ନୂଆଦିଲ୍ଲୀ : ସିରମ୍ ଇନଷ୍ଟିଟ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାୱାଲା ଦାଭୋସ୍ରେ ଭାକ୍ସିନ୍ ଇଣ୍ଡଷ୍ଟ୍ରିଜ୍ ପାଇଁ ଏକ ସ୍ୱତନ୍ତ୍ର ଅପିଲ୍ କରିଛନ୍ତି। ଅଦାର ପୁନୱାଲା ବିକାଶ ଓ ରିନ୍ୟୁୱେବଲ ପାଇଁ ଉଚିତ୍ ପ୍ରାଇସ୍ ସ୍ଥିର କରିବାକୁ ଦାବି କରିଛନ୍ତି। ପୁନୱାଲା ବିଜନେସ୍ ଟୁଡେର କାର୍ଯ୍ୟକାରୀ ନିର୍ଦ୍ଦେଶକ ରାହୁଲ କମ୍ୱଲଙ୍କୁ କହିଛନ୍ତି, ଆମେ ନିଜର ଉତ୍ପାଦକ ଗୁଡ଼ିକର ସଠିକ୍ ମୂଲ୍ୟ ନିର୍ଦ୍ଧାରଣ କରିବାର ହକ୍ ମିଳିବା ଉଚିତ୍। ସେ ଏହି କଥା ଉପରେ ଜୋର ଦେଇଛନ୍ତି କି, ଭାକ୍ସିନ ସେକ୍ଟରରେ ପ୍ରମୋସନ ବା ଛୁଟିର ଆବଶ୍ୟକତା ନାହିଁ , ବରଂ ଅଧିକ ପ୍ରାଇସ୍ କଣ୍ଟ୍ରୋଲରୁ ଆଶ୍ୱସ୍ତିର ଆବଶ୍ୟକତା ରହିଛି।
ପୁନୱାଲା କହିଛନ୍ତି କି, କିଛି ଭାକ୍ସିନ ରାସ୍ତା କଡ଼ରେ ବିକ୍ରି ହେଉଥିବା ଜୋତା ବା ଚପଲ ଠାରୁ ମଧ୍ୟ କମ୍ ଦାମ୍ରେ ବିକ୍ରି ହୁଏ। ସେ କହିଛନ୍ତି , ଆମେ ଭାକ୍ସିନକୁ ୧ଟଙ୍କା ବା ୨୦୦ଟଙ୍କାରେ ବିକ୍ରି କରିବା ନେଇ ଆଲୋଚନା କରୁ, କିନ୍ତୁ ଯଦି କେହି ଏହାକୁ ୩୦୦ଟଙ୍କାରୁ ୪୦୦ ଟଙ୍କାରେ ମଧ୍ୟ ବିକ୍ରି କରୁଛି କି ଏହା ଭୁଲ୍ ନୁହେଁ। ବିଜନେସ୍ ଉପରେ ଆର୍ଥିକ ଚାପର ବୃଦ୍ଧିକୁ ନେଇ ଏହି କୋଟିପତି କହିଛନ୍ତି , ବିନା ପରାମର୍ଶରେ ଭାକ୍ସିନର ଦାମକୁ ହ୍ରାସ କରାଯାଉଛି , ବୃଦ୍ଧି କରାଯାଉ ନାହିଁ।
ଭାକ୍ସିନ ସେକ୍ଟରରେ କଣ ରହିଛି ଚ୍ୟାଲେଞ୍ଜ ?
ଅଦାର ପୁନୱାଲା ଭାକ୍ସିନ ଇଣ୍ଡଷ୍ଟ୍ରିଜ୍ର ତୁଳନା ଆଇଟି , ଅଟୋ ଓ ଫାଇନାନ୍ସ ଭଳି ଉନ୍ନତ ସଂପନ୍ନ ସେକ୍ଟର ସହ କରିଛନ୍ତି ଏବଂ ଏହାର ଚ୍ୟାଲେଞ୍ଜ ଗୁଡ଼ିକ ବିଷୟରେ କହିଛନ୍ତି। ସେ କହିଛନ୍ତି, ଆଇଟି ଉଦ୍ୟୋଗ ପ୍ରତି ତିନି ମାସରେ ୧ ବିଲିୟନ ଟଙ୍କା ଆୟ କରେ। ଅନ୍ୟପଟେ ଭାକ୍ସିନ ଇଣ୍ଡଷ୍ଟ୍ରିଜ୍ ବର୍ଷକରେ ୧ବିଲିୟନ ଟଙ୍କା କମାଇ ପାରୁ ନାହିଁ। ସେ ଚିନ୍ତା ବ୍ୟକ୍ତି କରି କହିଛନ୍ତି କି, ଭାକ୍ସିନ ନିର୍ମାତାଙ୍କ ପାଖରେ ରିସର୍ଚ୍ଚରେ ନିବେଶ କରିବା ବା ଚାକିରି ସୃଷ୍ଚି କରିବାକୁ ପୁଞ୍ଜିର ଅଭାବ ରହିଛି।
ଅଦାର ପୁନୱାଲା କହିଛନ୍ତି , ଯଦିଓ ଆଉ କିଏ ଭାକ୍ସିନ ତିଆରି କରୁ, କିନ୍ତୁ ଯଦି ଆପଣ ଏହାକୁ ଭାରତରେ ତିଆରି କରୁଛନ୍ତି ତ , ସବୁଠୁ ବଡ଼ ଜିନିଷ କମ୍ପାନୀକୁ ଏହାର ପ୍ରାଇସ୍ ସ୍ଥିର କରିବାର ମୁକ୍ତ ମିଳିବା ଉଚିତ୍। ସେଠାରେ ଇଣ୍ଡଷ୍ଟ୍ରୀ ସହ ମିଟିଂରେ ଭାକ୍ସିନର ପ୍ରାଇସ୍ ଓ ଜିନିଷକୁ ସ୍ଥିର କରିବା ଉଚିତ୍। ପୁନାୱାଲା ଚେତାବନୀ ଦେଇଛନ୍ତି କି, ବିନା ମୁନାଫାରେ ପୁଣି ଥରେ ନିବେଶରୁ ଉଦ୍ୟୋଗ ସଫଳତା ହାସଲ କରାଯାଇ ପାରିବ ନାହିଁ ବା ଆଗାମୀ ପିଢିର ଟିକା ବିକଶିତ କରିପାରିବ ନାହିଁ।
ପୁନାୱାଲା କହିଛନ୍ତି, ଯଦି ଆପଣ ଭାରତକୁ ଫାଇଜର ବା ଜିଏସକେ ଭଳି ବିଶ୍ୱସ୍ତରୀୟ ପ୍ରସିଦ୍ଧ କମ୍ପାନୀ ଗୁଡ଼ିକର ଉତ୍ପାଦନ କରିବାକୁ ଦେଖିବାକୁ ଚାହାନ୍ତି, ତ ଅବସର ଅବଶ୍ୟ ହେବା ଉଚିତ୍। ଏହି କମ୍ପାନୀମାନେ ୧୦୦-୨୦୦ ବିଲିୟନ ଡଲାର କରିଛନ୍ତି, ଯାହାକି ଆମେ ୧ ବିଲିୟନ ଡଲାରକୁ ଅତିକ୍ରମ କରିବା ପାଇଁ ସଂଘର୍ଷ କରିଥାନ୍ତି।