କେନ୍ଦୁଝର ସଦର,୩୦/୯(ଆପ୍ର) ବାଂଶପାଳ ବ୍ଳକ୍ ରାଇଗୋଡା ପଞ୍ଚାୟତ ଦୁଧପଶି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ବଡବାପାକୁ କୋଦାଳରେ ହାଣିଲା ପୁତରା। ଚିକିତ୍ସାଧୀନ ଅବସ୍ଥାରେ ବଡବାପାର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ମହେଶ୍ବର ମହାକୁଡା (୫୫)
ଗତ ୨୨ ତାରିଖରେ ସାମାନ୍ୟ ବଚସାକୁ ନେଇ ମହେଶ୍ବର ମହାକୁଡ଼ଙ୍କୁ ତାଙ୍କ ପୁତୁରା ଧରଣୀଧର ମହାକୁଡ଼ ଏକ କୋଦାଳରେ ମୁଣ୍ଡକୁ ହାଣି ଗୁରୁତର କରି ପକାଇଥିଲା। ଏକ ସପ୍ତାହ ହେଲା ଭୁବନେଶ୍ବରର ଏକ ନର୍ସିଂ ହୋମରେ ମହେଶ୍ୱର ମହାକୁଡଙ୍କ ଚିକିତ୍ସିତ ହେଉଥିଲେ। ସୋମବାର ରାତିରେ ତାଙ୍କର ମୃତ୍ୟୁ ଘଟିଚି। ଏନେଇ ପରିବାର ପକ୍ଷରୁ ଅଭିଯୋଗ ପରେ ପୁତୁରାକୁ ନୟାକୋଟ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।