କରଞ୍ଜିଆ ୨୭/୫': ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ କାର୍ଯ୍ୟାଳୟରୁ ନୂତନ କମ୍ପ୍ୟୁଟର ଚୋରି ଅଭିଯୋଗ। ଏନେଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ ମାମଲାର ଛାନ୍‌ଭିନ୍‌ ଜାରି ରଖିଥିବା ସୂଚନା ମିଳିଛି। 

ସୂଚନା ଅନୁଯାୟୀ, ଗତ ତିନି ଦିନ ଦିନ ହେଲା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ କାର୍ଯ୍ୟାଳୟ ଛୁଟି ରହିଥିଲା। ଏହାର ସୁଯୋଗ ନେଇ ତାଲା ଭାଙ୍ଗି ଅଫିସକୁ ପଶିଥିଲେ ଲୁଟେରା।  ନୂତନ ଭାବେ ଆସିଥିବା ୧୧ ଗୋଟି କମ୍ପ୍ୟୁଟର ଭିତରୁ ଗୋଟିଏ ଚୋରି କରି ଫେରାର ହୋଇଯାଇଥିଲେ। କାର୍ଯ୍ୟାଳୟରୁ କମ୍ପ୍ୟୁଟର ଚୋରି କଥା ଜଣାପଡିବା ପରେ କର୍ତ୍ତୃପକ୍ଷ ଥାନାରେ ଏତଲା ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି।