ଅହମ୍ମଦାବାଦ,୧୧/୦୭: ଗୁଜରାଟର ଭଦୋଦରା ଏବଂ ଆନନ୍ଦ ଜିଲ୍ଲାକୁ ଯୋଡୁଥିବା ମହିସାନଗର ନଦୀରେ ଥିବା ଗମ୍ଭୀର ବ୍ରିଜ୍ ଭୁଶୁଡିବାରେ ମୃତ୍ୟୁସଂଖ୍ୟା ବଢି ବଢି ଚାଲିଛି । ୧୭ରେ ପହଞ୍ଚିଲାଣି ମୃତ୍ୟୁସଂଖ୍ୟା । ଆହୁରି ୩ ଜଣ ନିଖୋଜ ଅଛନ୍ତି । ମୃତ୍ୟସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ଦୁର୍ଘଟଣାରେ ୪ ଅଧିକାରୀଙ୍କ ଉପରେ ରାଜ୍ୟ ସରକାର ଆକନ୍ସ ନେଇଛନ୍ତି । ଜଣେ ଏକଜିକ୍ୟୁଟିଭି୍ ଇଞ୍ଜିନିୟର, ଦୁଇଜଣ ଡେପୁଟି ଓ ଜଣେ ସହକାରୀ ଇଞ୍ଜିନିୟରଙ୍କୁ ନିଲମ୍ବନ କରାଯାଇଛି । ଏମାନେ ସମସ୍ତେ ସଡ଼କ ଓ ନିର୍ମାଣ ବିଭାଗରେ କାର୍ଯ୍ୟରତ ଥିଲେ ।
ବର୍ଷା ସାଜିଲା ଚ୍ୟାଲେଞ୍ଜ- ପ୍ରବଳ ବର୍ଷା ଓ ନଦୀରେ ପାଣି ଯୋଗୁଁ ଉଦ୍ଧାର କାର୍ଯ୍ୟ ଚ୍ୟାଲେଞ୍ଜିଂ ହୋଇଥିଲା । ଏପରି ସ୍ଥିତିରେ କୌଣସି ମେସିନ୍ କାମ କରିନଥିଲା । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାଜ୍ୟ ସଡ଼କ ଓ ନିର୍ମାଣ ବିଭାଗର ୪ ଜଣଙ୍କୁ ନିଲମ୍ବିତ କରିଛନ୍ତି ।
ଅଧିକ ପଢନ୍ତୁ...ଭଦୋଦରା ବ୍ରିଜ୍ ଭୁଶୁଡ଼ିବା ଘଟଣା: ଦୁର୍ଘଟଣାରେ ୧୬ ମୃତଦେହ ଉଦ୍ଧାର, ଆହୁରି ବଢ଼ିପାରେ ମୃତ୍ୟୁସଂଖ୍ୟା
ପୁରୁଣା ଭିଡିଓ ହେଉଛି ଭାଇରାଲ- ସେତୁ ଭୁଶୁଡ଼ିବା ପରେ, ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ୩ ବର୍ଷ ପୁରୁଣା ଅଡିଓ କ୍ଲିପ୍ ଭାଇରାଲ ହେଉଛି । ଯେଉଁଥିରେ ଯୁବ ସେନା ସଂଗଠନ ଚଳାଉଥିବା ସାମାଜିକ କର୍ମୀ ଲଖନ ଦରବାରଙ୍କୁ ସଡ଼କ ଓ ନିର୍ମାଣ ବିଭାଗର ଜଣେ ଅଧିକାରୀଙ୍କୁ ସେତୁ ମରାମତି କିମ୍ବା ନୂତନ ନିର୍ମାଣ କରିବାକୁ ଅନୁରୋଧ କରୁଥିବାର ଶୁଣିବାକୁ ମିଳୁଛି । ଭଦୋଦରା ଜିଲ୍ଲା ପଞ୍ଚାୟତ ସଦସ୍ୟ ହର୍ଷଦସିଂ ପରମାର ମଧ୍ୟ ଚାରି ଦଶନ୍ଧି ପୂର୍ବେ ନିର୍ମିତ ସେତୁର ଅବସ୍ଥା ଉପରେ ଚିନ୍ତା ପ୍ରକାଶ କରି ବିଭାଗକୁ ଏକ ଚିଠି ପଠାଇଥିବା ସହ ଅଧିକାରୀଙ୍କୁ କହୁଥିବା ଭିଡିଓରେ ଦେଖିବାକୁ ମିଳିଛି ।
କହି ରଖୁଛି କି, ଭଦୋଦରା ଓ ଆନନ୍ଦ ଜିଲ୍ଲାରୁ ଯୋଡୁଥିବା ଗମ୍ଭୀରା ସେତୁ ବୁଧବାର ଅଚାନକ ଭାଙ୍ଗି ଦୁଇଖଣ୍ଡ ହୋଇଯାଇଥିଲା । ଫଳରେ ମହିସାଗର ନଦୀରେ ୫ଟି ଗାଡ଼ି ଖସିପଡ଼ିଥିଲା । ଏ ପର୍ଯ୍ୟନ୍ତ ନଦୀରୁ ମୋଟ ୧୭ ମୃତଦେହ ଉଦ୍ଧାର କରାଯାଇଛି । ଏବେ ବି ୩ ଜଣ ନିଖୋଜ ଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି । ପୋଲଟି ୪୫ ବର୍ଷ ପୁରୁଣା ଥିଲା । ରକ୍ଷଣାବେକ୍ଷଣ ଅଭାବରୁ ବ୍ରିଜ ଭୁଶୁଡିଥିବା ଅନୁମାନ କରାଯାଉଛି ।