ନୂଆଦିଲ୍ଲୀ,୧୧/୧୧: ରଦ୍ଦି ସାମଗ୍ରୀ ବିକ୍ରି କରି କେନ୍ଦ୍ର ସରକାର ଜବରଦସ୍ତ ଆୟ କରିବାକୁ ସକ୍ଷମ ହୋଇଛନ୍ତି । ଗତ ୩ ବର୍ଷରେ ସରକାର ଏଭଳି ସାମଗ୍ରୀ ବିକ୍ରି କରି ୨୩୬୪ କୋଟି ଟଙ୍କା ଆୟ କରିଥିବା ଶିଳ୍ପ ଏବଂ ଆନ୍ତଃ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି) ପକ୍ଷରୁ ସୂଚନା ମିଳିଛି । ବିଭିନ୍ନ ସରକାରୀ କାର୍ଯ୍ୟାଳୟରୁ ବିକ୍ରି କରାଯାଇଛି ଏହି ରଦ୍ଦି ସାମଗ୍ରୀ । ସ୍ୱରାଷ୍ଟ୍ର ମନ୍ତ୍ରୀ ଜିତେଜ୍ର ସିଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏ ନେଇ ଏକ ପୋଷ୍ଟ କରିଛନ୍ତି ।
ସରକାର ସ୍ୱଚ୍ଛତା ଅଭିଯାନକୁ ବ୍ୟାପକ କରିଛନ୍ତି । ଏହା ମଧ୍ୟରେ ଦସ୍ତାବିଜ ସହ ଇ-ଫାଇଲ ସାମିଲ ରହିଛି । ଏହି ଅଭିଯାନରୁ ସରକାର ଚଳିତ ବର୍ଷ ୬୫୦.୧୦ କୋଟି ଟଙ୍କା ଆୟ କରିବାକୁ ସକ୍ଷମ ହୋଇଛନ୍ତି ବୋଲି କହିଛନ୍ତି ଶ୍ରୀ ସିଂ । ସରକାରୀ କାର୍ଯ୍ୟାଳୟରେ ପଡିଥିବା ବିଭିନ୍ନ ଅନାବ୍ୟଶ୍ୟକ ସାମଗ୍ରୀ ଯଥା ଫାଇଲ ଗୁଡିକୁ ବିଭିନ୍ନ ସମୟରେ ରିଭ୍ୟୁ କରିବାକୁ ପଡିଥାଏ । ଚତୁର୍ଥ ଥର ଲାଗି ସରକାର ଏଭଳି ଅଭିଆନ ଆରମ୍ଭ କରିଛନ୍ତି । ଏହାକୁ ସ୍ପେଶାଲ କ୍ୟାମ୍ପେନ ୪.୦ ନାମ ଦିଆଯାଇଥିଲା । ଏହା ଦ୍ୱାରା ରାଜକୋଷକୁ ଅର୍ଥ ଆସିବା ସହ ସରକାରୀ ବିଭାଗରେ ସ୍ୱଚ୍ଛତାରେ ସହାୟକ ହୋଇଛି ବୋଲି କହିଛନ୍ତି ସରକାର । କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିଂଙ୍କ ପୋଷ୍ଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ଦେଇଛନ୍ତି । ଶ୍ରୀ ମୋଦି ଏକ୍ସ ପୋଷ୍ଟରେ ଲେଖିଛନ୍ତି, ଏହା ଏକ ପ୍ରଶଂସନୀୟ କାର୍ଯ୍ୟକ୍ରମ । ଦକ୍ଷ ପରିଚାଳନା ଓ କାର୍ଯ୍ୟଧାରା ଯୋଗୁ ଏଭଳି ସଫଳତା ସରକାରଙ୍କୁ ମିଳିଛି । ଏହା ସ୍ୱଚ୍ଛତା ଏବଂ ଆର୍ଥିକ ପ୍ରଗତି କ୍ଷେତ୍ରରେ ଯୋଗଦାନ ଦେବ ।
Dev Discourse: Scrap to Sustainability: Government's Rs 2,364 Crore Success Story#DARPG
— Dr Jitendra Singh (@DrJitendraSingh) November 11, 2024
Read:https://t.co/j6iRsQXWZ5 pic.twitter.com/Ob4qeZlpsh
ଏହି କ୍ୟାମ୍ପେନ ଅଧିନରେ ୪୫ ଲକ୍ଷ ଫାଇଲର ସମୀକ୍ଷା କରାଯିବା ୨୫.୧୯ ଫାଇଲ ହଟାଯାଇଥିଲା । ୫.୯୭ ଲକ୍ଷ ସ୍ଥାନରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା । ଏହା ଦ୍ୱାରା ୧.୯୦ ଲକ୍ଷ ବର୍ଗଫୁଟ ସ୍ଥାନ ଖାଲି କରିବାକୁ ସରକାର ସକ୍ଷମ ହୋଇଛନ୍ତି । ୫.୫୫ ଲକ୍ଷ ଅଭିଯୋଗର ଶୁଣାଣି କରିଛନ୍ତି ସରକାର ।
୨୦୨୩ରେ ୨.୫୯ ଲକ୍ଷ ସ୍ଥାନରେ ଅନୁଷ୍ଠିତ ହୋଇଛି ଏହି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମକୁ ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ ଏବଂ ସଚିବାଳୟ ସ୍ତରରେ ମଧ୍ୟ ସମୀକ୍ଷା କରାଯାଇଥିଲା । ଏଥିଲାଗି ମଧ୍ୟ ଏକ ସ୍ୱତନ୍ତ୍ର ପୋର୍ଟାଲ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।