ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ଅହମ୍ମଦାବାଦର ଏକ ଘରୋଇ ସ୍କୁଲରେ ଅଘଟଣ;ନବମ ଶ୍ରେଣୀ ଛାତ୍ରର ଆକ୍ରମଣରେ ଦଶମ ଶ୍ରେଣୀ ଛାତ୍ର ମୃତ

Published By : Anindita Ratha | August 20, 2025 1:24 PM

ନୂଆଦିଲ୍ଲୀ,୨୦/୮: ଗୁଜୁରାଟ ଅହମ୍ମଦାବାଦର ଏକ ଘରୋଇ ସ୍କୁଲରେ ଅଘଟଣ।ନବମ ଶ୍ରେଣୀ ଛାତ୍ରର ଆକ୍ରମଣରେ ଦଶମ ଶ୍ରେଣୀ ଛାତ୍ର ମୃତ। ଛାତ୍ରଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିବା ଅଭିଯୋଗ। ସ୍କୁଲରେ ପଶି ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତ ପରିବାର । 

ସୂଚନା ମୁତାବକ, ମଙ୍ଗଳବାର ଦିନ  ଅହମ୍ମଦାବାଦର ଖୋଖରାରେ ଅବସ୍ଥିତ ଏକ ଘରୋଇ ସ୍କୁଲରେ ଦଶମ ଶ୍ରେଣୀର ଛାତ୍ର ୧୫ ବର୍ଷୀୟ ନୟନଙ୍କୁ ୯ମ ଶ୍ରେଣୀର ଜଣେ ଛାତ୍ର ଛୁରୀରେ ଆକ୍ରମଣ କରିଥିଲେ। ନୟନଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା।  କିନ୍ତୁ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ନୟନଙ୍କ ମୃତ୍ୟୁ ହୋଇଥିଲା। ତେବେ ମୃତ ଛାତ୍ରଟି ସିନ୍ଧି ସମ୍ପ୍ରଦାୟର ହୋଇଥିବା ବେଳେ ଅଭିଯୁକ୍ତ ଛାତ୍ରଟି ମୁସଲମାନ, ଯାହା ଫଳରେ  ସାମ୍ପ୍ରଦାୟିକ ଉତ୍ତେଜନା ଦେଖିବାକୁ ମିଳିଛି। ଅନ୍ୟପଟେ ଏହି ଘଟଣାକୁ ନେଇ ବୁଧବାର ଦିନ ଉତ୍ତ୍ୟକ୍ତ ଲୋକେ ସ୍କୁଲରେ ଭଙ୍ଗାରୁଜା କରିଥିଲେ।  ସ୍କୁଲ କର୍ମଚାରୀମାନଙ୍କୁ ମଧ୍ୟ ମାଡ଼ ମରାଯାଇଥିଲା। ଏନେଇ ସ୍କୁଲରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏଥିସହ ନୟନଙ୍କୁ ଆକ୍ରମଣ କରିଥିବା ନବମ ଶ୍ରେଣୀ ଛାତ୍ରକୁ ପୁଲିସ ଅଟକ ରଖିଛି। ସେହିପରି ଅଭିଯୁକ୍ତ ଛାତ୍ରଙ୍କ ବ୍ୟତୀତ, ଅଭିଭାବକମାନେ ସ୍କୁଲର ପ୍ରଧାନଶିକ୍ଷକ ଏବଂ ପରିଚାଳନା ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି। ପ୍ରତିବାଦ କରୁଥିବା ଜଣେ ଅଭିଭାବକ କହିଛନ୍ତି ଯେ ,ଆମିଷ ଖାଦ୍ୟକୁ ନେଇ ଦୁଇ ଛାତ୍ରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।ଛାତ୍ରଙ୍କ ମୃତ୍ୟୁ ପରେ, ସିନ୍ଧି ସମ୍ପ୍ରଦାୟ, ଅଭିଭାବକ, ହିନ୍ଦୁ ସଂଗଠନ ଏବଂ ABVP ସ୍କୁଲରେ ପହଞ୍ଚି ଭଙ୍ଗାରୁଜା କରିଥିଲେ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.