ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦେବଗୁରୁ ବୃହସ୍ପତି ୯ ଜୁଲାଇରେ ମିଥୁନ ରାଶିରେ ଉଦୟ ହୋଇଛନ୍ତି। ଯେକୌଣସି ଗ୍ରହ ଉଦୟ ହେଲେ ଏହାର ବିଶେଷ ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ଗୁରୁ ଗ୍ରହ ପ୍ରାୟ ୧୨ ବର୍ଷ ପରେ ମିଥୁନ ରାଶିରେ ଉଦୟ ହୋଇଛନ୍ତି । ବୃହସ୍ପତି ଗ୍ରହ ସାଧାରଣତଃ ସୁଖ-ସମୃଦ୍ଧି, ଜ୍ଞାନ ଓ ଆଧ୍ୟାତ୍ମିକତାର ପ୍ରତୀକ । ଜାତକରେ ବୃହସ୍ପତି ମଜଭୁତ ହେବା ଦ୍ୱାରା କାର୍ଯ୍ୟରେ ସଫଳତା ଓ ଉନ୍ନତି ହୋଇଥାଏ । ଗୋଟିଏ ପରେ ଗୋଟିଏ ସଫଳତା ମିଳିଥାଏ । ଗୁରୁ ମିଥୁନ ରାଶିରେ ଉଦୟ ହେଲେ ଜାଣନ୍ତୁ କେଉଁ କେଉଁ ରାଶିଙ୍କ ଭାଗ୍ୟ ସୁନା ଭଳି ଚମକିବ ।
ବୃଷ- କର୍ମକ୍ଷେତ୍ରରେ ଖୁବ୍ ଉନ୍ନତି ହେବ । ବ୍ୟବସାୟରେ ବଡ ଧରଣର ଲାଭ ମିଳିବ । ପରିବାରରେ ସୁଖ-ଶାନ୍ତିର ବାତାବରଣ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପ୍ରେମ ସମ୍ପର୍କ ମଜଭୁତ ହେବ ।
ସିଂହ- କର୍ମକ୍ଷେତ୍ରରେ ଉନ୍ନତି ହେବ । ଆୟରେ ବୃଦ୍ଧି ହେବ । ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ ।
ତୁଳା- ବ୍ୟବସାୟରେ ଖୁବ୍ ଲାଭ ମିଳିବ । ଅଟକି ଥିବା କାମ ପୂରଣ ହେବ । ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବ । ଧନ ପ୍ରାପ୍ତି ହେବ ।
ମକର- ଏହି ରାଶିଙ୍କୁ ଖୁବ୍ ଲାଭ ମିଳିବ । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ମାନ-ସମ୍ମାନ ବୃଦ୍ଧି ହେବ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ହଠାତ୍ ଧନ ମିଳିବ ।
ମୀନ – ଭାଗ୍ୟର ସାଥ୍ ମିଳିବ । ନୂଆ କାମ ଆରମ୍ଭ କରିବେ । ସଫଳତା ମିଳିବ । ପରିଶ୍ରମର ଫଳ ମିଳିବ ।