ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ନଦୀ ପାର ହେବା ସମୟରେ ଭାସିଗଲେ ଆଇ-ନାତି, ୨ ଉଦ୍ଧାର ଜଣେ ମୃତ

Published By : Rasmita Pradhan | October 31, 2024 3:08 PM

ବାଲିଗୁଡ଼ା, ୩୧/୧୦ : ନଦୀ ପାର ହେବା ସମୟରେ ଆଇ ସହ ଭାସିଗଲେ ୨ ନାତି। ବାଲିଗୁଡା ଥାନା ବୁଡ଼ରୁକିଆ ପଞ୍ଚାୟତର ଦମଦେଇନାଳ ନଦୀ ପାରି ହୋଇ ଘରକୁ ଫେରୁଥିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଆଉ ଓ ଜଣେ ନାତି ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ନାତିଙ୍କ ମୃତ୍ୟୁ ହୋଇଛି।

ସୂଚନାନୁଯାୟୀ, ବୁଡ଼ରୁକିଆ ପଞ୍ଚାୟତର ରଶ୍ମିତା ମଲିକ ଦମଦେଇନାଳ ନଦୀ ଆରପଟେ ଥିବା ଧାନ କ୍ଷେତ କାମ ସାରି ୨ ନାତିଙ୍କ ସହ ନଦୀ ପାର ହେଉଥିଲେ। ଏହି ସମୟରେ ଉପରମୁଣ୍ଡରୁ ହଠାତ୍ ବଢି ପାଣି ମାଡି ଆସିବାରୁ ଆଇଙ୍କ ସହ ୨ ନାତି ଭାସି ଯାଇଥିଲେ। ସ୍ଥାନୀୟ ଜେସିବି ଡ୍ରାଇଭରଙ୍କ ଦ୍ୱାରା ଆଇ ଓ ଜଣେ ନାତି ଉଦ୍ଧାର ହୋଇଥିଲେ। କିନ୍ତୁ ଅନ୍ୟ ଜଣେ ୬ ବର୍ଷର ନାତି ମସ୍ତକ ପ୍ରଧାନ ନିଖୋଜ ହୋଇଯାଇ ଥିଲେ। ଖବର ପାଇ ବାଲିଗୁଡା ଅଗ୍ନିଶମ ବାହିନୀ ପହଞ୍ଚି ନଦୀରେ ଖୋଜାଖୋଜି କରିବା ପରେ ମୃତଦେହ ଉଦ୍ଧାର କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.