ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

IPL-2025: ବୈଭବଙ୍କ ଧୂଆଁଧାର ବ୍ୟାଟିଂରେ ଗୁଜରାଟ ଧରାଶୟୀ; ୮ ୱିକେଟରେ ଜିତିଲା ରାଜସ୍ଥାନ

Published By : Bijay Swain | April 28, 2025 11:22 PM

Image courtesy: bcci

ନୂଆଦିଲ୍ଲୀ: ୧୪ ବର୍ଷିୟ ବୌଭବ ସୂର୍ଯ୍ୟବଂଶୀଙ୍କ ଶତକ ବଳରେ ରାଜସ୍ଥାନ ରୟାଲ୍ସ ଆଇପିଏଲରେ ଲଗାତାର ପଞ୍ଚମ ହାର ପରେ ବିଜୟର ସ୍ୱାଦ ଚାଖିଛି। ଦଳ ଗୁଜୁରାଟ ଟାଇଟନ୍ସକୁ ୮ ୱିକେଟରେ ହରେଇ ଦେଇଛି। ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ହେଉଥିବା ମ୍ୟାଚ୍ ରେ ରାଜସ୍ଥାନ ଟସ୍ ଜିତି ବୋଲିଂ କରିବାକୁ ବାଛିଥିଲା। ଗୁଜରାଟ ଟାଇଟାନ୍ସ ୪ ୱିକେଟ ହରାଇ ମୋଟ୍ ୨୦୯ ରନ୍ ସଂଗ୍ରହ କରିଥିଲା। ରାଜସ୍ଥାନ ୨ ୱିକେଟ ହରାଇ ୧୬ ତମ ଓଭର ସୁଦ୍ଧା ଏହି ଟାର୍ଗେଟ ହାସଲ କରିନେଇଥିଲା।

ଗୁଜୁରାଟ ପକ୍ଷରୁ ଶୁଭମନ ଗିଲ ୮୪ ଓ ଜୋସ ବଟଲର ୫୦ ରନ ସଂଗ୍ରହ କରିଥିଲେ। ରାଜସ୍ଥାନ ପକ୍ଷରୁ ବୈଭବ ୧୦୧ ରନ ଓ ଯଶସ୍ୱୀ ଜୟସୁଆଲ ୭୦ ରନ ସଂଗ୍ରହ କରିଛନ୍ତି। ରିଆନ ପରାଗ ୩୨ ରନ ସଂଗ୍ରହ କରି ନଟଆଉଟ ହୋଇ ପାଭିଲିୟନ ଫେରିଛନ୍ତି। ମହିଶ ତୀକ୍ଷଣାଙ୍କୁ ଦୁଇଟି ୱିକେଟ ମିଳିଛି। 

ବୈଭବ ଆଇପିଏଲ ଓ ଟି-୨୦ ଫର୍ମାଟରେ ଅର୍ଦ୍ଧ ଶତକ ଓ ଶତକ ବନାଇ ପାରିଥିବା ସବୁଠୁ କନିଷ୍ଠ ଖେଳାଳି ହବାର ଗୌରବ ଲାଭ କରିଛନ୍ତି। ସେ ମାତ୍ର ୩୫ ବଲରୁ ଶତକ ହାସଲ କରିଛନ୍ତି। ଏହା ଆଇପିଏଲରେ କୈଣସି ଭାରତୀୟ ଖେଳାଳିଙ୍କ ସବୁଠୁ କମ ବଲରେ ଶତକ ହାସଲ କରିଥିବା ରନ୍ ଭାବେ ରେକର୍ଡ ସୃଷ୍ଟି କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.