ଚନ୍ଦାହାଣ୍ଡି , ୧୭।୧୨ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଏଫଏକ୍ୟୁ ଧାନ ନ ଥିବାରୁ ମଣ୍ଡିରେ ଧାନ ବିକ୍ରି ପାଇଁ ଟୋକନ ପାଇ ଥିବା ଚାଷୀଙ୍କ ଠାରୁ ମିଲର ଧାନ କିଣି ନାହାନ୍ତି l କେବଳ ନଡ଼ିଆ ଭଙ୍ଗା ରେ ଚାଲିଛି ଚନ୍ଦାହାଣ୍ଡି ବ୍ଲକ ର ୬ ଟି ଧାନ ମଣ୍ଡି। ଏହାକୁ ନେଇ ଚାଷୀ ଙ୍କ ମୁଣ୍ଡ ରେ ଧାନ ବିକ୍ରୟ କୁ ନେଇ ଚଡ଼କ ପଡିବା ସହ ଚାଷ ପାଇଁ ଆଣିଥିବ ଋଣ ଟଙ୍କା କିପରି ପରିଶୋଧ କରିବ ଏହାକୁ ନେଇ ଘୋର ଚିନ୍ତା ରେ ଚାଷୀ l ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ବିଭିନ୍ନ ମହଲ ରେ ଦାବୀ କରାଯାଇଛି l
ସୂଚନା ମୁତାବିକ ଚାଷୀଙ୍କ ଖରିଫ ଧାନ ବିକ୍ରୟ ପାଇଁ ଚନ୍ଦାହାଣ୍ଡି ବ୍ଲକରେ ସରଧାପୁର, ଚନ୍ଦାହାଣ୍ଡି, କୋଇଲିମୁଣ୍ଡା, ଧୋଡ଼ିପାଣି, ପୂଜାରୀଗୁଡା, ଏବଂ ଚିଲିଗାଁ ଠାରେ ୬ ଟି ମଣ୍ଡି ଖୋଲାଯାଇଛି l ଗତ ଡିସେମ୍ଭର ୧୦ ତାରିଖ ଦିନ ମଣ୍ଡି ଉଦଘାଟନରେ ଚାଷୀ ଙ୍କ ଠାରୁ କୌଣସି ଧାନ କିଣା ନ ଯାଇ କେବଳ ନଡ଼ିଆ ଭଙ୍ଗା ରେ ସୀମିତ ରହି ଥିଲା ।
ନିୟମ ମୁତାବିକ ପ୍ରଥମ ଦିନ ମଙ୍ଗଳବାର ହୋଇ ଥିବାରୁ ପୂଜାରୀଗୁଡା ମଣ୍ଡି ରେ ଚାଷୀ ଙ୍କ ଧାନ କିଣିବା ନିୟମ ରହିଥିଲା l ଏଥିରେ ୭୭ ଜଣ ଚାଷୀ ଙ୍କୁ ମିଳିଥିଲା ଟୋକନ l ୧୧ ତାରିଖ ଚନ୍ଦାହାଣ୍ଡି ମଣ୍ଡିରେ ଧାନ ବିକ୍ରୟ ପାଇଁ ୬୦ ଜଣ ଚାଷୀ ଟୋକନ ପାଇ ଥିଲେ ମଧ୍ୟ କୌଣସି ଚାଷୀ ଙ୍କ ଠାରୁ ଧାନ କିଣା ଯାଇ ନ ଥିଲା l ୧୩ ତାରିଖ ସରଧାପୁର ମଣ୍ଡିରେ ଧାନ ବିକ୍ରୟ ପାଇଁ ୬୫ ଜଣ ଚାଷୀ ଙ୍କୁ ମିଳିଥିଲା ଟୋକେନ l ଚାଷୀ ଙ୍କ ଠାରୁ ମଣ୍ଡି କର୍ତ୍ତୃପକ୍ଷ ଧାନ କିଣିବା ଦୂରର କଥା ମ ମଣ୍ଡି ପଡିଆ କୁ ଯାଇ ନ ଥିଲା l ଯାହାଫଳ ରେ ଟୋକେନ ପାଇ ଥିବା ଚାଷୀ ନିରାଶ ହୋଇ ଥିଲେ l କୋଇଲିମୁଣ୍ଡା ମଣ୍ଡି ରେ ଧାନ ବିକ୍ରୟ ପାଇଁ ୮୧ ଜଣ ଚାଷୀ ଙ୍କୁ ଟୋକେନ ଦିଆଯାଇ ଥିବା ସତ୍ୱେ ମଣ୍ଡି ରେ କୌଣସି ଚାଷୀ ଙ୍କ ଠାରୁ କେ ଜି ଏ ମଧ୍ୟ ଧାନ କିଣା ଯାଇ ନ ଥିଲା l ଚିଲିଗାଁ ମଣ୍ଡି ରେ ୧୫ ଟି ଚାଷୀ ଟୋକେନ ପାଇ ମଣ୍ଡି କୁ ବିକ୍ରୀ ପାଇଁ ଆଣି ଥିଲେ l ସମସ୍ତ ଚାଷୀଙ୍କ ଧାନ ଏଫ ଏ କ୍ୟୁ ମାନ ର ହୋଇ ନ ଥିବା ରୁ ମିଲର ଉଠାଉ ନାହିଁ ମଣ୍ଡି କର୍ତ୍ତୃପକ୍ଷ କହି କିଣିବା କୁ ମନା କରିବାରୁ ୧୫ ଜଣ ଚାଷୀ ୧୬୦୦ ବ୍ୟାଗ ଧାନ ମଣ୍ଡି ରେ ପକାଇ ଛନ୍ତି l ଆଜି ମଧ୍ୟ ପୂଜାରୀଗୁଡା ମଣ୍ଡିରେ ଏଫ ଏ କ୍ୟୁ ମାନ କହି ଧାନ ନ କିଣିବାରୁ ଚାଷୀ ୨୨୦୦ ବ୍ୟାଗ ଧାନ ମଣ୍ଡିରେ ପକାଇ ଦେଇଛନ୍ତି l ଏ ସମ୍ପର୍କରେ ଲ୍ୟାମ୍ପ ଏମ ଡି ବାବୁଲା ସ୍ୱାଇଁ ଏବଂ ଯୋଗାଣ ନିରୀକ୍ଷକ, ପୃଥ୍ୱୀରାଜ ମେହେରଙ୍କୁ ପଚାରିବାରୁ ଚନ୍ଦାହାଣ୍ଡି ବ୍ଲକ ଚାଷୀଙ୍କ ନିର୍ଦ୍ଧାରିତ ୧୭ ପ୍ରତିଶତ ମୋଶ୍ଚର ଥିବାରୁ ଏଫ ଏ କ୍ୟୁ ମାନ ର ଧାନ ହୋଇ ପାରୁନି l ଏହାକୁ ବିନା କଟନୀ, ଛଟନୀ ରେ ନେବା ପାଇଁ ମିଲର ରାଜି ହେଉ ନ ଥିବା ଫଳ ରେ ଚାଷୀ ଙ୍କ ଠାରୁ ଧାନ କିଣା ଯାଇ ପାରୁ ନାହିଁ ବୋଲି ପ୍ରକାଶ କରିଛନ୍ତି l
ଏ ସମ୍ପର୍କ ରେ ନବରଙ୍ଗପୁର ସାଂସଦ ବଲଭଦ୍ର ମାଝି ଙ୍କୁ ପଚାରିବା ରୁ ଚନ୍ଦାହାଣ୍ଡି ଠାରେ ଏଫ ଏ କ୍ୟୁ ମାନ ର ଧାନ ନ ଥିବା ସେ ପ୍ରକାଶ କରିବା ସହ ପ୍ରଥମ ବର୍ଷ ମଣ୍ଡି ରେ ଏ ସବୁ କିଛି ମାତ୍ରା ରେ ଅସୁବିଧା ହୋଇ ପାରେ l ମିଲର ଧାନ କିଣିବ କି ନାହିଁ ତାହା ସରକାର ଏବଂ ମିଲର ମଧ୍ୟ ରେ ଆଲୋଚନା ହେବ l ଏ ବାବଦ ରେ ସେ ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ଜିଲ୍ଲା ପାଳ ସହ ଆଲୋଚନା କରିବେ ବୋଲି କହିଛନ୍ତି l