ଭୁବନେଶ୍ୱର,୩୧/୧୦: ଦୀପାବଳିରେ ସନ୍ଧ୍ୟା ୭ରୁ ରାତି ୯ଟା  ବାଣ ଫୁଟିବ । ତା’ ପୁଣି କେବଳ  ସବୁଜ ବାଣ । ଗାଇଡ୍‌ଲାଇନ୍‌ ନାଁରେ ବାସ୍‌ ଏତିକି ଲେଖି ଦେଇ ବସିଗଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ପୁଲିସ ବି ନାଲି ଆଖି ଦେଖାଇ କହୁଛି, ୨ ଘଣ୍ଟାରୁ  ଅଧିକ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ  ନେବୁ । ହେଲେ ଦୀପାବଳି ତାରିଖ ନେଇ କେହି କିଛି ସ୍ପଷ୍ଟ କରୁନଥିବାରୁ  ବଢ଼ି ଚାଲିଛି ଦ୍ୱନ୍ଦ୍ୱ ।  

ଏଥର ଦୀପାବଳିକୁ ନେଇ ଓଡ଼ିଶାରେ ଦ୍ୱନ୍ଦ୍ୱ । ଓଡ଼ିଆ ତିଥି ଅନୁସାରେ  ଦୀପାବଳି ନଭେମ୍ବର ୧ (ଶୁକ୍ରବାର)  । ସେହିଦିନ ହିଁ ବଡ଼ବଡ଼ୁଆ ପୂଜା ଓ ଦୀପାବଳି ପାଳନ କରିବାକୁ ଜ୍ୟୋତିଷ ଓ ପୂଜକମାନେ ନୀତି  ଧାର୍ଯ୍ୟ କରିଛନ୍ତି । ହେଲେ ସରକାରୀ  ଛୁଟି ପଡୁଛି ଅକ୍ଟୋବର ୩୧ ତାରିଖ ।  ଏଭଳି ସ୍ଥିତିରେ ଦୀପାବଳି ପାଳନକୁ  ନେଇ ଲୋକଙ୍କ ଭିତରେ ଦ୍ୱନ୍ଦ୍ୱ  ରହିଛି । ସରକାର ଜାରି କରିଥିବା ଗାଇଡଲାଇନରେ ଦୀପାବଳିରେ ୨  ଘଣ୍ଟା ବାଣ ଫୁଟାଇବାକୁ ଅନୁମତି  ମିଳିଛି । ଅର୍ଥାତ୍‌ ଏହି ଦୁଇ ଘଣ୍ଟାରୁ  ଅଧିକ ସମୟ ଫୁଟାଇଲେ ଆଇନ  ଅନୁସାରେ ଦଣ୍ଡନୀୟ । ହେଲେ ତାରିଖ  ନଥିବାରୁ ଲୋକେ କେଉଁଦିନ ବାଣ  ଫୁଟାଇବେ, ତାହାକୁ ନେଇ ଦ୍ୱନ୍ଦ୍ୱ  ଉପୁଜିଛି । ଏଭଳି ଦ୍ୱନ୍ଦ୍ୱ ନେଇ ଜାଣିବା  ପରେ ବି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ  ହାତ ବାନ୍ଧି ବସିଛି । ପୁଲିସ ବି ଚୁପ୍‌ ।   

ଯଦି ସରକାରୀ କଳ ଏଭଳି ଦ୍ୱନ୍ଦ୍ୱ ସୃଷ୍ଟି  କରି ଚୁପ୍‌ ରହିବେ,ତେବେ କଟକଣାର  କିଛି ମୂଲ୍ୟ ନାହିଁ । ସରକାର ସ୍ପଷ୍ଟ ନ କଲେ, ଯାହାର ଇଚ୍ଛା ସିଏ ଗୁରୁବାର  ଫୁଟାଇବେ, ଆଉ ଯାହାର ଇଚ୍ଛା ସିଏ ଶୁକ୍ରବାର ଫୁଟାଇବେ । ଯିଏ ଯେଉଁଦିନ  ଦୀପାବଳି ପାଳିବେ, ସେଦିନ ଫୁଟାଇବେ । ଅନେକ ଦୁଇଦିନ ବି  ବାଣ ଫୁଟାଇ ପ୍ରଦୂଷଣ ବଢ଼ାଇବେ । ଏ ଗାଇଡଲାଇନକୁ ଲୋକେ ଚୁଟ୍‌କିରେ  ଉଡ଼ାଇ ଦେବେ । ଅମାନିଆ ବି ବୁଝି ସାରିଲେଣି, କୌଣସି କାର୍ଯ୍ୟାନୁଷ୍ଠାନ  ବ୍ୟବସ୍ଥା ନଥିବା ଏଭଳି ଗାଇଡଲାଇନ  ନ ମାନିଲେ ଢୋ... ।