ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଜମ୍ମୁ-କାଶ୍ମୀରରେ ଆଉ ଏକ ଆତଙ୍କୀ ହମଲା , ସଣ୍ଡେ ମାର୍କେଟ୍‌ରେ ଫିଙ୍ଗିଲେ ଗ୍ରେନେଡ୍‌ , ୧୦ ଆହତ

Published By : Prameya | November 3, 2024 4:34 PM

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ରବିବାର ଆଉ ଏକ ଆତଙ୍କୀ ହମଲା ହୋଇଛି। ଶ୍ରୀନଗରର ସଣ୍ଡେ ବଜାରରେ ଆତଙ୍କୀମାନେ ଗ୍ରେନେଡ୍‌ ଦ୍ୱାରା ହମଲା କରିଛନ୍ତି , ଯେଉଁଥିରେ ପାଖାପାଖି ୧୦ ଜଣ ଲୋକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଶ୍ରୀ ମହାରାଜା ହରି ସିଂହ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  

ସୂଚନା ଅନୁସାରେ, ହମଲା ବେଳେ ସଣ୍ଡେ ମାର୍କେଟ୍‌ରେ ଭିଡ଼ ଥିଲା। ଲୋକେ କିଣାବିକା କରୁଥିଲେ। ଗ୍ରେନେଡ୍‌ ଫିଙ୍ଗା ଯିବାର ତୁରନ୍ତ ପରେ, ସେଠାରେ ଥିବା ଲୋକେ ଭୟଭୀତ ହୋଇଷ ନିଜ ନିଜର ଜୀବନ ବଞ୍ଚାଇବା ପାଇଁ ଏପଟସେପଟ ଦୌଡ଼ିବାକୁ ଲାଗିଲେ। ହମଲା ଟୁରିଷ୍ଟ ରିସେପ୍ସନ ସେଣ୍ଟରର ପାଖରେ ଥିବା ସଣ୍ଡେ ମାର୍କେଟ୍‌ରେ ହୋଇଥିଲା।


ହସ୍ପିଟାଲରେ ଡାକ୍ତର ତନସିନ ଶୌକତ କହିଛନ୍ତି ଯେ, ଆହତଙ୍କ ମଧ୍ୟରେ ୯ ଜଣ ପୁରୁଷ ଓ ଜଣେ ମହିଳା ସାମିଲ ଅଛନ୍ତି। ସମସ୍ତଙ୍କ ସ୍ଥିତି ଏବେ ସ୍ଥିର ରହିଛି। ଆତଙ୍କୀ ହମଲାର ତୁରନ୍ତ ପରେ ସଂପୃକ୍ତ ଅଞ୍ଚଳକୁ ସିଲ୍‌ କରି ଦିଆ ଯାଇଛି। ପୋଲିସ୍‌ ଓ ସେନା ଯବାନ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ଆତଙ୍କୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ମଧ୍ୟ ଆରମ୍ଭ କରିଦିଆ ଯାଇଛି।

ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଏହି ଘଟଣାର ନିନ୍ଦା କରି ଏହାକୁ ଖୁବ୍ ଚିନ୍ତା ଜନକ କହିଛନ୍ତି। ସେ ଏକ୍ସରେ ପୋଷ୍ଟ କରିଛନ୍ତି , ଗତ କିଛି ଦିନରୁ ଘାଟୀରେ କିଛି ଭାଗରେ ହମଲା ଓ ଏନକାଉଣ୍ଟରର ଖବର ଚର୍ଚ୍ଚାରେ ରହିଛି। ଶ୍ରୀନଗରର ରବିବାର ବଜାରରେ ନିର୍ଦ୍ଦୋଷ ଦୋକାନୀଙ୍କ ଉପରେ ଗ୍ରେନେଡ୍‌ ହମଲାର ଆଜିର ଖବର ଖୁବ୍‌ ଚିନ୍ତାଜନକ ହୋଇଛି। ନିର୍ଦ୍ଦୋଷ ନାଗରିକଙ୍କୁ ଟାର୍ଗେଟ୍‌ କରିବା କୌଣସି ଠିକ୍‌ ହୋଇ ନାହିଁ। ସୁରକ୍ଷା କଳକୁ ଯେତେ ଶୀଘ୍ର ହମଲାର ଏହି ଲହରୀକୁ ରୋକିବା ପାଇଁ ଯଥା ସମ୍ଭବ ପ୍ରୟାସ କରିବା ଉଚିତ୍, ଏହାକୁ ଲୋକେ ବିନା କୌଣସି ଡ଼ରରେ ନିଜ ଜୀବନ ଜିଇଁ ପାରିବେ।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.