ପୁରୀ ୨୧/୧୦: ଶ୍ରୀମନ୍ଦିର ଭିତ ଫଟୋ ଉଠାଇବା ପଡ଼ିଲା ମହଙ୍ଗା। ଗୁମାସ୍ତାକୁ ଉଠାଇ ଆଣିଲା ସିଂହଦ୍ବାର ଥାନା ପୁଲିସ। ପ୍ରତିହାରୀ ନିଯୋଗ ନିକଟରେ ଫଟୋ ଉଠାଉ ଥିବା ବେଳେ ଦେଖି ସୂଚନା ଦେଇଥିଲେ ସେବାୟତ। ତେବେ ବର୍ତ୍ତମାନ ଯାଏ ଗୁମାସ୍ତାଙ୍କ ପରିଚୟ ମିଳିପାରିନାହିଁ। ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ।
ସୂଚନା ଅନୁଯାୟୀ, ମଙ୍ଗଳବାର ଶ୍ରୀମନ୍ଦିର ଭିତରେ ଜଣେ ଗୁମାସ୍ତା ଯାତ୍ରୀଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇଥିଲେ। ପ୍ରତିହାରୀ ନିଯୋଗ ନିକଟରେ ନେଇ ଯାତ୍ରୀଙ୍କ ଫଟୋ ଉଠାଉଥିଲେ। ଏହି ସମୟରେ ସେବାୟତମାନେ ତାଙ୍କୁ ବାରଣ କରିଥିଲେ। ପରେ ସିଂହଦ୍ବାର ଥାନାରେ ଖବର ଦେଇଥିଲେ। ଘଟଣାସ୍ଥଳ ପୁଲିସ ପହଞ୍ଚି ସଂପୃକ୍ତ ଗୁମାସ୍ତାଙ୍କୁ ଧରିବା ପରେ ସିଂହଦ୍ବାର ଥାନାରେ ଅଟକ ରଖିଛନ୍ତି। ତେବେ କେଉଁ ପରିସ୍ଥିିତିରେ ମନ୍ଦିର ଭିତରେ ଯାତ୍ରୀ ଫଟୋ ଉଠାଉଥିଲେ। ତାହାକୁ ନେଇ ପଚରାଉଚରା ଚାଲିଛି। ଅଟକ ଗୁମାସ୍ତାଙ୍କ ପରିଚୟ ମିଳିନାହିଁ।