ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଅଭିଯୋଗ ଶୁଣାଣି ଶିବିର : ଆବାସ ଯୋଜନା ଓ ପାଣି ସମସ୍ୟା ନେଇ ଜଣାଇଲେ ଲୋକେ

Published By : Suraj Kumar | March 17, 2025 8:21 PM

ଫିରିଙ୍ଗିଆ,୧୭/୦୩: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଭାଗୃହ ପରିସରରେ ବ୍ଲକ ସ୍ତରୀୟ ଯୁଗ୍ମ  ଅଭଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି I ବ୍ଲକର ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଜେନା ଏଥିରେ   ଅଧକ୍ଷତା କରିଥିଲେ।

ଆଦିବାସୀ ଉନ୍ନୟନ ବିଭାଗର ପ୍ରକଳ୍ପ ପ୍ରଶାସକ ଦେବଯାନୀ ଭୂୟାଁ, ଜିଲ୍ଲାପରିଷଦ ପ୍ରକଳ୍ପ ନିର୍ଦେଶକ ଶମ୍ଭୁନାଥ ନନ୍ଦି  ଉପସ୍ଥିତ ରହି ଅଭିଯୋଗକାରୀଙ୍କ ଅଭଯୋଗପତ୍ର ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମାଧ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଦିବାସୀ ଉନ୍ନୟନ ବିଭାଗ ର ପ୍ରକଳ୍ପ ପ୍ରଶାସକ,ଉଦ୍ୟାନ ଓ କୃଷି ବିଭାଗ, ସାଧାରଣ ବଣ୍ଟନ ବିଭାଗ, ଜଳ ଓ ପରିମଳ ବିଭାଗ, ପଶୁ ସମ୍ପଦ ବିଭାଗ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ, ଶିକ୍ଷା ବିଭାଗ, ବନ ବିଭାଗ ସହ ସମସ୍ତ ବିଭାଗ ର ଅଧିକାରୀ ଉପସ୍ଥିତ ଥିଲେ I 

ତେବେ ଏହି ଶିବିର ରେ ସମୁଦାୟ ୩୪ ଟି ଅଭଯୋଗ ପତ୍ର ପଞ୍ଜିକୃତ ହୋଇଥିବା ବେଳେ ବିଶେଷ କରି ଆବାସ ଯୋଜନା ଓ ପାଣି ସମସ୍ୟା ବିଷୟରେ ସର୍ବାଧିକ ଅଭଯୋଗ ପଞ୍ଜିକୃତ ହୋଇଥିଲା I ଏହି କାର୍ଯ୍ୟକ୍ରମ କ୍ରମରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ମାନେ ମଧ୍ୟ ଉପସ୍ଥିତ ଥିଲେ।ବ୍ଲକ ଅଧୀନରେ ଥିବା ସମୁଦାୟ ୨୪ ଟି ପଂଚାୟତର ବିଭିନ୍ନ ଗ୍ରାମାଞ୍ଚଳରୁ ଶତାଧିକ ଲୋକ ନିଜନିଜ ଅଭଯୋଗ ଉପସ୍ଥିତ ଅଧିକାରୀମାନଙ୍କ ପାଖରେ  ଉପସ୍ଥାପନ କରିଥିଲେ I ସେପଟେ ଅଧିକାରୀ ମାନେ   ମଧ୍ୟ୍ୟ ସମସ୍ୟା ଗୁଡିକର ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ I 

ସେପଟେ ଆଇନ ଶୃଙ୍ଖଳା ପରିସ୍ଥିତି ର ତଦାରଖ ପାଇଁ ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ଉପସ୍ଥିତ ରହିଥିବା ବେଳେ ଥାନା ତରଫରୁ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ୍ୟ ବ୍ଲକ ପରିସରରେ ନିୟୋଜିତ କରାଯାଇଥିଲା I ସେପଟେ ପ୍ରତ୍ୟେକମାସରେ ଏହିଭଳି ଅଭି ଯୋଗ ଶୁଣାଣି କାର୍ଯ୍ୟକ୍ରମ ଏହି ଫିରିଙ୍ଗିଆ ବ୍ଲକ ରର ଅନୁଷ୍ଠିତ ହେଉଛି। ଅନେକ ଲୋକ ବିଭିନ୍ନ ସମସ୍ୟା ପାଇଁ ବାରମ୍ବାର ଏହି କାର୍ଯ୍ୟକ୍ରମ ରେ ଅଭି ଯୋଗ କରୁଛନ୍ତି। ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭଯୋଗକାରୀ କହିଥିଲେ। ଅଭଯୋଗ ଗୁଡିକୁ ସଠିକ ତଦନ୍ତ କରି ଉଚିତ ପଦକ୍ଷେପ ନିଆଯାଉ ବୋଲି ଦାବି କରିଥିଲେ I ଏଥିରେ  ବ୍ଲକରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଜେନା ଙ୍କ ସହ ଏପିଓ ସୁମନ୍ତ ଉଠାଣ ସିଂ, ଭବାନୀ ପ୍ରସାଦ ଦେଓ, ଜିତେନ୍ଦ୍ର ଆଚାର୍ଯ୍ୟ ଙ୍କ ସହ ସମସ୍ତ କନିଷ୍ଠ ଯନ୍ତ୍ରୀ, ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରି, ପଞ୍ଚାୟତ ଏକାଉଣ୍ଟନ ଅଧିକାରୀ ସୁଜାତା ଗୌଡ଼  ଓ ବ୍ଲକ କାର୍ଯ୍ୟାଳୟ ରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରଥିଲେ I

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.