ଭଞ୍ଜନଗର, ୧୪।୯ : ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ବଡଗଡ ବନାଞ୍ଚଳ ଗୌଡଗୋଠ ବିଟ ଅଧୀନ ଗୁନାଖାଲ ଗ୍ରାମରୁ ଗୋଟିଏ କୁଟୁରା ବନ ବିଭାଗ ଜବତ କରିଛି। ଏଥିସହ ଦୁଇଟି ଦେଶୀ ବନ୍ଧୁକ, ୬ ଟି ଗୁଳି ଜବତ କରିଛି ବଡଗଡ ବନ ବିଭାଗ ।ବିଶେଷ ସୂତ୍ରରୁ ଖବର ପାଇ ଏସିଏଫ ପ୍ରଦିପ କୁମାର ବେହେରା ଙ୍କ ତ୍ଵତ୍ୱାବୋଧନ ରେ ବଡଗଡ ବନାଞ୍ଚଳ ଅଧିକାରୀ ଅଞ୍ଜନ କୁମାର ନାୟକ,ଗୌଡଗୋଠ ଫରେଷ୍ଟର ସୁଭାଙ୍ଗ ରଇତ ଓ ବଡଗଡ ପୋଲିସ ମିଳିତଭାବେ ଶନିବାର ସନ୍ଧ୍ୟା ରେ ଗୁନାଖାଲ ଗ୍ରାମ ଉପରେ ଚଢ଼ାଉ କରିଥିଲେ। ସେଠାରୁ ଏକ ଜୀବନ୍ତ କୁଟୁରା, ଦୁଇଟି ଦେଶୀ ବନ୍ଧୁକ, ୬ଗୋଟି ଜୀବନ୍ତ ଗୁଳି ଓ ବହୁ ବିସ୍ଫୋରକ ପଦାର୍ଥ ଜବତ କରିଥିଲେ । ଏହି ଘଟଣା ରେ ସଂପୃକ୍ତ ଥିବା କୌଣସି ବ୍ୟକ୍ତି ଗିରଫ ହୋଇନଥିବା ବେଳେ ଏହି ଘଟଣା ର ଅଧିକ ତଦନ୍ତ କରୁଥିବା ସୂଚନା ଦେଉଛନ୍ତି ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀଣି ବିପାସା ପାରୁଲ।