ପ୍ରମୂଖ ଖବର
  • ଢେଙ୍କାନାଳ : ଧରାପଡ଼ିଲେ ଲାଞ୍ଚୁଆ ଭାରପ୍ରାପ୍ତ ଆରଆଇ; ପିଅନ ମାଧ୍ୟମରେ ନେଉଥିଲେ ଟଙ୍କା
  • ||
  • କେନ୍ଦୁଝର : ଛତୁ ଗୋଟାଇବା ବେଳେ ଆକ୍ରମଣ କଲା ଦନ୍ତା, ୨ମହିଳା ଆହତ
  • ||
  • ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା: ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ଦୋଷୀ ସାବ୍ୟସ୍ତ
  • ||
  • ଭଦ୍ରକ : ଲୁଟ୍‌ କରିବାକୁ ଆସିଥିଲେ, ସାଇରନ୍‌ ବାଜିବାରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ
  • ||
  • ହରିୟାଣା ପରେ କେରଳ; ଅସହ୍ୟ ହେଲା ଋଣ ବୋଝ, ଜୀବନ ହାରିଲେ ଆଉ ଏକ ପରିବାର !
  • ||
  • କେନ୍ଦୁଝର : ବ୍ୟାଟେରୀ ଦୋକାନରେ ଅଗ୍ନିକାଣ୍ଡ, ୨୫ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ
  • ||
  • ଶିକ୍ଷାର୍ଥୀଙ୍କ ପାଇଁ ଖୁସି ଖବର; ଚଳିତବର୍ଷ ଭାରତରେ ଖୋଲିବ ୧୫ ବିଦେଶୀ ବିଶ୍ୱବିଦ୍ୟାଳୟ ବ୍ରାଞ୍ଚ
  • ||
  • ମୟୂରଭଞ୍ଜ : ଟ୍ରକ୍‌ ଧକ୍କାରେ ଖଣ୍ଡ ଖଣ୍ଡ ହୋଇଗଲା ଟ୍ରାକ୍ଟର; ୨ମୃତ, ୩ଗୁରୁତର
  • ||
  • ଭୁବନେଶ୍ଵର : ୨ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ, ଜୁନ୍‌ରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା
  • ||
  • କେନ୍ଦୁଝର : ୨ଟି ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍, ତଦନ୍ତ କରୁଛି ପୋଲିସ
  • ||

ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ କାର୍ଯ୍ୟାଳୟରୁ କମ୍ପ୍ୟୁଟର ଚୋରି ଅଭିଯୋଗ, ପୁଲିସର ଛାନ୍‌ଭିନ୍

Published By : Prameya | May 27, 2025 3:01 PM

କରଞ୍ଜିଆ ୨୭/୫': ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ କାର୍ଯ୍ୟାଳୟରୁ ନୂତନ କମ୍ପ୍ୟୁଟର ଚୋରି ଅଭିଯୋଗ। ଏନେଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ ମାମଲାର ଛାନ୍‌ଭିନ୍‌ ଜାରି ରଖିଥିବା ସୂଚନା ମିଳିଛି। 

ସୂଚନା ଅନୁଯାୟୀ, ଗତ ତିନି ଦିନ ଦିନ ହେଲା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ କାର୍ଯ୍ୟାଳୟ ଛୁଟି ରହିଥିଲା। ଏହାର ସୁଯୋଗ ନେଇ ତାଲା ଭାଙ୍ଗି ଅଫିସକୁ ପଶିଥିଲେ ଲୁଟେରା।  ନୂତନ ଭାବେ ଆସିଥିବା ୧୧ ଗୋଟି କମ୍ପ୍ୟୁଟର ଭିତରୁ ଗୋଟିଏ ଚୋରି କରି ଫେରାର ହୋଇଯାଇଥିଲେ। କାର୍ଯ୍ୟାଳୟରୁ କମ୍ପ୍ୟୁଟର ଚୋରି କଥା ଜଣାପଡିବା ପରେ କର୍ତ୍ତୃପକ୍ଷ ଥାନାରେ ଏତଲା ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.