ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଆମେରିକାରେ ପୁଣି ଫୁଟିଲା ଗୁଳି; ୩ ମୃତ,୮ ଗୁରୁତର

Published By : Anindita Ratha | October 20, 2024 10:35 AM

ନୂଆଦିଲ୍ଲୀ,୨୦/୧୦:  ଆମେରିକାରେ ପୁଣି ଫୁଟିଲା ଗୁଳି । ମିସିସିପିର ଲେକ୍ସଟନ୍‌ଠାରୁ ପ୍ରାୟ ତିନି କିଲୋମିଟର ଦୂରରେ ଥିବା ହୋମସ୍ କାଉଣ୍ଟି କନ୍ସୋଲିଡେଡ୍ ସ୍କୁଲରେ  ହୋଇଛି ଗୁଳିମାଡ । ସ୍କୁଲରେ  ଫୁଟବଲ ମ୍ୟାଚ ପରେ ପାଳନ ହେଉଥିଲା ବିଜୟ ଉତ୍ସବ । ପ୍ରାୟ ଦୁଇ ଶହରୁ ୩ ଶହ ଲୋକ ଏହି ବିଜୟ ଉତ୍ସବ ପାଳନ କରୁଥିବା ବେଳେ  ଦୁଇ ଜଣ ବନ୍ଧୁକଧାରୀ ସ୍କୁଲ ଭିତରେ ପଶି  ଆଖିବୁଜା ଗୁଳିମାଡ କରିଥିଲେ । ଫଳରେ ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ୮ଜଣ ଗୁରୁତର ଆହତ ହୋଇଛନ୍ତି ।

ଏନେଇ ହୋମସ୍ କାଉଣ୍ଟିଂର ସରିଫ୍ ୱିଲି ମାର୍ଚ୍ଚ କହିଛନ୍ତି ଯେ, ଏହି ଉତ୍ସବରେ ଯୋଗ ଦେଇଥିବା କିଛି ଲୋକଙ୍କ ମଧ୍ୟରେ  ବଚସା ଯୋଗୁଁ ଗୁଳି ବିନିମୟ ହୋଇଥିଲା । କିନ୍ତୁ ଗୁଳିଚାଲାଣର ପ୍ରକୃତ କାରଣ କଣ ବର୍ତ୍ତମାନ ଯାଏଁ ଜଣାପଡିନି । ଏନେଇ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ସେହିପରି ଅନ୍ୟପଟେ ଜର୍ଜିଆର ସାପେଲୋ ଦ୍ୱୀପରେ ଏକ ଡଙ୍ଗା ଦୁର୍ଘଟଣାରେ ପ୍ରାୟ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜିନହୁଆ ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁୟାୟୀ, ଡଙ୍ଗାରେ ଉତ୍ସବ ପାଳନ ପାଇଁ ଲୋକମାନେ ଡଏକାଠି ହୋଇଥିଲେ। କିନ୍ତୁ ଡଙ୍ଗା ଭାରସାମ୍ୟ ହରାଇ ପାଣିରେ ବୁଡିଯାଇଥିଲା । ଫଳରେ ପାଣିରେ ବୁଡ଼ି ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.