ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଅଧା ରହିଲା ଜନ୍ମଦିନ ପାଳନ ; ପାଣିରେ ବୁଡ଼ି ଜେଜେ ଓ ନାତି ମୃତ

Published By : Gurupada Nath | May 23, 2025 5:06 PM

ପାଟଣା,୨୩/୫ : ଜନ୍ମଦିନକୁ ଆଡ଼ମ୍ବର ସହକାରେ ପାଳନ ପାଇଁ ପରିବାର ପକ୍ଷରୁ ପ୍ରସ୍ତୁତି ଚାଲିଥିବା ସମୟରେ ଏକ ଦୁର୍ଘଟଣା ଶୋକର ଛାୟା ଖେଳାଇ ଦେଇଛି । ହସ ଖୁସିରେ ଉଛୁଳି ପଡୁଥିବା ପରିବାର ପାଇଁ ଦୁର୍ଘଟଣା ଦୁଃଖର ପାହାଡ଼ ଭଳି ଠିଆ ହୋଇଛି । ପାଟଣା ଥାନା ଅନ୍ତର୍ଗତ ସିଲିପଦା ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। 

ସାନ ନାତିର ଜନ୍ମଦିନ ଥିବାରୁ ମନ୍ଦିର ଯିବା ପାଇଁ ଜେଜେବାପା ସହ ଦୁଇ ନାତିଙ୍କୁ ନେଇ ବୈତରଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ଦୁଇ ନାତି ବୁଡ଼ି ଯିବାରୁ ସେମାନଙ୍କୁ ବଞ୍ଚାଇବାକୁ ନଦୀ ଭିତରକୁ ଡେଇଁ ପଡ଼ିଥିଲେ ଜେଜେ ବାପା। କିନ୍ତୁ ନାତିଙ୍କୁ ବଞ୍ଚାଇ ନ ପାରି ନିଜେ ବୁଡ଼ି ପ୍ରାଣ ହରାଇଛନ୍ତି । ବଡ଼ ନାତି ପହଁରି ପହଁରି ଯାଇ ଏକ ପଥରରେ ଲାଗିଥିବାବେଳେ ସାନ ନାତିକୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ସାନ ନାତି ଦିବ୍ୟାଂଶୁର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.