ପ୍ରମୂଖ ଖବର
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

MI vs GT: ମୁମ୍ୱାଇକୁ ଧୁଳୀ ଚଟାଇଲା ଗୁଜୁରାଟ; ଏମଆଇର ଲଗାତାର ଦ୍ୱୀତିୟ ପରାଜୟ

Published By : Bijay Swain | March 30, 2025 12:00 AM

internet

ନୂଆଦିଲ୍ଲୀ: ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ଗୁଜରାଟ ଟାଇଟନ୍ସ ଆଇପିଏଲ୍‌ର ନବମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୩୬ ରନରେ ହରାଇଛି। ଏଥିସହ ସିଜିନରେ ଗୁଜରାଟ ନିଜର ପ୍ରଥମ ବିଜୟ ହାସଲ କରିଛି। ଅପରପକ୍ଷେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ୨୦୨୫ରେ କ୍ରମାଗତ ଦ୍ଵିତୀୟ ପରାଜୟ ଭୋଗିଛି। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୯୬ ରନ କରିଛି। ଦଳ ପକ୍ଷରୁ ସାଇ ସୁଦର୍ଶନ ୬୩ ରନ କରିଥିବା ବେଳେ ଶୁଭମନ ଗିଲ୍ ୩୮ ରନ ଓ ଜୋସ ବଟଲର ୩୯ ରନ କରିଛନ୍ତି। ୧୯୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ମୁମ୍ବାଇ ୬ ଓ୍ଵିକେଟ୍ ହରାଇ ୧୬୦ ରନ କରି ପାରିଛି। ଗୁଜରାଟ ବୋଲର ଶାଣିତ ବୋଲିଂ କରି ମୁମ୍ବାଇ ବୋଲରକୁ ହାତ ଖୋଲିବାକୁ ଦେଇ ନ ଥିଲେ। ଦଳ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ୪୮ ରନ ଓ ତିଳକ ବର୍ମା ୩୯ ରନ କରିଥିଲେ। 

ପ୍ରଥମ ଇନିଂସରେ ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୧୯୬ ରନ୍ କରିଥିଲା। ଓପନର ସାଇ ସୁଦର୍ଶନ ସର୍ବାଧିକ ୬୧ ରନ କରିଥିଲେ। ସେ ୪୧ଟି ବଲରୁ  ୪ଟି ଚୌକା ଓ ଦୁଇଟି ଛକା ମାରିଥିଲେ। ସେହିପରି ଅଧିନାୟକ ଶୁବମନ ଗିଲ୍ ୩୮ ରନ, ଯୋଶ୍ ବଟଲର ୩୯ ରନ, ରଦରଫର୍ଡ ୧୮ ରନ ସଂଗ୍ରହ କରିଥିଲେ । ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଅଧିନାୟକ ଦୁଇଟି ଓ୍ବିକେଟ୍ ନେଇଛନ୍ତି । ଟେଣ୍ଟ ବୋଲ୍ଟ, ଦୀପକ ଚହର, ମୁଜିବ ଏବଂ ସତ୍ୟାନାରାୟଣ ରାଜୁଙ୍କୁ ଗୋଟିଏ ଲେଖାଏଁ ଓ୍ବିକେଟ୍ ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.