ଜମ୍ମୁ: ସୁଧୁରିବନି ପାକିସ୍ତାନ। ଅସ୍ତ୍ରବିରତି ଚୁକ୍ତିକୁ ମାତ୍ର ଦିନଟିଏ ପୁରିନି କିନ୍ତୁ ନିଜ ଅସଲ ରଙ୍ଗ ଦେଖାଇବା ଆରମ୍ଭ କରିଛି ଆତଙ୍କୀସ୍ଥାନ। ଅସ୍ତ୍ରବିରତି ନେଇ ଉଭୟ ଦେଶ ରାଜି ହୋଇଥିଲେ ମଧ୍ୟ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ଗୁଳିରେ ଜଣେ ଜବାନ ଆହତ ହୋଇଛନ୍ତି। 

ଖବର ମୁତାବକ, ଜମ୍ମୁ ଓ କାଶ୍ମୀରର ନାଗ୍ରୋଟା ସେନା ଷ୍ଟେସନରେ ଶନିବାର ରାତିରେ ଏକ ଅନୁପ୍ରବେଶକାରୀଙ୍କ ସହ ହୋଇଥିବା ଗୁଳିବିନିମୟରେ ଜଣେ ଭାରତୀୟ ଯବାନ ଆହତ ହୋଇଛନ୍ତି। ଭାରତୀୟ ସେନାର ହ୍ୱାଇଟ ନାଇଟ କର୍ପସର ସୂଚନା ଅନୁଯାୟୀ, ଷ୍ଟେସନର ଚତୁଃପାର୍ଶ୍ୱରେ ସନ୍ଦେହଜନକ ଗତିବିଧି ଦେଖାଯାଇଥିଲା। ପରେ ସେନା ପକ୍ଷରୁ ଏକ ସର୍ଚ୍ଚ ଅପରେସନ ଜାରି ଜାରି ହୋଇଥିଲା। ଯାହା ପରେ ଅନୁପ୍ରବେଶକାରୀଙ୍କ ସହ ସଂକ୍ଷିପ୍ତ ଗୁଳିବିନିମୟ ହୋଇଥିଲା। ଏହି ଘଟଣାରେ ଜଣେ ଯବାନ ଆହତ ହୋଇଛନ୍ତି।




ସେନା ସୂତ୍ରରୁ ଜଣାପଡ଼ିଛି ଯେ ପ୍ରାରମ୍ଭିକ ଗୁଳିବିନିମୟ ପରେ ଅନୁପ୍ରବେଶକାରୀଙ୍କ ସମ୍ପଦ୍ଧରେ ଆଉ କୌଣସି ସୁରାକ ମିଳିପାରିନାହିଁ। ଅନୁପ୍ରବେଶକାରୀମାନଙ୍କୁ ଖୋଜିବା ପାଇଁ ଏକ ବୃହତ ଅନୁସନ୍ଧାନ ଅଭିଯାନ ଆରମ୍ଭ ହୋଇଛି। ଏହି ଘଟଣା ପାକିସ୍ତାନର ଡ୍ରୋନ ଆକ୍ରମଣ ଓ ସୀମାନ୍ତ ଓ ଆନ୍ତର୍ଜାତୀୟ ସୀମାରେ ଗୁଳିବର୍ଷଣ ସହ ଏକକାଳୀନ ଘଟିଛି। ଯାହା ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି କରିଛି। 

ଏହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି ଏବଂ ଏହି ଘଟଣାପେ ଅଧିକ ତଦନ୍ତ ଜାରି ରହିଛି।