ନୂଆଦିଲ୍ଲୀ,୧୧/୦୭: ଗୁରୁଗ୍ରାମସ୍ଥିତ ସାଇ କା  ଆଙ୍ଗନ୍‌ରେ ଗୁରୁବାର ପବିତ୍ର ଗୁରୁପୂର୍ଣ୍ଣିମା ଉତ୍ସବ ଗୁରୁଜୀ  ଡ. ଚନ୍ଦ୍ରଭାନୁ ଶତପଥୀଙ୍କ ଉପସ୍ଥତିରେ ପାଳିତ  ହୋଇଯାଇଛି । ଏହି ଅବସରରେ ଗୁରୁଜୀଙ୍କ ରଚିତ  ସର୍ବାଧିକ ବିକ୍ରି ପୁସ୍ତକ ‘ଶିରିଡ଼ି ସାଇବାବା: ଆନ୍‌  ଇନସ୍ପାଇରିଙ୍ଗ ଲାଇଫ୍‌'ର ମରାଠି ଓ ଗୁଜରାଟୀ  ସଂସ୍କରଣ ଉନ୍ମୋଚିତ ହୋଇଛି । ଗୁରୁଜୀ ଏହି ଦୁଇଟି  ଗ୍ରନ୍ଥକୁ ଲୋକାର୍ପଣ କରିଛନ୍ତି । ଏହା ସହ ଜ୍ଞାନଦୀପ ଇ- ଲାଇବ୍ରେରୀ ଗୁରୁଜୀଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । 

ଗୁରୁପୂର୍ଣ୍ଣିମା ପାଇଁ ‘ସାଇ କା ଆଙ୍ଗନ୍‌'କୁ ସଜାଯାଇଥିଲା । ଦେଶ ବିଦେଶର ବହୁ ବିଶିଷ୍ଟ ବ୍ୟକ୍ତି  ଏଥିରେ ଯୋଗଦେଇଥିଲେ । କଳାହାଣ୍ଡି ସାଂସଦ ମାଳବିକା ଦେବୀ ମଧ୍ୟ ଉପସ୍ଥିତ ଥିଲେ ।  ସାଇ କା ଆଙ୍ଗନର ବାଳକ ବାଳିକାମାନଙ୍କ ଦ୍ୱାରା ମରାଠି, ଗୁଜରାଟୀ ଓ ହିନ୍ଦୀ ଭାଷାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଗୁରୁଜୀ କହିଥିଲେ ଯେ, ଶିରିଡ଼ି  ସାଇବାବା ଆନ୍‌ ଇନ୍ସପାଇରିଂ ଲାଇଫ୍‌' ବାବାଙ୍କ ଉପରେ ଏକ ଗବେଷଣାତ୍ମକ ପୁସ୍ତକ ।