଗଦାନ ରହିଛି ୪୦% ।  

ସଡ଼କ ମନ୍ତ୍ରାଳୟ ପକ୍ଷରୁ ଜାରି  ବିଜ୍ଞପ୍ତି ଅନୁସାରେ, ୨୦ ବର୍ଷରୁ ଅଧିକ  ପୁରୁଣା ମୋଟରସାଇକେଲ୍‌ଗୁଡ଼ିକର  ପଞ୍ଜୀକରଣ ରିନ୍ୟୁ ବାବଦ ଦେୟ  ୧୦୦୦ ଟଙ୍କାରୁ ୨୦୦୦ ଟଙ୍କାକୁ ବଢ଼ିଛି ।  ସେହିଭଳି ତିନିଚକିଆ କ୍ଷେତ୍ରରେ ଏହା  ୩,୫୦୦ ଟଙ୍କାରୁ ବଢ଼ି ୫,୦୦୦ ଟଙ୍କା ହୋଇଛି । ହାଲୁକା ମୋଟର୍‌ ଯାନର  ପଞ୍ଜୀକରଣ ରିନ୍ୟୁ ବାବଦ ଦେୟ  ୧୦,୦୦୦ ଟଙ୍କାକୁ ବଢ଼ାଯାଇଛି ।  

ସେହିଭଳି ଆମଦାନି ହୋଇଥିବା  ଦୁଇଚକିଆ ଏବଂ ତିନିଚକିଆର  ପଞ୍ଜୀକରଣ ରିନ୍ୟୁ ଫି’ ୨୦,୦୦୦  ଟଙ୍କାକୁ ବୃଦ୍ଧି କରାଯାଇଛି । ପୁରୁଣା ଇମ୍ପୋର୍ଟେଡ୍‌ କାର୍‌ର ପଞ୍ଜୀକରଣ ରିନ୍ୟୁ  ବାବଦ ଫି’କୁ ବର୍ତ୍ତମାନର ୧୦,୦୦୦  ଟଙ୍କାରୁ ବଢ଼ାଯାଇ ୮୦,୦୦୦ ଟଙ୍କା  କରାଯାଇଛି । ଏହି ଫି’ ସହିତ ଜିଏସ୍‌ଟି  ମିଶାଯାଇ ନ ଥିବା ସଡ଼କ ପରିବହନ  ଏବଂ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.