ଭୁବନେଶ୍ୱର,୨୯/୦୮: ବିଦ୍ୟାଳୟ ଓ  ଗଣଶିକ୍ଷା ବିଭାଗ ଏବଂ ଉଚ୍ଚ ଶିକ୍ଷା ବିଭାଗର  ପ୍ରଶାସନିକ ନିୟନ୍ତ୍ରଣରେ ଥିବା ବେସରକାରୀ  ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଅବସରପ୍ରାପ୍ତ  କର୍ମଚାରୀଙ୍କ ସାଧାରଣ ଭବିଷ୍ୟନିଧି ପାଣ୍ଠି  (ଜିପିଏଫ୍‌)ର ଚୂଡ଼ାନ୍ତ ଦେୟ ପ୍ରସ୍ତାବ ସେପ୍ଟେମ୍ବର  ୧ ତାରିଖରୁ କେବଳ ଅନ୍‌ଲାଇନ୍‌ରେ ଦାଖଲ  କରାଯିବ ।  

ଆଇଏଫ୍‌ଏମ୍‌ଏସ୍‌ ପୋର୍ଟାଲ ମାଧ୍ୟମରେ ଏହା  ଦାଖଲ କରିବାକୁ ସମସ୍ତ ଉଠାଣ ଓ ବିତରଣ  ଅଧିକାରୀ (ଡିଡିଓ)/କାର୍ଯ୍ୟାଳୟ ମୁଖ୍ୟଙ୍କୁ  ଅବଗତ କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା  (ଏସ୍‌ଆଣ୍ଡଏମ୍‌ଇ) ବିଭାଗ କାର୍ଯ୍ୟାଳୟ ସ୍ମାରକପତ୍ର  ସଂଖ୍ୟା ୧୭୭୬୬/୧.୭.୨୦୨୫ ରିଖ ଏବଂ  ଲେଖା ନିୟନ୍ତ୍ରକ, ଓଡ଼ିଶା କାର୍ଯ୍ୟାଳୟ ଚିଠି ସଂଖ୍ୟା  ୮୧୫୩/୧୧.୭.୨୦୨୫ରିଖ ଅନୁଯାୟୀ ଏହି  ନିର୍ଦ୍ଦେଶନାମା ଜାରି କରାଯାଇଛି । 

ସେପ୍ଟେମ୍ବର ୧ ତାରିଖଠାରୁ ଏହି କାର୍ଯ୍ୟାଳୟରେ କୌଣସି କାଗଜୀ ପ୍ରସ୍ତାବ (ଫିଜିକାଲ୍‌ ପ୍ରପୋଜାଲ୍‌)  ଗ୍ରହଣ କରାଯିବ ନାହିଁ । ସହାୟତା ଲାଗି ସରକାରୀ କାର୍ଯ୍ୟଦିବସରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା  ୩୦ ମଧ୍ୟରେ ଯୋଗାଯୋଗ କରିହେବ ।