ନୂଆଦିଲ୍ଲୀ,୨୧/୦୨; ଆଗାମୀ ନରୱେ ଚେସ୍ ୨୦୨୬ ପାଇଁ ଖେଳାଳି ତାଲିକା ଚୂଡ଼ାନ୍ତ ହୋଇଛି । ଉଭୟ ପୁରୁଷ ଓ ମହିଳା ବର୍ଗରେ ମୋଟ ୪ଜଣ ଭାରତୀୟ ଯଥା ବିଶ୍ୱ ଚାମ୍ପିଅନ୍ ଡି. ଗୁକେଶ, ଆର୍. ପ୍ରଜ୍ଞାନନ୍ଦା, କୋନେରୁ ହମ୍ପି ଓ ଫିଡେ ମହିଳା ବିଶ୍ୱକପ୍ ଚାମ୍ପିଅନ୍ ଦିବ୍ୟା ଦେଶମୁଖ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱିତା କରିବେ । ନରୱେର ଓସ୍ଲୋ ଠାରେ ଆଗାମୀ ମେ’ ୨୫ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ଜୁନ୍ ୫ ତାରିଖରେ ଶେଷ ହେବ ।
ଉଭୟ ବର୍ଗରେ ସମାନ ପୁରସ୍କାର ରାଶି ରଖାଯାଇଛି । ପୁରୁଷ ଓ ମହିଳା ବର୍ଗରେ ୬ଜଣ ଲେଖାଏଁ ଖେଳାଳି ଭାଗ ନେବେ । ପୁରୁଷ ବର୍ଗରେ ପ୍ରସିଦ୍ଧ ନରୱେ ଖେଳାଳି ମାଗନସ୍ କାର୍ଲସେନଙ୍କ ସମେତ ଜର୍ମାନୀର ଭିନସେଣ୍ଟ କିମର, ଫ୍ରାନ୍ସର ଅଲିରେଜା ଫିରୌଜା ଓ ୟୁଏସ୍ଏର ୱେସଲି ସୋ ମଧ୍ୟ ସାମିଲ ରହିଛନ୍ତି । କାର୍ଲସେନ ପୂର୍ବରୁ ନରେୱ ଚେସ୍ ଟାଇଟଲ୍ ଜିତିଛନ୍ତି । ସେହିପରି ମହିଳା ବର୍ଗରେ ଦୁଇ ଭାରତୀୟଙ୍କ ବ୍ୟତୀତ ବିଶ୍ୱର ୨ନଂ ଖେଳାଳି ଚୀନର ଝୁ ଜିନର, ବିଶ୍ୱ ଚାମ୍ପିଅନ୍ ଚୀନର ଜୁ ୱେନଜୁନ, ୟୁକ୍ରେନର ଆନ୍ନା ମୁଜିଚୁକ ଏବଂ କାଜାଖସ୍ତାନର ବିବିସାରା ଆସାଉବାୟେଭା ଟାଇଟଲ୍ ଲଢ଼େଇରେ ଅବତୀର୍ଣ୍ଣ ହେବେ ।
ଏହା ବି ପଢନ୍ତୁ...୧ରୁ ଏଏଫ୍ସି ମହିଳା ଏସିଆନ କପ, ୨୬ ଜଣିଆ ଭାରତୀୟ ଦଳରେ ଓଡ଼ିଶାର ପ୍ୟାରୀ, ଯଶୋଦା, ଜୁଲି